ହିନ୍ଦ ମହାସଗରରେ ଭାରତର କ୍ଷମତା ବୃଦ୍ଧି: 222-Tiger sharksରେ ସୁଖୋଇ- 30MKI ସାମିଲ, ତାଞ୍ଜାଉରରେ ଭବ୍ୟ ସ୍ୱାଗତ

Published By : Prameya-News7 Bureau | January 20, 2020 IST

ତାଞ୍ଜାଉର୨୦।୧ : ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦ ମହାସାଗର କ୍ଷେତ୍ରରେ ଭାରତ କ୍ଷମତା ବୃଦ୍ଧି କରିଛି। ଏହିକ୍ରମରେ ଦକ୍ଷିଣ ଭାରତର ପ୍ରମୁଖ ବାୟୁସେନା ଘାଟି ତାମିଲନାଡୁର ତାଞ୍ଜାଉରରେ ସୋମବାର ଏସ୍‌ୟୁ-୩୦ ଏମକେଆଇ ବିମାନ ମୁତୟନ ହୋଇଛି।  '222-ଟାଇଗର ସାର୍କସ୍' ନାମରେ ନାମିତ ଏହି ସ୍କ୍ୱାଡ୍ରନ ଆବଶ୍ୟକ ପଡିଲେ ଯେ କୌଣସି ଦୁଃଶାହସର ତତ୍କାଳ ଜାବବ ଦେବ।

{"id":213961,"width":580,"height":386,"sizeSlug":"large"}

ହିନ୍ଦ ମହାସାଗରରେ ଚୀନ ନିଜର ଉପସ୍ଥିତି ମଜଭୁତ କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କ୍ୱାଡ୍ରନର ନବିକରଣ ହୋଇଛି। ସୁଖୋଇ-୩୦ ବିମାନ ନିଜ ସହ ୨.୫ ଟନ ଓଜନର ଯୁଦ୍ଧାସ୍ତ୍ର ବହନର କ୍ଷମତା ରଖୁଥିବା ବେଳେ ଏଥିରେ ସୁପର ସୋନିକ୍‌ ବ୍ରହ୍ମୋସ ମୁତୟନ ହୋଇଛି। ଏହି ସୁପରସୋନିକ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ। ଏହି ସ୍କ୍ୱାଡ୍ରନର ଅପଗ୍ରେଡେସନ ସହ ହିନ୍ଦ ମହାସାଗର କ୍ଷେତ୍ରରେ ଏବେ ଭାରତର ସୁରକ୍ଷା ସୁନିଶ୍ଚିତ କରିବ ବୋଲି ସ୍କ୍ୱାଡ୍ରନ କମିସନିଂଅବସରରେ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୌରିଆ କହିଛନ୍ତି।

{"id":213962,"sizeSlug":"large"}

ଏଥିଲାଗି ଆୟୋଜିତ ଉତ୍ସବରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ମଧ୍ୟ ଯୋଗଦେଇଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳରେ ସମୃଦ୍ଧ ଏହି ବିମାନ ସ୍କ୍ୱାଡ୍ରନ ସବୁ ଋତୁରେ ବୃହତ୍ତ ଭୂମିକା ଲାଗି ଦକ୍ଷ ବୋଲି ଭଦୋରିଆ କହିଥିଲେ। ଏହି ସ୍କ୍ୱାଡ୍ରନ ଦକ୍ଷିଣ ବାୟୁସୀମା ଅଧିନରେ କାର୍ଯ୍ୟ କରିବ। ମୁଖ୍ୟତଃ ସମୁଦ୍ର ସୀମା ସୁରକ୍ଷା ନିର୍ବାହ ଲାଗି ଏହି ସ୍କ୍ୱାଡ୍ରନ କାର୍ଯ୍ୟକରିବ।  ତେବେ ତାଞ୍ଜାଉରର ଲୋକେସନ ଦେଖି ଏଠାରେ ଏହି ସ୍କ୍ୱାଡ୍ରନକୁ ମୁତୟନ କରାଯାଇଛି ବୋଲି ଭଦୈରିଆ କହିଛନ୍ତି। ସଦର୍ଣ୍ଣ କମାଣ୍ଡରେ ସୁଖୋଇ-୩୦ର ପ୍ରବେଶକୁ  ସ୍ୱତନ୍ତ୍ର ସ୍ୱାଗତ କରାଯାଇଛି।  

{"id":213963,"width":578,"height":567,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.