ଭଲ ଖବର: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍, ସାରା ବିଶ୍ବରେ ନବମ

Published By : Prameya-News7 Bureau | September 02, 2020 IST

ପୃଥିବୀରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ମାମଲା। ଏବେ ସୁଦ୍ଧା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୫,୯୩୦,୧୯୪ ଟପି ଗଲାଣି। ଏଥିରେ ଏପର୍ଯ୍ୟନ୍ତ ୮୬୧,୭୪୬ ଜଣ ପ୍ରାଣ ହରାଇଲେଣି। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ୍ କେସ୍ ଫାଟାଲିଟି ରେଟ୍ (ସିଏଫ୍ଅାର୍) ରହିଛି ସବୁଠୁ କମ୍। ଅବଶ୍ୟ ବିଶ୍ବ ସ୍ତରରେ ସିଏଫଆର ୩.୩ ପ୍ରତିଶତ ଥିବା ବେଳେ ଭାରତରେ ଅଛି ୧.୭୬ ପ୍ରତିଶତ।      

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ ଲକ୍ଷ ହୋଇଗଲାଣି। ଏବେ ସୁଦ୍ଧା ସମୁଦାୟ ୩୭,୬୯,୫୨୩ ଲୋକ ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇସାରିଛନ୍ତି। ଭାରତରେ କରୋନା ଯୋଗୁ ୬୬,୩୩୩ ଲୋକ ପ୍ରାଣ ହରାଇଛନ୍ତି। ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୮,୦୧,୨୮୨।

ତେବେ ଭାରତରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଛି।  ଏବେ ସୁଦ୍ଧା ୨୯,୦୧,୯୦୮ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ଏହା ସହ ଭାରତର କରୋନା ରିକଭରି ରେଟ୍ ୭୬.୯୮ ପ୍ରତିଶତ ହୋଇଛି। ଦେଶରେ କୋଭିଡ୍-୧୯ ସଂକ୍ରମଣ ଯୋଗୁ ମୃତ୍ୟୁ ଦର କ୍ରମାଗତ କମି ଚାଲିଛି। ଭାରତରେ କରୋନା ସଂକ୍ରମଣ ମୃତ୍ୟୁ ଦର ରହିଛି ୧.୭୫ ପ୍ରତିଶତ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁନିଆରେ ସବୁଠୁ କମ୍।

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ବ୍ରିଟେନରେ ଏହା ୬୧୧, ବ୍ରାଜିଲରେ ୫୭୬, ଆମେରିକାରେ ୫୭୦, ମେକ୍ସିକୋରେ ୫୦୫, କଲମ୍ବିଆରେ ୩୯୩, ଇରାନରେ ୨୫୭, ସାଉଥ ଆଫ୍ରିକାରେ ୨୪୦  ଓ ରୁଷରେ ୧୧୯ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଭାରତରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୭୮୩୫୭ ନୂଆ ମାମଲା ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.