Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସମୁଦ୍ରରେ ଫସିଲା ଜାହାଜ, ତୈଳ ନିର୍ଗତ ରୋକିବା ପାଇଁ ମରିସସ୍‌କୁ ଏମିତି ସାହାଯ୍ୟର ହାତ ବଢାଇଲା ଭାରତ

16/08/2020 at 7:21 PM

ନୂଆଦିଲ୍ଲୀ ୧୬।୦୮: ମରିସସ୍‌ ସମୁଦ୍ର କୂଳରେ ଫସିଥିବା ଜାପାନର ମାଲିକାନାରେ ଥିବା ଏକ ଜାହାଜରୁ ନିର୍ଗତ ହେଉଥିବା ତୈଳକୁ ରୋକିବା ପାଇଁ ଏବେ ଭାରତ ସାହାଯ୍ୟର ହାତ ବଢାଇଛି। ବୈଦେଶିକ ମନ୍ତ୍ରଣାଳୟ ରବିବାର କହିଛି ମରିସସ୍‌ ଜାହାଜରୁ ହେଉଥିବା ତୈଳ ନିର୍ଗତକୁ ରୋକିବା ପାଇଁ ଭାରତ ଉପକରଣ ଓ ମାଟେରିଆଲ ପଠାଇଛି। ତୈଳ ନିର୍ଗତ ରୋକିବା  ଓ ଉଦ୍ଧାରକାର୍ଯ୍ୟ ପାଇଁ ଭାରତୀୟ ବାୟୁସେନାର ଏକ ବିମାନରେ ୩୦ ଟନରୁ ଅଧିକ ଟେକ୍ନୋଲୋଜି ଉପକରଣ ଓ ସାମଗ୍ରୀ ପଠାଯାଇଛି।

ମନ୍ତ୍ରଣାଳୟ ରବିବାର କହିଛି ତୈଳ ନିର୍ଗତ ରୋକିବା ପାଇଁ ବିଶେଷଜ୍ଞ ତଟରକ୍ଷୀ ବାହିନୀର ୧୦ ସଦସ୍ୟ ବିଶିଷ୍ଟ ଟିମ୍‌କୁ ମଧ୍ୟ ମରିସସ୍‌ରେ ମୁତୟନ କରାଯାଇଛି। ଉଲ୍ଲେଖନୀୟ ଏକ  ଜାପାନୀ ଜାହାଜ ଜୁଲାଇର ଶେଷ ଆଡକୁ ମରିସସ୍‌ ସମୁଦ୍ର କୂଳ ନିକଟରେ ଏକ ଚଟ୍ଟାଣରେ ଫସି ରହିଛି। ଏହାର କିଛି ଦିନ ପରେ ପରିବେଶ ପାଇଁ ଏହି ସମ୍ବେଦନଶୀଳ କ୍ଷେତ୍ରରେ ଶତାଧିକ ଟନ୍‌ ତୈଳ ନିର୍ଗତ ଆରମ୍ଭ ହୋଇଥିଲା। ଶନିବାର ମରିସସ୍‌ର ଅଧିକାରୀ କହିଛନ୍ତି ଜାହାଜ ଏମ ଭି ଓ୍ଵାକଶିୟୋ ଚଟ୍ଟାଣରେ ବାଡେଇ  ହୋଇ ଭାଙ୍ଗି ଯାଇଛି।

ଗତ ସପ୍ତାହରେ ମରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ପରିବେଶ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ ଓ ସ୍ଥିତିର ମୁକାବିଲା ପାଇଁ ଅନ୍ତରାଷ୍ଟ୍ରୀୟ ସହାୟତା ଲୋଡିଥିଲେ। ଏବେ ମରିସସ୍‌ ସରକାରଙ୍କ ଅନୁରୋଧକ୍ରମେ ଭାରତ ସରକାର ୩୦ ଟନ୍ ଟେକ୍ନୋଲଜି ଉପକରଣ ଓ ସାମଗ୍ରୀ ଭାରତୀୟ ବାୟୁସେନାର ଏକ ବିମାନ ଜରିଆରେ ଘଟଣାସ୍ଥଳକୁ ପଠାଇଛନ୍ତି।

   Related Posts