Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବୈଜ୍ଞାନିକଙ୍କ ପରାମର୍ଶକୁ ଖାତିର କରିନଥିଲେ ଭାରତ ଏବଂ ବ୍ରାଜିଲ ! ଏବେ ଭୋଗୁଛନ୍ତି କରୋନାର କରାଳ ରୁପ…

5/05/2021 at 6:55 PM

ନୂଆଦିଲ୍ଲୀ ୦୫/୦୫ : ଭାରତ ସମେତ ସାରା ବିଶ୍ବରେ କରୋନା ଭୟାବହତା ଜାରି ରହିଛି । ତେବେ କରୋନାର ଦ୍ବିତୀୟ ଲହରକୁ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ଭାରତ ଏବଂ ବ୍ରାଜିଲକୁ ପରାମର୍ଶ ଦେଇଥିଲେ ବୈଜ୍ଞାନିକ । କିନ୍ତୁ ଏହି ଦୁଇ ଦେଶ ବୈଜ୍ଞାନିକମାନଙ୍କ ପରାମର୍ଶକୁ ମାନିନଥିଲେ । ଯାହାଫଳରେ କି ସଂକ୍ରମଣ ଭୟାବହ ହୋଇଛି । ଯଦି ବୈଜ୍ଞାନିକଙ୍କ ପରାମର୍ଶ ମାନିଥାନ୍ତେ ତେବେ କରୋନାର ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା । ପ୍ରସିଦ୍ଧ ସାଇନ୍ସ ଜର୍ନାଲ ‘ନେଚର’ରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଜତ କିଛି ଦିନ ଧରି ଭାରତରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ପାଖାପାଖି ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିଭଳି ପ୍ରତିଦିନ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟୁଛି । ସାରା ବିଶ୍ବରେ ଭାରତର କରୋନା ସ୍ଥିତି ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ଅନେକ ଦେଶ ସାହାଯ୍ୟ ପାଇଁ ଆଗେଇଆସିଛନ୍ତି ।

ନେଚର ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏବଂ ଭାରତର ନେତାମାନେ ଦ୍ବିତୀୟ ଲହରକୁ ଗୁରୁତର ସହ ନେଇନଥିଲେ ଏବଂ ବୈଜ୍ଞାନିକଙ୍କ ପରାମର୍ଶକୁ ମାନିନଥିଲେ । ଯାହାଫଳରେ ଦେଶରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି ।

India ignored Scientists Advice

ଦେଶରେ ନିର୍ବାଚନୀ ପ୍ରଚାର, ଧାର୍ମିକ ଆୟୋଜନ, ଅଯଥା ଭିଡ ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ କିନ୍ତୁ କୌଣସି ନିୟମକୁ ସରକାର କଡାକଡି ପାଳନ କରିନଥିଲେ । ଲୋକମାନେ ଅନାୟାସରେ ବାହାରେ ବୁଲୁଥିଲେ, ପ୍ରବଳ ଭିଡ ଜମାଉଥିଲେ । ଯାହା ଫଳରେ କି ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଥିଲା ।

India ignored Scientists Advice

   Related Posts