ଇଣ୍ଡିଆନ୍ ଆଇଡଲ୍ ଫେମ୍ ସିଙ୍ଗର୍ ରେଣୁ ନାଗରଙ୍କ ପ୍ରେମିକଙ୍କ ଆତ୍ମହତ୍ୟା : ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି ହେଲେ ରେଣୁ

Published By : Prameya-News7 Bureau | August 28, 2020 IST

ଅଲଓ୍ବର ୨୮/୮: ଅଲଓ୍ବର ସହରରୁ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲରେ ଭାଗ ନେଇଥିବା ଗାୟିକା ରେଣୁ ନାଗରଙ୍କ ପ୍ରେମିକ ରବି ନଟଙ୍କ ଗତକାଲି ରାତିରେ ବିଷାକ୍ତ ପଦାର୍ଥ ଖାଇବା ଦ୍ବାରା ମୃତ୍ୟୁ ହୋଇଯାଇଛି। ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗାୟିକା ମାନସିକ ଭାରସାମ୍ୟ ହରାଇ ବେହୋଶ ହୋଇଯାଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ମିତ୍ତଲ୍ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।

{"id":321641,"sizeSlug":"large"}

ବର୍ତ୍ତମାନ ରେଣୁଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କର ଚିକିତ୍ସା ଜାରି ରହିଛି। ବିଳମ୍ବିତ ରାତିରେ ରେଣୁଙ୍କ ପ୍ରେମିକ ରବି ବିଷାକ୍ତ ଜିନିଷ ଖାଇ ବେହୋଶ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାସେ ତଳେ ରବି ଇଣ୍ଡିଆନ୍ ଆଇଡଲ୍ ଫେମ୍ ପ୍ରେମିକା ରେଣୁ ନାଗରଙ୍କ ସହ ଫେରାର ହୋଇଯାଇଥିଲେ। ଏହା ପରେ ରେଣୁଙ୍କ ବାପା ମହିଳା ଥାନାରେ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଯିବାର ମାମଲା ରୁଜୁ କରିଥିଲେ ଏବଂ ୫ଦିନ ତଳେ ସେ ଫେରିଥିଲେ।

{"id":321642,"sizeSlug":"large"}

ପୋଲିସ୍ ପଚରାଉଚୁରାରେ ରେଣୁଙ୍କ ବୟାନ ରୁଜୁ ହେବା ପରେ ରବିଙ୍କୁ ମୁକ୍ତ କରାଯାଇଥିଲା। ଏହା ପରେ ରବି ଗତକାଲି ରାତିରେ ବିଷାକ୍ତ ଜିନିଷ ଖାଇ ଦେଇଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ କିନ୍ତୁ ସେ ରାତି ୧୧.୧୫ରେ ମୃତ୍ୟୁବରଣ କରିଥିଲେ।

{"id":321643,"sizeSlug":"large"}

ରବି ନଟ ଭରତପୁର ଜିଲ୍ଲାରେ ରହୁଥିଲେ ଏବଂ ଅଲଓ୍ବରରେ ଭଡ଼ାଘରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେ ନିଜ ଗାଁରେ ରହୁଥିଲେ।

{"id":321644,"sizeSlug":"large"}

ରେଣୁ ନାଗରଙ୍କ ପ୍ରେମିକ ରବି ନଟ ତାଙ୍କ ଘରକୁ ତବଲା ଶିଖିବାକୁ ଆସୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଜୁନ୍ ମାସରେ ଦୁହେଁ ଫେରାର ହୋଇଯାଇଥିଲେ। ରବି ନଟଙ୍କ ପତ୍ନୀ ଏବଂ ୨ ପିଲା ଅଛନ୍ତି।

{"id":321645,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.