ଭାରତର ଏହି ପଦକ୍ଷେପରେ ବିପଦରେ ପଡିଯିବ ସାରା ଦୁନିଆ ! ସାଙ୍ଘାତିକ ହେବ କରୋନର ନୂତନ ଭାରିଏଣ୍ଟ, ଚେତାବନୀ ଦେଲେ ବୈଜ୍ଞାନିକ

Published By : Prameya-News7 Bureau | May 16, 2021 IST

ନୂଆଦିଲ୍ଲୀ ୧୬।୦୫: ଭାରତରେ କରୋନାରେ ବିଗୁଡୁଥିବା ଅବସ୍ଥାର ପ୍ରଭାବ ଆଫ୍ରିକି ଦେଶଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି। ନିଜ ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଭାରତ ଭ୍ୟାକ୍ସିନ ରପ୍ତାନୀ ଉପରେ ରୋକ୍ ଲଗାଇଛି। ଏହି କାରଣରୁ ଆଫ୍ରିକା ଦେଶଗୁଡିକ ଟିକା ସଙ୍କଟର ସାମ୍ନା କରୁଛନ୍ତି। କେନିଆର ଜଣେ ବଡ ବୈଜ୍ଞାନିକ ଏହାକୁ ନେଇ ସମଗ୍ର ଦୁନିଆକୁ ଚେତାବନୀ ଦେଇଛନ୍ତି। ତାଙ୍କ ମତରେ ଆଫ୍ରିକି ଦେଶଗୁଡିକରେ ଭ୍ୟାକ୍ସିନର ଅଭାବ କାରଣରୁ ସଂକ୍ରମଣର ବିପଦ ଅଧିକ ହେବ ଏବଂ ପୂରା ଦୁନିଆରେ କରୋନାର ସୁପର ଭାରିଏଣ୍ଟର ପ୍ରସାର ଘଟିବ। ସୁପର ଭାରିଏଣ୍ଟ ସାରା ଦୁନିଆକୁ ବ୍ୟାପିଯିବ।

କେନିଆ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ 'କୋଭାକ୍ସ' ସଂଗଠନ ଉପରେ ନିର୍ଭର। ସମସ୍ତ ଦେଶକୁ ସମାନ ଭ୍ୟାକ୍ସିନ ଯୋଗାଇବା ଏହି ବିଶ୍ଵ ସଂଗଠନର ଉଦ୍ଦେଶ୍ୟ। କୋଭାକ୍ସ କାରଣରୁ ଆଫ୍ରିକି ଦେଶଗୁଡିକୁ କୋଭିସିଲ୍ଡର ଲକ୍ଷାଧିକ ଡୋଜ୍ ମିଳି ପାରିଥିଲା। ଆଷ୍ଟ୍ରାଜେନେକାର ଏହି ଭ୍ୟାକ୍ସିନ ଭାରତରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ଵାରା ଉତ୍ପାଦ ହେଉଛି। କେନିଆ ଏ ପର୍ଯ୍ୟନ୍ତ ମିଳିଥିବା ସମସ୍ତ ଟିକା ବ୍ୟବହାର କରି ସାରିଛି। ଭାରତ ଦ୍ଵାରା ଭ୍ୟାକ୍ସିନ ରପ୍ତାନୀ ଉପରେ ରୋକ୍ ଲାଗି ଥିବାରୁ ସେଠାରେ ଟିକାକରଣ ଅଭିଯାନ ବନ୍ଦ ହେବାର ଦ୍ଵାର ଦେଶରେ ପହଞ୍ଚିଛି।

{"id":453280,"sizeSlug":"large","linkDestination":"none"}

ଓ୍ଵାର୍ଲ୍ଡ ଡାଟା ଅନୁଯାୟୀ, କେନିଆର ଦୁଇ ପ୍ରତିଶତରୁ ମଧ୍ୟ କମ ଜନସଂଖ୍ୟାକୁ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ଭ୍ୟାକ୍ସିନର ଗୋଟିଏ ଡୋଜ୍ ମିଳିଛି। କୋଭାକ୍ସ ଜରିଆରେ ଜୁନରେ ମିଳିବାକୁ ଥିବା ଟିକା ଉପରେ ନେଇ ମଧ୍ୟ ସନ୍ଦେହ ରହିଛି। କେନିଆର ଜନସଂଖ୍ୟା ବହୁତ କମ। ଏହା ସତ୍ତ୍ଵେ ବି ଦୁଇ ପ୍ରତିଶତରୁ କମ ଲୋକଙ୍କୁ ଗୋଟିଏ ଡୋଜ୍ ଟିକା ମିଳିବା ଚିନ୍ତାର ବିଷୟ। କିନ୍ତୁ ଆଫ୍ରିକାର ବାକି ଦେଶଗୁଡିକରେ ଅବସ୍ଥା କେନିଆଠୁ ମଧ୍ୟ ଆହୁରି ଶୋଚନୀୟ।

ଡ. କଲେବି ଚେତାବନୀ ଦେଇଛନ୍ତି ଯେ, ଭ୍ୟାକ୍ସିନର ଏହି ସଙ୍କଟ ନୂତନ ସୁପର ଭାରିଏଣ୍ଟ ସୃଷ୍ଟି ହେବାର କାରଣ ପାଲଟିପାରେ। ଯେ ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ନାହାନ୍ତି ସେ ପର୍ଯ୍ୟନ୍ତ କେହି ମଧ୍ୟ ସୁରକ୍ଷିତ ନୁହନ୍ତି। ହୁର ପ୍ରମୁଖ ଟେଡ୍ରସ ଅଧନୋମ ମଧ୍ୟ ଟିକାର ଅଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.