Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡ୍ରାଗନକୁ ଘେରିବାକୁ ପ୍ରସ୍ତୁତି, ଦକ୍ଷିଣ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ କଲା ଭାରତ

30/08/2020 at 5:00 PM

ନୂଆଦିଲ୍ଲୀ ୩୦।୦୮: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖରେ ମେ ମାସରୁ ଉତ୍ତେଜନାମୂଳକ ସ୍ଥିତି ଜାରି  ରହିଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ସାମରିକସ୍ତରରେ ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ବି ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ମେ ମାସ ପୂର୍ବର ସ୍ଥିତାବସ୍ଥା କାଏମ ହୋଇ ପାରୁନାହିଁ। ଏମିତି ସ୍ଥିତିରେ ଭାରତ ଚୀନକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରି ସାରିଛି। ଭାରତ ଚୁପ୍‌ଚାପ୍‌ ଦକ୍ଷିଣ ଚୀନ ସାଗରରେ ନିଜର ଯୁଦ୍ଧପୋତ ମୁତୟନ କରିଛି। ଚୀନ ଏହି କ୍ଷେତ୍ରରେ ଭାରତୀୟ ନୌସେନାର ଉପସ୍ଥିତି ଉପରେ ଆପତ୍ତି ଉଠାଇଛି।

ସରକାରୀ ସୂତ୍ର ଅନୁଯାୟୀ ଗଲଓ୍ଵାନ ହିଂସା ପରେ ପରେ ଭାରତୀୟ ନୌସେନା ଦକ୍ଷିଣ ଚୀନ ସାଗରରେ ନିଜର ଆଗ ଧାଡିର ଯୁଦ୍ଧପୋତକୁ ମୁତୟନ କରିଛି। ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ଏହି କ୍ଷେତ୍ରକୁ ନିଜର ଜଳସୀମା ବୋଲି ଦାବି କରୁଛି ଏବଂ ଏହି ଅଞ୍ଚଳରେ ଅନ୍ୟ ଦେଶର ସୈନ୍ୟ ଉପସ୍ଥିତିକୁ ଭୁଲ ବୋଲି କହୁଛି।

ସୂତ୍ର ଅନୁଯାୟୀ ଦକ୍ଷିଣ ଚୀନ ସାଗରରେ ଭାରତୀୟ ନୌସେନାର ଯୁଦ୍ଧଜାହାଜ ତୁରନ୍ତ ମୁତୟନ ଚୀନ ନୌସେନା ଓ ସୁରକ୍ଷା ପ୍ରତିଷ୍ଠାନ ଉପରେ ବ୍ୟାପକ ପ୍ରଭାବ ପଡିଛି ଏବଂ କୂଟନୈତିକ ଆଲୋଚନା ସମୟରେ ଚୀନ ଭାରତ ପ୍ରତିପକ୍ଷଙ୍କ ଠାରେ ଏହି ପ୍ରସଙ୍ଗରେ ଅଭିଯୋଗ କରିଛି। ଭାରତୀୟ ଯୁଦ୍ଧଜାହାଜ ନିରନ୍ତର ସେଠାରେ ମୁତୟନ ଆମେରିକାର ଯୁଦ୍ଧଜାହାଜ ସହ ଯୋଗାଯୋଗରେ ରହିଛି।

ଅପରପକ୍ଷେ ନିୟମିତ ସୈନ୍ୟ ଅଭ୍ୟାସ ସମୟରେ ଭାରତୀୟ ଯୁଦ୍ଧପୋତକୁ କ୍ରମାଗତ ଅନ୍ୟ ଦେଶର ସୈନ୍ୟ ଜାହାଜର ଗତିବିଧିର ସ୍ଥିତି ବିଷୟରେ ଅପଗତ କରାଯାଉଥିଲା। କୌଣସି ପ୍ରକାରର ଅପ୍ରତ୍ୟାଶିତ ଘଟଣାରୁ ବର୍ତ୍ତିବା ପାଇଁ ପୂରା ମିଶନକୁ ବହୁତ ଚତ୍ମକାର ଢଙ୍ଗରେ କରାଯାଇଛି। ଗଲଓ୍ଵାନ ରକ୍ତାକ୍ତ ସଂଘର୍ଷ ପରଠୁ ଭାରତୀୟ ନୌସେନା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ନିକଟରେ ମଲକ୍କା ଜଳଡମରୁମଧ୍ୟରେ ନିଜର ସୀମାବର୍ତ୍ତୀ ଅଞ୍ଚଳରେ ଜାହାଜକୁ ମୁତୟନ କରି ଚୀନ ନୌସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା। କାରଣ ଅନେକ ଚୀନ ଜାହାଜ ଫେରିବା ସମୟରେ ମଲକ୍କା ଜଳଡମରୁମଧ୍ୟ ଦେଇ ଯାତ୍ରା କରିଥାନ୍ତି।

ସୂତ୍ର ଅନୁଯାୟୀ ଭାରତୀୟ ନୌସେନା ପୂର୍ବ କିମ୍ବା ପଶ୍ଚିମ ମୋର୍ଚ୍ଚାରେ ଶତ୍ରୁ ପକ୍ଷଙ୍କ ଦ୍ଵାରା କୌଣସି ପ୍ରକାରର ଦୁଃସାହାସର ମୁକାବିଲା କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି। ଏହା  ବ୍ୟତୀତ ନୌସେନା ଜିବୁତି ସମୁଦ୍ର ଅଞ୍ଚଳ ନିକଟରେ ଚୀନ ଜାହାଜ ଉପରେ ନଜର ରଖିଛି। ନୌସେନା  ଏକ ମହତ୍ଵପୂର୍ଣ୍ଣ ଘାଟିରେ ନିଜର ମିଗ-୨୯କେ ଲଢୁଆ ବିମାନକୁ ମଧ୍ୟ ମୁତୟନ କରି ରଖିଛି। ଏଠାରେ ସେନା ଲଗାତାର ଅଭ୍ୟାସ କରୁଛି।

   Related Posts