Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ତେଓ୍ଵର ଭି… ତେୟାର ଭି… ମୋଦୀଙ୍କ ଷ୍ଟ୍ରାଇକ୍‌ରେ ଦୋହଲିଲା ଚୀନ ତମ୍ବୁ, ପଛକୁ ହଟିବାକୁ ହେଲା ବିବଶ

6/07/2020 at 8:46 PM

ନୂଆଦିଲ୍ଲୀ ୦୬।୦୭: ଗଲଓ୍ଵାନ ଉପତ୍ୟକାରେ ଶେଷରେ ଚୀନ ନିଜ ପାଦ ପଛକୁ ଟାଣିବାକୁ ବାଧ୍ୟ ହୋଇଛି। ଭାରତର କୂଟନୈତିକ ପ୍ରହାର ଚୀନକୁ ଦେଇଛି ଉଚିତ୍ ଶିକ୍ଷା। ଭାରତର କଠୋର ଆଭିମୁଖ୍ୟ ଓ ଅଦ୍ଭୁତପୂର୍ବ କୂଟନୈତିକ ପଦକ୍ଷେପକୁ ଦେଖି ଚୀନ ନିଜର ସୈନିକଙ୍କୁ ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ଟାଣି ନେଇଛି। ଏହା ପୂର୍ବରୁ ଚୀନ କେବଳ ଆଲୋଚନା ଜରିଆରେ ସମୟ ଗଡାଇ ଗଲଓ୍ଵାନରେ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଥିଲା। ମାତ୍ର ଭାରତ ଏହାର ଘାରେ ଚୂନ ମାରିଛି। ଭାରତ କେବଳ ଆର୍ଥିକ ମୋର୍ଚ୍ଚାରେ ନୁହେଁ ବରଂ କରୋନା କାରଣରୁ ବଦନାମ ହୋଇଥିବା ଚୀନକୁ କୂଟନୈତିକ ମୋର୍ଚ୍ଚାରେ ଦୃଢ ଜବାବ ଦେଇଛି। ଭାରତର କଠୋର ପଦକ୍ଷେପ ଏବଂ ସାମରିକ-ଆର୍ଥିକ-କୂଟନୈତିକ ମୋର୍ଚ୍ଚାରେ ଘେରି  ହୋଇଯିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗାଦି ମଧ୍ୟ ବିପଦରେ ପଡିଛି। ତେଣୁ ଏମିତି ଘଡିସନ୍ଧି ତଥା ଜଟିଳ ପରିସ୍ଥିତିରେ ନିଜ ଜାଲରେ ନିଜେ ଫସି ଯାଇଥିବା ଚୀନକୁ ପଛଘୁଞ୍ଚା ଦେବା ଛଡା ଆଉ କିଛି ଉପାୟ ନଥିଲା।

କମାଣ୍ଡରସ୍ତରୀୟ ଆଲୋଚନା, ଅଟଳ ରହିଲା ଭାରତ

ଚୀନ ସହିତ ଭାରତ ଅନେକ ଥର କମାଣ୍ଡରସ୍ତରୀୟ ଆଲୋଚନା କରିଛି ମାତ୍ର ଚୀନ ମାନିବାକୁ ପ୍ରସ୍ତୁତ ନଥିଲା। ଭାରତ ମଧ୍ୟ ନିଜ ଆଭିମୁଖ୍ୟରେ ଅଟଳ ରହିଲା। କୌଣସି ପ୍ରକାରର ସାଲିସ୍ କରିବାକୁ ପ୍ରସ୍ତୁତ ନଥିଲା। ଭାରତ ସ୍ପଷ୍ଟ ଭାବେ ସୂଚାଇ ଦେଇଥିଲା ଯେ, ସେ ଗୋଟିଏ ଇଞ୍ଚ ଜମି ଉପରେ କୌଣସି ସାଲିସ୍ କରିବ ନାହିଁ। ଏମିତିରେ ଚୀନର ଉଦ୍ଦେଶ୍ୟ ସଫଳ ହୋଇପାରିନଥିଲା ଏବଂ ନିଜର ହୀନ ଉଦ୍ଦେଶ୍ୟକୁ ପରିହାର କରିବାକୁ ପଡିଛି।

ଆଲୋଚନା ଜରିଆରେ ସମୟ କାଟିବାକୁ ଚାହୁଁଥିଲା ଚୀନ

ବିଶେଷଜ୍ଞଙ୍କ ଅନୁଯାୟୀ ଚୀନ କେବଳ ଆଲୋଚନା ବାହାନା କରି ସମୟ ଅତିବାହିତ କରିବାକୁ ଚାହୁଁଥିଲା। ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଦସ୍ୟ ରହି ସାରିଥିବା ବ୍ରହ୍ମ ଚେଲାନୀ କହିଛନ୍ତି, ଚୀନ ସହଜରେ ପଛକୁ ହଟିବା ଜନ୍ତୁ ନୁହେଁ। ଏହା ସ୍ପଷ୍ଟ ଯେ ନଛୋଡବନ୍ଧା ଚୀନକୁ ଭାରତ ପକ୍ଷରୁ ଜୋରଦାର ଝଟକା ଲାଗିଛି। କୂଟନୈତିକ ଜବାବ ସହିତ ଭାରତ ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ଚୀନକୁ ଝଟକା ପରେ ଝଟକା ଦେଇ ଚାଲିଥିଲା।

୫୯ ଚାଇନିଜ୍ ଆପ୍ସ ନିଷିଦ୍ଧ

ଏହା ସହିତ ଭାରତ ସରକାର ଚୀନକୁ ଆର୍ଥିକ ମୋର୍ଚ୍ଚାରେ ମଧ୍ୟ ବଡ ଝଟକା ଦେଇଛନ୍ତି। ସରକାର ଗତ ସପ୍ତାହରେ ୫୯ ଚାଇନିଜ୍ ଆପ୍ସ ନିଷିଦ୍ଧ କରିଛନ୍ତି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜରମ, ସେୟାର ଇଟ୍ ପରି ଲୋକପ୍ରିୟ ଆପ୍ସ ସାମିଲ ଥିଲା। ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ଚାଇନିଜ୍ କମ୍ପାନୀ ଟିକ୍‌ଟକ୍‌ର ପ୍ରାୟ ୪୫ ହଜାର କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି।

ଆର୍ଥିକ ମୋର୍ଚ୍ଚାରେ ଜୋରଦାର ଝଟକା

ବିଏସଏନଏଲ ଓ ଏମଟିଏନଏଲ ଚୀନ ଉତ୍ପାଦିତ ଉପକରଣ ବ୍ୟବହାର ନକରିବାକୁ କହିଛି। ବିଏସଏନଏଲ ୨୦୨୦ ମାର୍ଚ୍ଚ ୨୩ରେ ଯେଉଁ  ଟେଣ୍ଡର ଜାରି କରିଥିଲା, ତାହା ବାତିଲ୍ କରିଛି। ଏବେ ମେକ୍ ଇନ୍‌ ଇଣ୍ଡିଆକୁ ଗୁରୁତ୍ଵ ଦିଆଯାଇଛି। ସେହି ପରି ଚୀନକୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବଡ ଝଟକା ଲାଗିଛି। ଉଦ୍ଧବ ସରକାର ଚୀନୀ କମ୍ପାନୀ ସହିତ କରିଥିବା ଚୁକ୍ତିକୁ ସ୍ଥଗିତ ରଖିଛନ୍ତି। ତିନୋଟି ପ୍ରକଳ ପାଇଁ ଚୀନ କମ୍ପାନୀ ସହିତ ୫ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଗଲଓ୍ଵାନରେ ସଂଘର୍ଷ ପରେ ପରେ ରେଲଓ୍ଵେ ଚୀନ କମ୍ପାନୀର ଠିକାକୁ ରଦ୍ଦ କରିଥିଲା। ଏହି ପ୍ରକଳ୍ପରେ ପ୍ରାୟ ୪୭୧ କୋଟି ଟଙ୍କାର ବଜେଟ୍ ଥିଲା। ଏହାର ଟେଣ୍ଡର ଚୀନ କମ୍ପାନୀ ବେଜିଂ ନ୍ୟାସନାଲ ରେଲଓ୍ଵେ ରିସର୍ଚ୍ଚ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁୟଟ୍ସ ପାଖରେ ଥିଲା।  ଉତ୍ତର ପ୍ରଦେଶ ମେଟ୍ରୋ ରେଲ କର୍ପୋରେସନ(UPMRC) ବୈଷେୟିକ ତ୍ରୁଟି କାରଣରୁ କାନପୁର, ଆଗ୍ରା ମେଟ୍ରୋ ପାଇଁ ଚୀନୀ କମ୍ପାନୀ ରେଣ୍ଡରକୁ ବାତିଲ୍  କରିଛି। ମେଟ୍ରୋ କର୍ପୋରେସନ୍ କାନପୁର ଓ ଆଗ୍ରା ମେଟ୍ରୋ କର୍ପୋରେସନ ପ୍ରକଳ୍ପ ହେତୁ ଏହାର ଠିକା ବାମ୍ବାଡିୟର  ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌କକୁ ଦେଇଛି।

ବିଶ୍ଵ କୂଟନୀତି ପଡିଲା ଭାରି

କରୋନା ସଙ୍କଟ ସମୟରେ ଚୀନର ଛବି ସେମିତିରେ ପଳିନ ପଡିଥିଲା। ଆମେରିକା ସହିତ ବାଣିଜ୍ୟ ଲଢେଇ କାରଣରୁ ପୂର୍ବରୁ ଚୀନ ଆର୍ଥିକ ସଙ୍କରଟ ସମ୍ମୁଖୀନ ହୋଇଥିଲା। ଏହା ମଧ୍ୟରେ କରୋନା ମହାମାରୀ ଡ୍ରାଗନକୁ ଆହୁରି ଦୁର୍ବଳ କରିଥିଲା। ଗଲଓ୍ଵାନ ଉପତ୍ୟକା ପ୍ରସଙ୍ଗରେ ଆମେରିକା ଓ ଫ୍ରାନ୍ସ ଦେଶ ଭାରତ ସପକ୍ଷରେ ଖୋଲାଖୋଲି ଆସିଥିଲେ। ପାଶ୍ଚାତ୍ୟ ଦେଶଗୁଡିକ ସହିତ ଚୀନର ସମ୍ବନ୍ଧ ଖରାପ ହେବାରେ ଲାଗିଲା। ଅନ୍ୟପଟେ ସମୁଦ୍ରରେ ବୈଶ୍ଵିକ ଆଇନ୍ ଉଲ୍ଲଂଘନ କାରଣରୁ ଜାପାନ ଓ ଚୀନର ସମସ୍ତ ପଡୋଶୀ ଦେଶ ଚେତାବନୀ ଦେଇ ସାରିଛନ୍ତି। ଏମିତିରେ ସବୁ ମୋର୍ଚ୍ଚାରେ ଏକ ଘରିଆ ହେବା ପରେ ଡ୍ରାଗନ ଦୁର୍ବଳ ହୋଇ ପଡିଛି ଏବଂ ନିଜର ପାଦ ପଛକୁ ନେବାକୁ ବିବଶ ହେବାକୁ ପଡିଛି।

ଲେହ ଗସ୍ତ, ପ୍ରଧାନମନ୍ତ୍ରୀ ଦେଲେ ସ୍ପଷ୍ଟ ସନ୍ଦେଶ

ଚୀନକୁ ଜବାବ ଦେବା ଏବଂ ଯବାନଙ୍କୁ ଉତ୍ସାହିତ କରିବା ପାଇଁ ଅଚାନକ ଲେହ ଗସ୍ତ କରିଥିଲେ। ସେଠାରେ ସେ ନିଜର ଭାଷଣରେ ଚୀନକୁ କଡା ଶବ୍ଦରେ ସନ୍ଦେଶ ଦେବା ସହିତ ଭାରତ କୌଣସି ପରିସ୍ଥିତିରେ ସାଲିସ୍ କରିବ ନାହିଁ ସ୍ପଷ୍ଟ କରିଥିଲେ। ଆହତ ଯବାନଙ୍କୁ ଭେଟିବା ସମୟରେ ମୋଦୀ କହିଥିଲେ ଯେ, ନା ଭାରତ କେବେ ନଇଁବ ନା ନଇଁଛି। ଏହି ଗସ୍ତ ପରେ ଚୀନର କଠୋର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା।

   Related Posts