Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭାରତରେ ତିଆରି ହେବ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର, ପ୍ରଥମେ ଟୀକା ନେବେ ସ୍ବାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ୍ ଓ୍ବାର୍କର

19/12/2020 at 5:04 PM

ନୂଆଦିଲ୍ଲୀ ୧୯/୧୨ : ସାରା ବିଶ୍ବରେ କରୋନା ଭ୍ୟାକସିନ୍‌କୁ ନେଇ ଉତ୍ସାହ ଦେଖାଯାଇଛି । ଏହାରି ମଧ୍ୟରେ ଭାରତରେ ମଧ୍ୟ ଟୀକାକରଣ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତରେ ଟୀକାକରଣ ପାଇଁ ପ୍ରାୟ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର ମହଜୁଦ ଅଛି । ତେବେ ଆରମ୍ଭରୁ ଦେଶରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ର ସାର୍ବଭୌମିକ ପ୍ରତିରୋପଣ କାର୍ଯ୍ୟକ୍ରମ ଜରିଆରେ ଏହାକୁ ପ୍ରସ୍ତୁତ କରାଯାଇଛି । ଟୀକାକରଣ ବ୍ୟବସ୍ଥାକୁ ସହଜ କରିବା ପାଇଁ ଏହି ମାଧ୍ୟମକୁ ଗ୍ରହଣ କରାଯାଇଛି । ସାର୍ବଭୌମିକ ପ୍ରତିରୋପଣ କାର୍ଯ୍ୟକ୍ରମ ସମୀକ୍ଷା ମୁତାବକ ଦେଶରେ ୮୧ ଲକ୍ଷ ୮୭ ହଜାରରୁ ଉର୍ଦ୍ଧ୍ବ ଟୀକାକରଣ କେନ୍ଦ୍ର ତିଆରି କରିବାକୁ ଯୋଜନା କରାଯାଇଛି । ଏଥି ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ତଦାରଖ ମଧ୍ୟ ଜାରି ରହିଛି ।

ତେବେ ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯିବ । ଏହା ପ​‌ରେ ବୟସ୍କ ବ୍ୟକ୍ତି, ଶିଶୁ ଏବଂ ଅନ୍ୟମାନଙ୍କୁ ଟୀକାକରଣ କରାଯିବ । ରାଜ୍ୟରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ଏଥିପାଇଁ ବ୍ୟବହାର କରାଯିବ । ମହାରାଷ୍ଟ୍ରର NHM ମିଶନର ନିର୍ଦ୍ଦେଶକ ରାମସ୍ୱାମୀ ଏନ କହିଛନ୍ତି ଯେ, ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରାଜ୍ୟ ବିପିଏସ୍ ଡାକ୍ତର ଏବଂ ଏଏନ୍ଏମ୍ କୋଭିଡ୍ ଟୀକାକରଣ ପାଇଁ UIP ନେଟୱର୍କ ଏବଂ ମାନବ ସମ୍ବଳ ବ୍ୟବହାର କରିବେ। ତେବେ ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକାକରଣ କରାଯିବ।

   Related Posts