Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କରୋନା ମ୍ୟାପ୍‌ରେ ଦ୍ୱାଦଶ ସ୍ଥାନରେ ଭାରତ : ସଂକ୍ରମଣ ସଂଖ୍ୟା ବଢିଲେ ଚୀନକୁ ଟପିଯିବ

15/05/2020 at 3:00 PM

ନୂଆଦିଲ୍ଲୀ ୧୫/୦୫ : ଭାରତରେ ଶୁକ୍ରବାର, ମେ ୧୫ ତାରିଖରେ କରୋନା ସଂକ୍ରମଣ ସଂଖ୍ୟା ୮୧ ହଜାର ପାର କରିସାରିଛି | ସୂଚନା ଅନୁଯାୟୀ ଏବେ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୯୭୦ ରହିଛି | ଏଥିରୁ ୫୧ ହଜାର ୪୦୧ ଆକ୍ଟିଭ ମାମଲା ରହିଛି | ୨ ହଜାର ୬୪୯ ଜଣଙ୍କ ମୃତ୍ୟୁ ହୋଇଛି | ବିଶ୍ୱ କରୋନା ମ୍ୟାପରେ ବର୍ତ୍ତମାନ ଭାରତ ଦ୍ୱାଦଶ ସ୍ଥାନରେ ରହିଛି | ଭାରତ ପୂର୍ବରୁ ରହିଛି କରୋନାର ଜନ୍ମଦାତା ଚୀନ | ତାଲିକାର ଅନ୍ୟ ସ୍ଥାନରେ ଆମେରିକା, ଇଟାଲୀ, ଇରାନ, ବ୍ରିଟେନ ଭଳି ୧୧ଟି ଦେଶ ରହିଛନ୍ତି | ଭାରତ ଓ ଚୀନ ମଧ୍ୟରେ ବର୍ତ୍ତମାନ ମାତ୍ର ୯୬୩ ଅନ୍ତର ରହିଛି | ଚୀନରେ ୮୨ ହଜାର ୯୩୩ ମାମଲା ରହିଛି ଏବଂ ୪ ହଜାର ୬୩୩ ଜଣଙ୍କ ମୃତ୍ୟୁ ହୋଇଛି |

୧୪ ତାରିଖ ଗୁରୁବାର ଦିନ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା | ୧୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଛି | କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି ଯେ, ଦେଶରେ ୩୫୯ ଟି ସରକାରୀ ଏବଂ ୧୪୫ ଘରୋଇ ପ୍ରୟୋଗଶାଳା ରହିଛି ଯେଉଁଠାରେ କରୋନା ନମୁନା ପରୀକ୍ଷା କରାଯାଉଛି | ପ୍ରତିଦିନ ଲକ୍ଷେ ନମୁନା ପରୀକ୍ଷା ହେଉଛି | ଭାରତ ମେ ମାସ ଶେଷ ସୁଦ୍ଧା ୨୦ ଲକ୍ଷ ନମୁନା ପରୀକ୍ଷା କରିବା ଲକ୍ଷ୍ୟରେ ରହିଛି |

ଭାରତ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ୧୫୪୦ ଜଣଙ୍କ ପରୀକ୍ଷା କରୁଛି | ଆମେରିକାରେ ୧୦ ଲକ୍ଷ ଜନସଂଖ୍ୟାରେ ୩୧ ହଜାର ୦୮୦ ନମୁନା ପରୀକ୍ଷା ହେଉଛି | ସ୍ପେନରେ ୫୨ ହଜାର ୭୮୨, ଋଷରେ ୪୨ ହଜାର ୪୦୩, ବ୍ରିଟେନରେ ୩୨ ହଜାର ୬୯୧ ଓ ଇଟାଲୀରେ ୪୫ ହଜାର ୨୪୬ ନମୁନା ପରୀକ୍ଷା ହେଉଛି | 

   Related Posts