Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

ଅକ୍ସିଜେନ୍‌ ଯୋଗାଇବା କ୍ଷେତ୍ରରେ ଭାରତର ସ୍ଥିତି ବହୁତ ଭଲ ଅଛି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

20/10/2020 at 8:55 PM

ନୂଆଦିଲ୍ଲୀ ୨୦/୧୦: ଦେଶରେ ଅକ୍ସିଜେନ୍‌(ଅମ୍ଳଯାନ)ର ଅଭାବ ନାହିଁ। ୧୦ ମାସ ହେଲା ଅକ୍ସିଜେନ୍‌ର ଅଭାବ ଦେଖାଯାଇ ନାହିଁ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଉତ୍ପାଦନ କ୍ଷମତା ୬,୮୬୨ ମ୍ୟାଟ୍ରିକ୍ ଟନ୍‌ ହୋଇଥିଲା । ଯାହାକି ଅକ୍ଟୋବର ଶେଷ ସୁଦ୍ଧା ଏହା ବୃଦ୍ଧି ପାଇ ୭,୧୯୧ ମ୍ୟାଟ୍ରିକ୍‌ ଟନ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ପ୍ରଥମ ଚରଣରେ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୪୬ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୬୭ଟି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ବିତୀୟ ପର୍ଯ୍ୟାୟରେ ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆହୁରି ୧୫୦ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ।

ଅକ୍ସିଜେନ୍‌ ଉପଲବ୍ଧ କରାଇବା ମାମଲାରେ ଭାରତ ବହୁ ଆଗରେ ରହିଛି। ଗତ ୧୦ ମାସ ହେଲା ଅକ୍ସିଜେନ୍‌ର ଅଭାବ ନାହିଁ। ଏବେ ଭାରତ ବହୁ ଭଲ ସ୍ଥିତିରେ ଅଛି ବୋଲି ଭୂଷଣ କହିଛନ୍ତି। ଏହାସହ ଦେଶରେ ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନ୍‌ ସୁବିଧା ଥିବା ବେଡ୍‌ରେ ରୋଗୀଙ୍କ ସଂଖ୍ୟା ୧ ସେପ୍ଟମ୍ବରରେ ୪୩,୦୨୨ ଥିଲା । ସେହି ମାସର ତୃତୀୟ ସପ୍ତାହରେ ରୋଗୀଙ୍କ ସଂଖ୍ୟା ୭୫ ହଜାରରେ ପହଞ୍ଚିଥିଲା। ଧିରେଧିରେ ଏହି ସଂଖ୍ୟା କମିଥିଲ ଓ ମଙ୍ଗଳବାର ଦିନ ୫୭ ହଜାରରେ ପହଞ୍ଚିଛି ବୋଲି ରାଜେଶ ଭୂଷଣ କହିଛନ୍ତି ।

ଅନ୍ୟପଟେ ୪ ଦିନ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟାରେ ୫୦ ହଜାରରୁ କମ ରହିଛି। ଗତ ୭ ଦିନ ମଧ୍ୟରେ ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୩୧୦ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୧୯ ଅକ୍ଟୋବର ରିପୋର୍ଟ ଅନୁସାରେ ଦେଶରେ ଅକ୍ସିଜେନ୍‌ ସୁବିଧା ଥିବା ୨,୬୫,୦୪୬ଟି ବେଡ୍‌ ଉପଲବ୍ଧ ଅଛି। ସେହିଭଳି ୭୭୧୩୬ ଆଇସିୟୁ ବେଡ୍‌ ଓ ୩୯,୫୨୭ଟି ଭେଣ୍ଟିଲେଟ୍‌ର ସୁବିଧା ଯୁକ୍ତ ବେଡ୍‌ ଉପଲବ୍ଧ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

   Related Posts