Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭାରତୀୟ ସେନାଙ୍କୁ ମିଳିବ ଦୁନିଆର ସବୁଠାରୁ ଭୟଙ୍କର ବନ୍ଧୁକ AK 203 ରାଇଫଲ

3/03/2019 at 3:44 PM

ଦିଲ୍ଲୀ ୩/୩ : ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାକୁ ନଜରରେ ରଖି ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି | ସେନାକୁ AK 47 ରାଇଫଲର ଆଧୁନିକ ଭର୍ସନ AK 203 ଦିଆଯିବ | ଏଥିପାଇଁ ଭାରତ ରୁଷ ସହ ଚୁକ୍ତି କରିଛି | ଏହି ଚୁକ୍ତି ଅନୁସାରେ, ଭାରତ ରୁଷ ଠାରୁ ୭ ଲକ୍ଷ ୫୦ ହଜାର ଆସ୍ଲଟ ରାଇଫଲ ଆଣିବ |


AK 203 ଆସ୍ଲଟ ରାଇଫଲ ପାଇଁ ଓଏଫବି ଏବଂ ରୁଷର ଏକ କମ୍ପାନୀ ମଧ୍ୟରେ ଚୁକ୍ତି ସାକ୍ଷର ହୋଇଛି | ଏହି ରାଇଫଲ ଭାରତ ଏବଂ ରୁଷର କମ୍ପାନୀ ମିଳିତ ଭାବେ ତିଆରି କରିବେ | ଭାରତୀୟ ସେନାର ପୁରୁଣା ଇନସାସ ରାଇଫଲକୁ ସ୍ଥାନାନ୍ତର କରାଯିବ ଏବଂ ଏହା ବଦଳରେ ଯବାନଙ୍କୁ ଏକେ-୨୦୩ ରାଇଫଲ ଦିଆଯିବ |


୧୦ ବର୍ଷା ପୂର୍ବରୁ ରୁଷ ଭାରତୀୟ ସେନା ପାଇଁ AK-47 ରାଇଫଲର ନୂଆ ଭର୍ସନ ଜାରି କରିଥିଲା | ସେତେବେଳେ ଉଭୟ ଦେଶ ମଧ୍ୟରେ AK–203 ରାଇଫଲ ବାବଦରେ ଆଲୋଚନା ହୋଇଥିଲା କିନ୍ତୁ କୌଣସି ଚୁକ୍ତି ହୋଇନଥିଲା | ଏବେ ଭାରତ ସରକାର ଏବଂ ରୁଷ ମଧ୍ୟରେ ୨୦୧୮ ମସିହାର AK–203 ମଡେଲ ଚୁକ୍ତି ହୋଇଛି | ଉଭୟ ଦେଶ ଏଥିପାଇଁ ସହମତି ଦେଇଛନ୍ତି | AK–203 ରାଇଫଲ AK ସିରିଜର ସବୁଠାରୁ ଭୟଙ୍କର ରାଇଫଲ ବୋଲି କୁହାଯାଏ |


AK–203 ରାଇଫଲର ବିଶେଷତ୍ୱ :
ଏହାର ସଠିକ ଆକ୍ରମଣ କରିଥାଏ | ଏଥିରେ ଉଭୟ ଅଟୋମେଟିକ ଏବଂ ସେମି ଅଟୋମେଟିକ ସିଷ୍ଟମ ରହିଛି | ଠାରେ ଟ୍ରିଗର ଦବେଇ ରଖିଲେ ଗୁଳି ଚାଲୁଥିବ | ଏହା ୩.୨୫ ଫୁଟ ଲମ୍ବ | ଗୁଳି ସହିତ ଏହାର ଓଜନ ପାଖାପାଖି ୪ କିଲୋ | ୧ ମିନିଟରେ ୬୦୦ ଗୁଳି ମରାଯାଇପାରିବ | ଅର୍ଥାତ ଗୋଟିଏ ସେକେଣ୍ଡରେ ୧୦ ଗୁଳି | ଏହାର ରେଞ୍ଜ ୪୦୦ ମିଟର ପର୍ଯ୍ୟନ୍ତ ରହିବ | ନୂଆ ସୈନିକ ମଧ୍ୟ ଏଥିରେ ଲକ୍ଷ୍ୟ ଭେଦ କରିପାରିବ | ଏହାକୁ ମାତ୍ର ୧ ମିନିଟରେ ପୁନର୍ବାର ସଂଗଠିତ କରାଯାଇପାରିବ |

   Related Posts