ମହାମାରୀ ସତ୍ତ୍ୱେ ୨.୬ ପ୍ରତିଶତ ବଢିଛି ବିଶ୍ବର ପ୍ରତିରକ୍ଷା ବଜେଟ୍‌ : ସାମରିକ ଖର୍ଚ୍ଚରେ ଭାରତ ବିଶ୍ବର ତୃତୀୟ ଶକ୍ତିଶାଳୀ ଦେଶ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬/୦୪ : ବିଶ୍ବର ସବୁଠାରୁ ଶକ୍ତିଶାଳୀ ସେନାବାହିନୀ ମଧ୍ୟରୁ ଭାରତୀୟ ସେନା ହେଉଛି ଅନ୍ୟତମ । ବିଯୁକ୍ତ ତାପମାତ୍ରା ହେଉ କିମ୍ବା ଉଚ୍ଚ ପର୍ବତ ସର୍ବଦା ସଜାଗ ଥାଆନ୍ତି ଭାତୀୟ ଯବାନ । ବିଶ୍ବର ଶକ୍ତିଶାଳୀ ତଥା ବିକଶିତ ଦେଶମାନଙ୍କୁ ଟକ୍କର ଦେବାରେ ମଧ୍ୟ ମାହିର ଭାରତୀୟ ସେନା । ପ୍ରତିରକ୍ଷା କ୍ଷେତ୍ରରେ ଭାରତ କରୁଥିବା ବିନିଯୋଗ ରାଶିର ପରିମାଣ ବିଶ୍ବର ତୃତୀୟ ସର୍ବାଧିକ ।

ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ସେନା ବିଶ୍ବର ତୃତୀୟ ଶକ୍ତିଶାଳୀ ସେନା ଭାବେ ପରିଗଣିତ ହୋଇଛି । ଆମେରିକା ଏବଂ ଚୀନ ପରେ ଭାରତୀୟ ସେନା ପାଇଁ ଅଧିକ ପରିମାଣର ଅର୍ଥରାଶି ବିନିଯୋଗ ହେଉଛି । ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ବର ସବୁଠାରୁ ଅଧିକ ଖର୍ଚ୍ଚ କରୁଥିବା ଦେଶମାନଙ୍କ ମଧ୍ୟରେ ରହିଛି ଆମେରିକା । ୭୭୮ ବିଲିୟନ ଡଲାର ସହିତ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨୫୨ ବିଲିୟନ ଡଲାର ସହ ଚାଇନା ଦ୍ବିତୀୟ ସ୍ଥାନରେ ରହିଛି । ୭୨.୯ ବିଲିୟନ ଡଲାର ସହିତ ତୃତୀୟ ସ୍ଥାନରେ ରହିଛି ଭାରତୀୟ ସେନା । ସେହିପରି ଋଷ ୬୧.୭ ବିଲିୟନ ଡଲାର ସହ ୪ର୍ଥ, ଇଂଲଣ୍ଡ ୫୯.୨ ବିଲିୟନ ଡଲାର ସହ ୫ମ, ସାଉଦି ଆରବ ୫୭.୫ ବିଲିୟନ ଡଲାର ସହ ୬ଷ୍ଠ,  ୫୨.୮ ବିଲିୟନ ଡଲାର ସହ ଜର୍ମାନୀ  ସପ୍ତମ, ୫୨.୭ ବିଲିୟନ ଡଲାର ସହ ଫ୍ରାନ୍ସ ୮ମ, ଜାପାନ ୪୯.୧ ବିଲିୟନ ଡଲାର ସହ ନବମ ଏବଂ ଦକ୍ଷିଣ କୋରିଆ ୪୫.୭ ବିଲିୟନ ଡଲାର ସହିତ ୧୦ମ ସ୍ଥାନରେ ରହିଛି । ବିଶ୍ବର ଏହି ୧୦ଟି ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ ହେଉଥିବା ମୋଟ ଅର୍ଥରାଶିର ପ୍ରାୟ ୭୫ ପ୍ରତିଶତ ବିନିଯୋଗ କରନ୍ତି । ମହାମାରୀ ସତ୍ତ୍ୱେ ୨.୬ ପ୍ରତିଶତ ବଢିଛି ବିଶ୍ବର ପ୍ରତିରକ୍ଷା ବଜେଟ୍‌ ।

wp:embed {"url":"https://twitter.com/SIPRIorg/status/1386599680407052289","type":"rich","providerNameSlug":"twitter","responsive":true,"className":""}
https://twitter.com/SIPRIorg/status/1386599680407052289
/wp:embed

କରୋନା ମହାମାରୀ ଜାରି ରହିଥିଲେ ମଧ୍ୟ ସାମରିକ ଖର୍ଚ୍ଚ କ୍ଷେତ୍ରରେ ସାଲିସ କରିନାହିଁ ଭାରତ । ସେନାବାହିନୀକୁ ଆବଶ୍ୟକୀୟ ସରଞ୍ଜାମ ପାଇଁ ଅର୍ଥ ଯୋଗାଇଦେଇଛି ଭାରତ । ସୁପ୍ରୋ ରିପୋର୍ଟ ଅନୁଯାୟୀ, ବର୍ଷ ୨୦୧୯ ତୁଳନାରେ ୨୦୨୦ ତୁଳନାରେ ସାମରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଛି ଭାରତ । ୨୦୧୯ରେ ଏଥିପାଇଁ ଭାରତ ଖର୍ଚ୍ଚ କରିଥିଲା ୭୧.୧ ବିଲିୟନ ଡଲାର । ସେହିପରି ୨୦୨୦ ମସିହାରେ ମହାମାରୀ ସ​‌େ​‌ତ୍ତ୍ବ ୭୨.୯ ବିଲିୟନ ଡଲାର ଖର୍ଚ୍ଚ କରିଛି ଭାରତ ।

{"width":835,"height":470}
INDIAN ARMY FAN'S on Twitter: "Bharat Mata Ki Jai ? Jai Hind #INDIANARMY  #IndiaStandWithArmyAndModi #GalwanValley… "

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.