ଉତ୍ତର କୋରିଆକୁ ଭାରତର ୧ ନିୟୁତ ଡଲାରର ଚିକିତ୍ସକୀୟ ସହାୟତା

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫।୭:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ଙ୍କ ଅନୁରୋଧର ଜବାବରେ ଭାରତ ସରକାର ଉତ୍ତର କୋରିଆକୁ ପ୍ରାୟ ୧ ନିୟୁତ ଡଲାରର ଡାକ୍ତରୀ ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଶନିବାର ଏହି ସୂଚନା ଦେଇଛନ୍ତି। ଡେମୋକ୍ରାଟିକ ପ୍ୟୁପିଲସ ରିପବ୍ଲିକ ଅଫ କୋରିଆ (ଡିପିଆରକେ)ର ଚିକିତ୍ସା ଯୋଗାଣରେ ଉପୁଜିତିବା ବାଧାକୁ ନେଇ ଭାରତ ସମ୍ବେଦନଶୀଳ ଏବେ ଏ ବାବଦରେ ୧ ନିୟୁତ ଆମେରିକୀୟ ଡଲାରର ମାନବୀୟ ସହାୟତା ପ୍ରଦାନ କରାଯାଇଥିବା ବୈଦେଶିକ ମନ୍ତ୍ରାଳାୟ କହିଛନ୍ତି।

ଉତ୍ତର କୋରିଆ ସହ ଦୀର୍ଘ ବର୍ଷରୁ ବାହ୍ୟ ଜଗତ ସମ୍ପର୍କ ଛିନ୍ନ ହୋଇଛି। ଏଥିରେ ଦେଶ ଏବେ  ଯକ୍ଷ୍ମା( ଟିବି) ଔଷଧର ଘୋର ସଂକଟ ଦେଇ ଗତି କରୁଥିବା ବେଳେ ଏଥିଲାଗି ଡ୍ଲୁଏଚଓ ଭାରତକୁ ସହାୟତା ନିବେଦନ କରିଥିଲେ। ଏହାର ଜବାବରେ ଭାରତ ଉତ୍ତର କୋରିଆ ପ୍ରତି ନିଜର ସମ୍ବେଦନଶୀଳତା ବ୍ୟକ୍ତ କରିଥିବା ବେଳେ  ଡିପିଆରକେରେ ଡବ୍ଲୁଏଚଓଙ୍କ  ଯକ୍ଷ୍ମା ନିରାକରଣ ଅଭିଯାନକୁ ଔଷଧ ସହାୟତା କରିଛନ୍ତି। ଡବ୍ଲୁଏଚଓ ପ୍ରତିନିଧିଙ୍କ ଉପସ୍ଥିତିରେ ଉତ୍ତରକୋରିଆରେ ଭାରତର ରାଷ୍ଟ୍ର ଦୂତାଙ୍କ ଦ୍ୱାରା ଉତ୍ତର କୋରିଆ ରାଷ୍ଟ୍ରଦୂତଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.