କରୋନା ଯୋଗୁ ରପ୍ତାନୀ ବନ୍ଦ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଅଙ୍ଗୁର ଚାଷୀ, ବଜାରରେ ୧୦୦, କ୍ଷେତମୁଣ୍ଡରେ ଦର ୫ଟଙ୍କା

Published By : Prameya-News7 Bureau | April 20, 2020 IST

ମୁମ୍ବାଇ : ଦେଶର ଅଙ୍ଗୁର ଚାଷୀଙ୍କ ଉପରେ କରୋନା ମାଡ। ଲକଡାଉନ୍‌ ଯୋଗୁ ଅଙ୍ଗୁର ରପ୍ତାନୀ ବନ୍ଦ ଥିବା ବେଳେ ଖୁଚୁରା ବଜାରରେ ଉଚ୍ଚା ଦର ଯୋଗୁ ଗ୍ରାହକ ଏଥିପ୍ରତି ଆଗ୍ରହୀ ହେଉ ନାହାନ୍ତି। ଏଣୁ ଅଙ୍ଗୁର ଚାଷୀଙ୍କ ଉତ୍ପାଦନ ବ୍ୟବସାୟୀ ଖୁବ୍ ଶସ୍ତା ଦରରେ କିଣି ନେଉଥିବା ବେଳେ ଆଗକୁ ଚାଷୀଙ୍କୁ ମଦ ନିର୍ମାତାମାନେ ଶୋଷଣ କରିବାର ଆଶଙ୍କା ଦେଖାଦେଲାଣି। 

{"id":257284,"sizeSlug":"large"}

ଭାରତର ନାସିକ, ପୁଣେ, ସୋଲାପୁର ଓ ସାଙ୍ଗଲୀ ଆଦିରେ ଚାଷୀ ଅଙ୍ଗୁର ଚାଷ କରିଥାନ୍ତି। ଏଠାରୁ ଉତ୍ପାଦିତ ଅଙ୍ଗୁରର ଚାହିଦା ଜର୍ମାନ, ଇଂଲଣ୍ଡ ଓ ନେଦର ଲ୍ୟାଣ୍ଡରେ  ରହିଥିବା ବେଳେ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ଦେଶମାନଙ୍କୁ ରପ୍ତାନୀ ବନ୍ଦ ରହିଛି। ଏଣୁ ଚାଷୀ ଅମଳ ଅଙ୍ଗୁରକୁ ଏବେ ଦେଶୀୟ ବଜାରରେ ମଡେଇବାକୁ ଉଦ୍ୟମ କରୁଛନ୍ତି। ଭାରତ ବଜାରରେ ପ୍ରତି କେଜି ଅଙ୍ଗୁର ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ତେବେ ଭେନିୟାର୍ଡରେ ଚାଷୀଙ୍କ ଅଙ୍ଗୁରକୁ ଦଲାଲ ପ୍ରତି କେଜି ୫ରୁ ୧୦ ଟଙ୍କାରେ କିଣି ଦେଶର ବିଭିନ୍ନ ଅଞ୍ଚଳକୁ ପଠାଉଛନ୍ତି। ବଜାର ଦର ଓ ଚାଷୀ ଦର ମଝିରେ ସମସ୍ତ ଲାଭ ଦଲାଲ ନେଉଥିବା ବେଳେ ଏବେ ଚାଷୀଙ୍କୁ ଅଙ୍ଗୁର ପ୍ୟାକେଜିଂ ଦର ବି ମିଳିପାରୁନି।

{"id":257285,"width":575,"height":457,"sizeSlug":"large"}

ଅଙ୍ଗୁର ଚାଷୀମାନେ ପ୍ରଥମ ଥର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ଉତ୍ପାଦିତ ଫସଲ ଗଛିତ ରଖିବାକୁ କୋଲ୍ଡ ଷ୍ଟୋରର ସୁବିଧା ବି ନାହିଁ। ଏଣୁ ଚାଷୀ ଯାହାତାହା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ହେଲେ ଏବେ ଏଭଳି ଚାଷୀଙ୍କ ଉପରେ ମଦ ପ୍ରସ୍ତୁତକାରୀ କମ୍ପାନୀଙ୍କ ନଜର ପଡିଛି। ଅଙ୍ଗୁରର ଅନ୍ୟ ଫସଲ ଭଳି ଦେଶରେ ସର୍ବନିମ୍ନ ସହାୟକ ଦର ନାହିଁ। ଏଣୁ ଚାଷୀଙ୍କ କ୍ଷତିର ପରିମାଣ ବଢିବ ବୋଲି ‘ଗ୍ରେପସ୍ ଗ୍ରୋଅର୍ସ ଆସୋସିଏସନ ଅଫ ଇଣ୍ଡିଆ’ର ସଭାପତି ସୋପାନ କାଞ୍ଚନ। ଏଣୁ ସରକାର ତୁରନ୍ତ ଅଙ୍ଗୁରର ସହାୟକ ମୂଲ୍ୟ ଘୋଷଣା କରି ଚାଷୀଙ୍କୁ କ୍ଷତିରୁ ରକ୍ଷା କରନ୍ତୁ ବୋଲି ନିବେଦନ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.