ଲଗାତାର ୩ଟି ବିଜୟ ପରେ ମଧ୍ୟ ଇଂଲଣ୍ଡ ଗସ୍ତରେ ସବୁ ଓଲଟ ପାଲଟ ହୋଇଯାଇଥିଲା : ଖେଳାଳିଙ୍କ ବିରୋଧରେ ଉଠିଥିଲା ମୋଜା ଚୋରି ଅଭିଯୋଗ

Published By : Prameya-News7 Bureau | May 01, 2020 IST

ନୂଆଦିଲ୍ଲୀ ୦୧/୦୫ : ୧୯୭୪ ମସିହାରେ ଭାରତ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲା | ଏହି ଗସ୍ତ ଭାରତ ପାଇଁ ଏକ ଖରାପ ସ୍ବପ୍ନ ସଦୃଶ ଥିଲା | ଅଜିତ ୱାଡେକରଙ୍କ ନେତୃତ୍ୱରେ ଦଳରେ ସୁନୀଲ ଗାବାସ୍କର, ଗୁଣ୍ଡପ୍ପା ବିଶ୍ୱନାଥ, ଭଗବତ ଚନ୍ଦ୍ରଶେଖର, ଏସ.ଭେଙ୍କଟରାଘବନଙ୍କ ଭଳି ଖେଳାଳି ଥାଇ ମଧ୍ୟ ଦଳର ଯାହା ଅବସ୍ଥା ହୋଇଥିଲା ଯାହାକୁ ନିନ୍ଦା କରାଯାଇଛି | ସେହି ଇଂଲଣ୍ଡ ଗସ୍ତ ଅଜିତ ୱାଡେକରଙ୍କ କ୍ରିକେଟରେ ପୂର୍ଣ୍ଣଛେଦ ପକାଇଥିଲା | ଲଗାତାର ୩ଟି ଟେଷ୍ଟ ସିରିଜରେ ବିଜୟୀ ହେବା ପରେ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିଲା | କିନ୍ତୁ ଇଂଲଣ୍ଡରେ ଦଳ ଭଲ ପ୍ରଦର୍ଶନ କରିପାରିନଥିଲା | ଭାରତ ଦଳ ସମସ୍ତ ମ୍ୟାଚରେ ପରାସ୍ତ ହୋଇଥିଲା |

ଇଂଲଣ୍ଡରେ ୩ଟି ଟେଷ୍ଟ ସିରିଜରେ ଭାରତ ୦-୩ ରେ ସଫା ହୋଇଯାଇଥିଲା | ଭାରତୀୟ ଦଳ ମାତ୍ର ୪୨ ରନ କରି ଆଉଟ ହୋଇଯାଇଥିଲା | ଏହା ସବୁଠାରୁ ଖରାପ ପ୍ରଦର୍ଶନ ଥିଲା ଏବଂ ଲଜ୍ଜାଜନକ ମଧ୍ୟ | ସବୁଠାରୁ କାମ ରନ କରିଥିବା ରେକର୍ଡରେ ଆଜି ମଧ୍ୟ ଏହି ଶ୍ରୀଶ୍ରୀଜ ହିଁ ରହିଛି | ସେହି ଗସ୍ତରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ ଖେଳିଥିଲା | ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପରାସ୍ତ ହୋଇଥିଲା | ସେହି ମ୍ୟାଚ ଅଜିତ ୱାଡେକରଙ୍କ ସମସ୍ତ ୧୧ ଜଣ ଖେଳାଳିଙ୍କର ଦିନିକିଆ ମ୍ୟାଚରେ ଡେବ୍ୟୁ ଥିଲା |

{"id":263028,"sizeSlug":"large"}

ଏହି ଗସ୍ତ ସମୟରେ ଏକ ମଜାଦାର ମାମଲା ସାମ୍ନାକୁ ଆସିଥିଲା | ଏହି ମାମଲାକୁ ଦୁର୍ଭାଗ୍ୟ କହିଲେ ବି ଅତ୍ୟୁକ୍ତି ହେବ ନାହିଁ | ଏହି ଘଟଣାକୁ କୌଣସି ଭାରତୀୟ କେବେ ମନେ ପକାଇବାକୁ ଚାହିଁବନି | ଏହି ଗସ୍ତ ସମୟରେ ମଦନଲାଲ, ବ୍ରିଜେଶ ପଟେଲଙ୍କ ସହ ମୁମ୍ବାଇର ବ୍ୟାଟ୍ସ ମ୍ୟାନ ସୁଧୀର ନାଇକ ମଧ୍ୟ ଥିଲେ | ମାମଲାଟି ସୁଧୀର ନାଇକଙ୍କ ସହ ଜଡିତ | ସୁଧୀର ନାଇକ ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟର ଏକ ଦୋକାନରୁ ଦୁଇ ଯୋଡ଼ା ମୋଜା ଚୋରି କରିଥିବା ଅଭିଯୋଗ ହୋଇଥିଲା | କିନ୍ତୁ ସୁଧୀର ଅସ୍ବୀକାର କରିଥିଲେ | ତାଙ୍କୁ ଆଇନଗତ ସାହାଯ୍ୟ ପ୍ରଦାନ କରିବା ପରିବର୍ତ୍ତେ ନିଜ ଭୁଲ ସ୍ୱୀକାର କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା | 

ସେତେବେଳେ ଟିମ ମ୍ୟାନେଜର ହେମୁ ଅଧିକାରୀ ଚାହୁଁନଥିଲେ ଯେ ଘଟଣାକୁ ନେଇ କୌଣସି ସମସ୍ୟା ସୃଷ୍ଟି ହେଉ | ନିଜ ଭୁଲ ସ୍ୱୀକାର କରିବା ପାଇଁ ସେ ସୁଧୀରଙ୍କୁ କହିଥିଲେ | କିନ୍ତୁ ସେତେବେଳେ ଇଂଲଣ୍ଡ ମିଡ଼ିଆରେ ଏହା ମାମଲା ଭାଇରାଲ ହୋଇସାରିଥିଲା | ବ୍ୟାଟ୍ସମ୍ୟାନ ସୁଧୀର ନାଇକ ସେହି ଇଂଲଣ୍ଡ ଗସ୍ତର ଶେଷ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ସିରିଜରେ ୭୭ ରନ କରିଥିଲେ | ଏହି ସ୍କୋର ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଥିଲା | ଠିକ ସିରିଜ ପରେ ମୌଜା ଚୋରି ମାମଲା ସାମ୍ନାକୁ ଆସିଥିଲା |

{"id":263029,"sizeSlug":"large"}

୧୯୭୪ ମସିହାରେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ -

- ଗସ୍ତର ପ୍ରଥମ ଟେଷ୍ଟ ମଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡରେ ଖେଳାଯାଇଥିଲା | ଭାରତୀୟ ଦଳ ୧୧୩ ରନରେ ଏହି ମ୍ୟାଚ ହାରି ଯାଇଥିଲା |

- ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ସିରିଜରେ ଭାରତୀୟ ଦଳ ୪୨ ରନ କରି ଅଲଆଉଟ ହୋଇଥିଲା | ଏହି ମ୍ୟାଚରେ ଇଂଲଣ୍ଡ ୨୮୫ ରନରେ ବିଜୟ ହାସଲ କରିଥିଲା |

- ଭାରତୀୟ ଦଳ ପୁଣିଥରେ ବର୍ମିଙ୍ଗହାମ ଟେଷ୍ଟରେ ୭୮ ରନରେ ପରାସ୍ତ ହୋଇଥିଲା | ଇଂଲଣ୍ଡ ଏହି ମ୍ୟାଚରେ ୨ଟି ଉଇକେଟ ହରାଇ ୪୫୯ ରନ କରିଥିଲା |

ଭାରତୀୟ ଦଳର ଏହି ଦୟନୀୟ ପ୍ରଦର୍ଶନ ପରେ ଦଳ ସମ୍ପୂର୍ଣ ଭାଙ୍ଗି ପଡିଥିଲା | ଗସ୍ତ ପରେ ଦଳର ବରିଷ୍ଠ ଖେଳାଳି ଓ ଅଧିନାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଜଣାପଡିଥିଲା | ଦଳର ଖରାପ ପ୍ରଦର୍ଶନ ଓ ପରାସ୍ତ ଯୋଗୁଁ ପ୍ରଶଂସକ ମଧ୍ୟ ଅତ୍ୟନ୍ତ ମନ ଦୁଃଖ କରିଥିଲେ | କିଛି ପ୍ରଶଂସକ କ୍ୟାପଟେନ ଅଜିତ ୱାଡେକରଙ୍କ ଘରକୁ ପଥର ମାଡ ମଧ୍ୟ କରିଥିଲେ | ଭାରତକୁ ଫେରିବା ପରେ ଅଜିତ ୱାଡେକର କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ | ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଯୋଗୁଁ ସେତେବେଳେ ତାଙ୍କୁ ୱେଷ୍ଟ ଜୋନର ଅଧିନାୟକ ପଦବୀରୁ ବାହାର କରିଦିଆଯାଇଥିଲା | ସେଥିପାଇଁ ସେ କ୍ରିକେଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.