୮ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଜିତିଲା ଟିମ୍ ଇଣ୍ଡିଆ

Published By : Prameya-News7 Bureau | August 05, 2019 IST

ନୂଆଦିଲ୍ଲୀ ୫/୮: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟ ସହ ସିରିଜ ହାତେଇଲା ବିରାଟ ବାହିନୀ । ଦୀର୍ଘ ୮ ବର୍ଷ ପରେ ପୁଣିଥରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ୨୦୧୧ ମସିହାରେ ୧-୦ରେ ସିରିଜ ଜିତିଥିଲା ଭାରତ । କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ରୋହିତଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ମ୍ୟାଚକୁ ଡର୍କୱଥ ଲୁଇସ ନିୟମ ଅନୁସାରେ ୨୨ ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ ।

{"id":140964}

ପ୍ରଥମ ୱିକେଟରେ ୬୭ ରନ୍ କରିଥିଲା ବିରାଟ ବାହିନୀ । ପାଣ୍ଡ୍ୟା ଓ ଜାଡେଜାଙ୍କ ଦ୍ରୁତ ଇନିଂସ ଯୋଗୁଁ ଭାରତର ସ୍କୋର ୫ ୱିକେଟ ବିନିମୟରେ ୧୬୭ରେ ପହଞ୍ଚିଥିଲା । ତେବେ ନିର୍ଦ୍ଧାରିତ ଓଭରର ୨୭ଟି ବଲ୍ ପୂର୍ବରୁ ବର୍ଷା ପାଇଁ ମ୍ୟାଚ୍ ବନ୍ଦ ରହିଥିଲା । ମ୍ୟାଚ୍ ବନ୍ଦ ହେବା ବେଳକୁ ୱେଷ୍ଟଇଣ୍ଡିଜ ୯୮ ରନ୍ କରିଥିଲା । ତେବେ ଡିଏଲ ନିୟମ ଅନୁଯାୟୀ ୱେଷ୍ଟଇଣ୍ଡିଜକୁ ୧୨୦ ରନ୍ ଆବଶ୍ୟକ ଥିବା ବେଳେ ୨୨ ରନ ପଛରେ ରହିଥିଲା କାରବିଆନ ଟିମ୍ । ଆଉ ଏହାସହ ଏହି ମ୍ୟାଚକୁ ବାଜି ମାରି ନେଇଥିଲା ବିରାଟ ବାହିନୀ ।

{"id":140965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.