ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ପୂରା କାର୍ଯ୍ୟସୂଚୀ ଘୋଷିତ, ଆଡିଲେଡ୍‌ରେ ଖେଳାଯିବ ଦିବାରାତ୍ର ଟେଷ୍ଟ ମ୍ୟାଚ୍

Published By : Prameya-News7 Bureau | October 28, 2020 IST

ନୂଆଦିଲ୍ଲୀ ୨୮।୧୦: ଭାରତର ଅଷ୍ଟ୍ରେଲିଆ ଗସ୍ତର କ୍ରାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଗସ୍ତରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳିବ। ଆଡିଲେଡ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଖେଳାଯିବ, ଯାହା ଦିବାରାତ୍ରା ରହିଛି। ଏହି ପରି ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ ପରମ୍ପରାଗତ ଭାବେ ମେଲବର୍ଣ୍ଣରେ ହେବ।

ତିନି ଦିନିଆ ଏକଦିବସୀୟର ପ୍ରଥମ ମ୍ୟାଚ୍‌ ନଭେମ୍ବର ୨୭, ଦ୍ଵିତୀୟ ମ୍ୟାଚ୍‌ ନଭେମ୍ବର ୨୯ ଓ ତୃତୀୟ ମ୍ୟାଚ୍‌ ଡିସେମ୍ବର ୨ରେ ଖେଳାଯିବ। ଟି-୨୦ ଶୃଙ୍ଖଳାର ମୁକାବିଲା ଡିସେମ୍ବର ୪, ୬ ଓ ୮ ତାରିଖରେ ଖେଳାଯିବ। ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୭ରେ ଆରମ୍ଭ ହେବ।

ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଭାରତ ଏ ଓ ଅଷ୍ଟ୍ରେଲିଆ ଏ  ବିପକ୍ଷରେ ଡିସେମ୍ବର ୬ରୁ ୮ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହା ପରେ ଡିସେମ୍ବର ୧୧ରୁ ୧୩ ମଧ୍ୟରେ ସିଡନୀରେ ଦିବାରାତ୍ର ଅଭ୍ୟାସ୍ ମ୍ୟାଚ୍ ଖେଳାଯିବ।

ଅଷ୍ଟ୍ରେଲିଆ ବନାମ ଭାରତ ଦିନିକିଆ ଶୃଙ୍ଖଳା

୨୦୨୦ ନଭେମ୍ଵର ୨୭- ପ୍ରଥମ ଦିନିକିଆ, ସିଡନୀ

୨୦୨୦ ନଭେମ୍ବର ୨୯- ଦ୍ଵିତୀୟ ଦିନିକିଆ, ସିଡନୀ

୨୦୨୦ ଡିସେମ୍ବର ୨- ତୃତୀୟ ଦିନିକିଆ, କାନବେରା

ଅଷ୍ଟ୍ରେଲିଆ ବନାମ ଭାରତ ଟି-୨୦ ଶୃଙ୍ଖଳା

୨୦୨୦ ଡିସେମ୍ବର ୪- ପ୍ରଥମ ଟି-୨୦ ମ୍ୟାଚ୍‌, କାନବେରା

୨୦୨୦ ଡିସେମ୍ବର ୬- ଦ୍ଵିତୀୟ ଟି-୨୦, ସିଡନୀ

୨୦୨୦ ଡିସେମ୍ବର ୮- ତୃତୀୟ ଟି-୨୦, ସିଡନୀ

ଅଭ୍ୟାସ୍ ମ୍ୟାଚ୍‌

ଡିସେମ୍ବର ୬ ରୁ ୮- ସିଡନୀ

ଦିବାରାତ୍ର ଅଭ୍ୟାସ୍ ମ୍ୟାଚ୍‌

ଡିସେମ୍ବର ୧୧ରୁ ୧୩- ସିଡନୀ

ଟେଷ୍ଟ ଶୃଙ୍ଖଳା

ଡିସେମ୍ବର ୧୭ ରୁ ୨୧- ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌, ଆଡିଲେଡ୍ ଓଭାଲ

ଡିସେମ୍ବର ୨୬ରୁ ୩୦- ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌, ମେଲବର୍ଣ୍ଣ

୨୦୨୧ ଜାନୁଆରୀ ୭ ରୁ ୧୧- ତୃତୀୟ ଟେଷ୍ଟ ମ୍ୟାଚ୍‌, ସିଡନୀ

୨୦୨୧ ଜାନୁଆରୀ ୧୫ରୁ ୧୯- ଚତୁର୍ଥ ଟେଷ୍ଟ ମ୍ୟାଚ୍‌, ବ୍ରିସବେନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.