Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

Corona virus ଆମଦାନୀକାରୀ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ଆଗରେ, Topରେ ଅଛନ୍ତି ଜାପାନ ଓ ଥାଇଲ୍ୟାଣ୍ଡ

9/02/2020 at 5:38 PM

ଯେଉଁ ଦେଶମାନଙ୍କୁ ବାହାରୁ କରୋନା ଭାଇରସ୍ ଆସିବାର ସବୁଠାରୁ ଅଧିକ ବିପଦ ରହିଛି ସେଥିରେ ଭାରତ  ରହିଛି ସପ୍ତଦଶ ସ୍ଥାନରେ । ବର୍ଲିନରେ ହମବୋଲ୍ଟ ବିଶ୍ୱବିଦ୍ୟାଳୟ ଓ ରବର୍ଟ କୋଚ୍ ଇଂଷ୍ଟିଚ୍ୟୁଟ୍‌ର ଗବେଷକମାନେ ସଂକ୍ରମଣ ଆମଦାନୀକାରୀ ୩୦ ଦେଶଙ୍କ ଏକ ମଡେଲ ବିକଶିତ କରିଛନ୍ତି। ଏଥିରେ ଚୀନ ବାହାରେ କରୋନା ଭାଇରସ ଆମଦାନୀ କରିବାରେ ଥାଇଲ୍ୟାଣ୍ଡ, ଜାପାନ ଓ ଦକ୍ଷିଣ କୋରିଆ ସବୁଠୁ ଆଗରେ ଥିବା ଜଣାପଡିଛନ୍ତି।

ମଡେଲରୁ ଭାରତର ଦିଲ୍ଲୀ ବିମାନ ବନ୍ଦରରେ ଲୋକେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିବା ବେଳେ ପଛକୁ ମୁମ୍ବାଇ ଓ କୋଲକାତା ବିମାନ ବନ୍ଦରକୁ ଗବେଷକମାନେ ସଂକ୍ରମଣର ସ୍ଥାନ ଭାବେ ଚିହ୍ନଟ କରିଛନ୍ତି। ଯଦିଓ ଭାରତରେ ଏପର୍ଯ୍ୟନ୍ତ କରୋନା ବିଶେଷ ବ୍ୟାପ୍ତ ହୋଇ ନାହିଁ ତେବେ ଚିକିତ୍ସା ଗେବଷଣା ପରିଷଦ ଲାବୋରେଟରୀରେ ଏପର୍ଯ୍ୟନ୍ତ ୧ହଜାର ୪୮୬ଟି ନମୁନାର ପରୀକ୍ଷା ହୋଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ୩ ଜଣ ଭାରତୀୟଙ୍କ ଠାରେ କରୋନା ପଜେଟିଭ ଥିବାର ପ୍ରମାଣ ମିଳିଛି।

ଇିତିମଧ୍ୟରେ କେରଳ କୋଚ୍ଚିର ୧୫ ଜଣ ଛାତ୍ରଙ୍କୁ ଚୀନର ହୁବେଇରୁ ଏୟାର ଏସିଆ ବିମାନ ଯୋଗେ ଭାରତ ଅଣାଯାଇଛି। ସେମାନଙ୍କୁ ବିମାନ ବନ୍ଦରରୁ ସିଧା ଆମ୍ବୁଲାନ୍ସ ଯୋଗେ ମେଡିକାଲ କଲେଜ୍ ହସ୍ପିଟାଲକୁ ପଠେଇ ଦିଆଯାଇଛି। ସେହିପରି ଚୀନ, ହଙ୍ଗକଙ୍ଗ, ଶିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀଙ୍କୁ ୨୧ଟି ସ୍ଥାନରେ ଯାଞ୍ଚ ଲାଗି ଭାରତ ସରକାର ବ୍ୟବସ୍ଥା କରିଛନ୍ତି। ଏଥିରେ ଏପର୍ଯ୍ୟନ୍ତ ୧ ହଜାର ୬୩୬ ଉଡାଣରୁ ୧ଲକ୍ଷ ୭୬ ହଜାର ୭୦୩ ଜଣ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଥିବା ଜଣାପଡିଛି।

   Related Posts