ଭାରତ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ଏବେ ପାକିସ୍ତାନରେ ମେଡ଼ିସିନ ସଂକଟ ଉତ୍କଟ, ୧୦ ଦିନ ପରେ ପଡିବ ହା ହା କାର

Published By : Prameya-News7 Bureau | March 01, 2019 IST

ରାୱଲପିଣ୍ଡି ୧|୩: କେବଳ କୂଟନୈତିକ ସ୍ତରରେ ଏକଘରିକିଆ ହୋଇନି ପାକିସ୍ତାନ। ଭାରତ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ଏବେ ପାକିସ୍ତାନ ମେଡ଼ିକାଲଗୁଡ଼ିକରେ ଭାଳେଣି ପଡ଼ିଲାଣି। କଣ ହୋଇଛି ପଢନ୍ତୁ।

ଭାରତର ଫାର୍ମାସ୍ୟୁଟିକାଲ୍‌ସ ଷ୍ଟ୍ରାଇକ୍‌ । ପାକିସ୍ତାନର ପଡ଼ିଲାଣି ଭାଳେଣି। ପାକିସ୍ତାନରେ ଯେତିକି ମେଡ଼ିସିନ ଅଛି ସେସବୁ ମାତ୍ର ୧୦ ଦିନ ଯିବ। ଆଉ ମେଡ଼ିସିନ ଆସିବ କେଉଁଠୁ। ପାକିସ୍ତାନର ସାମା ନ୍ୟୁଜ୍‌ ପ୍ରକାଶ କରିଥିବା ଏକ ନ୍ୟୁଜ ଅନୁସାରେ ଏବେ ପାକିସ୍ତାନ ପାଇଁ ଏହା ବଡ଼ ଚିନ୍ତାର କାରଣ ହେଲାଣି ।

{"id":89756,"width":578,"height":338}

ପାକିସ୍ତାନରେ ଖୁବ୍‌ ଶୀଘ୍ର ମେଡ଼ିସିନର ସଙ୍କଟ ଦେଖାଦେବ ।  କାରଣ ପାକିସ୍ତାନରେ ଯାହାସବୁ ମେଡ଼ିସିନ ତିଆରି ହୁଏ ଏସବୁର ର ମ୍ୟାଟେରିଆଲ ଭାରତରୁ ହିଁ ଯାଇଥାଏ। ୫୦ ପ୍ରତିଶତ ଫାର୍ମାସ୍ୟୁଟିକାଲ୍‌ସର ମ୍ୟାଟେରିଆଲ ଭାରତରୁ ପାକିସ୍ତାନ ଆମଦାନୀ କରିଥାଏ ବୋଲି  ପାକିସ୍ତାନ ଫାର୍ମାସ୍ୟୁଟିକାଲ୍‌ ମ୍ୟୁନୁଫାକ୍‌ଚରିଙ୍ଗ ଆସୋସିଏସନର ଅଧ୍ୟକ୍ଷ ଡକ୍ଟର କେଶର ୱାହିଦ କହିଛନ୍ତି । ଆଉ ଭାରତ ପାକିସ୍ତାନ ଠାରୁ ସର୍ବାଧିକ ଅନୁଗୃହିତ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର କରିବା ସହିତ ସବୁ ବାଣିଜ୍ୟକାରବାର ବନ୍ଦ କରିଦେଇଛି। ତେଣୁ ପାକିସ୍ତାନକୁ ରପ୍ତାନୀ କରୁଥିବା ମେଡ଼ିସିନ ର’ ମ୍ୟାଟେରିଆଲ ଯୋଗାଣ ମଧ୍ୟ ବନ୍ଦ କରିଦେଇଛି ଭାରତ ।  

ଏବେ ପାକିସ୍ତାନରେ ଧିରେ ଧିରେ ତାର ସଙ୍କଟ ଅନୁଭୂତ ହେଲାଣି। ସେପଟେ ପାକ୍‌ ସରକାର ନିର୍ଦ୍ଦେଶ ଦେଇଛନ୍ତି ସେସବୁ ର ମ୍ୟାଟେରିଆଲ ଅନ୍ୟ ଦେଶରୁ ସଂଗ୍ରହ କର। କିନ୍ତୁ ଏହା ପାକିସ୍ତାନ ପାଇଁ ଏତେ ସହଜ କଥା ନୁହେଁ। କାରଣ ଶସ୍ତାରେ ମ୍ୟାଟେରିଆଲ କେବଳ ଭାରତରୁ ହିଁ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.