ଇମରାନ ଖାନଙ୍କୁ ଭାରତ ଦେଲା ଚେତାବନୀ – ‘‘ଆତଙ୍କବାଦୀଙ୍କ ବିରୁଦ୍ଧରେ ନୂଆ ଆକ୍ସନ ନେଉ ‘‘ନୂଆ ପାକିସ୍ତାନ’’

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯/୩: ଭାରତ ପୁଣି ଥରେ ପାକିସ୍ତାନ ବିରୋଧରେ ମିଛ କହିବାର ଅଭିଯୋଗ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଆଜି କହିଛନ୍ତି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ ଏଫ-୧୬ର ବ୍ୟବହାର କରିଥିଲା,କିନ୍ତୁ ଏବେ ମିଛ କହୁଛି ପାକିସ୍ତାନ। ସେ କହିଛନ୍ତି ପାକିସ୍ତାନ ଏବେ ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ। ବାଲାକୋଟ ପାଇଁ ଆମେ ସୁନିଶ୍ଚିତ ଅଛୁ ଯେ ଆମେ ସଫଳ ହୋଇଛୁ। ପାକିସ୍ତାନ ସାମ୍ବାଦିକଙ୍କୁ ସେଠାକୁ ଯିବା ପାଇଁ ବାରଣ କରିଛି। ପାକିସ୍ତାନ ମାମଲାକୁ ଲୁଚାଇବାକୁ ଉଦ୍ୟମ କରୁଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୟୁଏନ୍ ପୁଲଓ୍ବାମା ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦ ସାମିଲ ହେବା କଥା କହିଥିଲା। କିନ୍ତୁ ପାକିସ୍ତାନ ଏହା ଅସ୍ବୀକାର କରିଛି। ଯଦି ପାକିସ୍ତାନ ନିଜକୁ ‘ନୂଆ ଚିନ୍ତାଧାରା’ ଥିବା ‘ନୂଆ ପାକିସ୍ତାନ’ ହେବାର ଦାବି କରୁଛି ତେବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ‘ନୂଆ କାର୍ଯ୍ୟାନୁଷ୍ଠାନ’ ନେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.