ଚୀନକୁ ଶିକ୍ଷା ଦେବାକୁ ଭାରତର ଆଉ ଏକ ପଦକ୍ଷେପ : ଏହି ସାମଗ୍ରୀ ଉପରେ ଲାଗିଲା ଭାରି ଟ୍ୟାକ୍ସ

Published By : Prameya-News7 Bureau | July 09, 2020 IST

ନୂଆଦିଲ୍ଲୀ ୦୯/୦୭ : ଚୀନକୁ ଶିକ୍ଷା ଦେବା ପାଇଁ ଭାରତ ଅନେକ ବଡ ବଡ ପଦକ୍ଷେପ ନେଇଛି | ବର୍ତ୍ତମାନ ଚୀନ ସାମଗ୍ରୀ ଆମଦାନୀ ଉପରେ ନଟ କଷିବାକୁ ଚୀନରୁ ଆମଦାନୀ ହେଉଥିବା କିଛି ମେଜେରିଙ୍ଗ ଟ୍ୟାପ, ପାର୍ଟ୍ସ ଏବଂ କମ୍ପୋନେଣ୍ଟ ଉପରେ ୫ ବର୍ଷ ପାଇଁ ଆଣ୍ଟି ଡମ୍ପିଂଗ ଡ୍ୟୁଟି (Anti Dumping Duty) ଲାଗୁ କରିଛି | ଏହାଦ୍ୱାରା ଦେଶରେ ମିଳୁଥିବା ଶସ୍ତା ଚୀନ ସାମଗ୍ରୀ ଉପରେ ଅଙ୍କୁଶ ଲାଗିପାରିବ | ନିକଟରେ ଭାରତ ଚୀନ ସୀମା ବିବାଦ ପରେ ଦେଶରେ ଚୀନ ସାମଗ୍ରୀ ବହିଷ୍କାର ଦାବି ଜୋର ଧରିଛି | ଚୀନ ସାମଗ୍ରୀ ବହିଷ୍କାର ନେଇ ଅଭିଯାନ ଆରମ୍ଭ ହୋଇଛି | ସରକାର ମଧ୍ୟ ଅନେକ ପ୍ରକାର ଚାଇନିଜ ଆମଦାନୀ ଉପରେ ନଟ କଷିବାକୁ ଚେଷ୍ଟା କରିଛନ୍ତି | ଚାଇନା ସାମଗ୍ରୀ ଆମଦାନୀ ଏବଂ ନିବେଶ ମାମଲାରେ ଲଗାତାର ପଦକ୍ଷେପ ନିଆଯାଉଛି |

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଡ଼ାଇରେକ୍ଟର ଜେନେରାଲ ଅଫ ଟ୍ରେଡ଼ ରେମେଡ଼ିଜର ଯାଞ୍ଚ ଶାଖା ଚୀନ ଆମଦାନୀ ଉପରେ ଶୁଳ୍କ ଜାରି ରଖିବାକୁ ସୁପାରିଶ କରିଥିଲେ | ଏହାପରେ ଚୀନରୁ ଆମଦାନୀ ହେଉଥିବା ଷ୍ଟିଲ ଏବଂ ଫାଇବର ଗ୍ଲାସ ମେଜେରିଙ୍ଗ ଟ୍ୟାପରେ ଏନ୍ଟି ଡମ୍ପିଂଗ ଡ୍ୟୁଟି ଲାଗୁ କରାଯାଇଛି | ଏହି ଡ୍ୟୁଟି ପ୍ରଥମଥର ପାଇଁ ୨୦୧୫ ମସିହା ଜୁଲାଇ ୯ ତାରିଖରେ ଲାଗୁ ହୋଇଥିଲା | ବର୍ତ୍ତମାନ ଏହାକୁ ଆଗାମୀ ୫ ବର୍ଷ ପାଇଁ ପୁଣି ବଢ଼ାଇ ଦିଆଯାଇଛି |

{"id":298159,"sizeSlug":"large"}

DGTR ନିଜ ଯାଞ୍ଚ ରିପୋର୍ଟରେ କହିଛି ଯେ ଚୀନ ଲଗାତାର ଭାରତୀୟ ବଜାରରେ ଏହି ସାମଗ୍ରୀର ଡମ୍ପିଂଗ କରୁଛି | ଡମ୍ପିଂଗ କାରଣରୁ ଦାମ ବହୁତ କମ ରହିଥାଏ | ଚୀନର ଏହି ଶସ୍ତା ମାଲ ଠାରୁ ଭାରତୀୟ ମେନୁଫେକ୍ଚରଙ୍କୁ ବଞ୍ଚାଇବା ପାଇଁ ଆଣ୍ଟି ଡମ୍ପିଂଗ ଡ୍ୟୁଟି ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି |

ରାଜସ୍ୟ ବିଭାଗ ମଧ୍ୟ ଏକ ନୋଟିଫିକେସନରେ କହିଛି ଯେ ଚୀନରୁ ଆମଦାନୀ ହେଉଥିବା ଷ୍ଟିଲ ଓ ଫାଇବର ଗ୍ଲାସ ମେଜେରିଙ୍ଗ ଟ୍ୟାପ ଏବଂ ପାର୍ଟ୍ସ ଏବଂ କମ୍ପୋନେଣ୍ଟ ଉପରେ ୫ ବର୍ଷ ପାଇଁ ଏନ୍ଟି ଡମ୍ପିଂଗ ଡ୍ୟୁଟି ଲାଗୁ କରାଯିବ | ସରକାର ଚାହିଁଲେ ଏହାକୁ ୫ ବର୍ଷ ପୂର୍ବରୁ ମଧ୍ୟ ହଟାଇ ପାରିବେ | କିଛି କମ୍ପାନୀ ଉପରେ କିଲୋ ପ୍ରତି ୧.୮୩ ଡଲାର ଏନ୍ଟି ଡମ୍ପିଂଗ ଡ୍ୟୁଟି ଏବଂ କିଛି କମ୍ପାନୀ ଉପରେ କିଲୋ ପ୍ରତି ୨.୫୬ ଡଲାର ଏନ୍ଟି ଡମ୍ପିଂଗ ଡ୍ୟୁଟି ଲଗାଯାଇଛି | ଏହି ଶୁଳ୍କ ଭାରତୀୟ ମୁଦ୍ରାରେ ଦେବାକୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.