Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭାରତର ସରକାରୀ ଚାନେଲ ଓ ରେଡିଓକୁ ସବୁଠୁ ଅଧିକ ଦେଖୁଛନ୍ତି–ଶୁଣୁଛନ୍ତି ପାକିସ୍ତାନୀ: ପ୍ରସାରଭାରତୀ

3/01/2021 at 9:52 PM

ନୂଆଦିଲ୍ଲୀ ୩।୧: ଦେଶର ସରକାରୀ ସୂଚନାତନ୍ତ୍ର ପ୍ରସାର ଭାରତୀଙ୍କ ଡିଜିଟାଲ ଚାନେଲସଙ୍କ ବୃଦ୍ଧି ହାର ୨୦୨୦ରେ ଶତ ପ୍ରତିଶତରୁ ବି ଅଧିକ ରହିଛି। ତେବେ ସବୁଠୁ ରୋଚକ କଥା ହେଉଛି ପ୍ରସାରଭାରତୀ ସଞ୍ଚାଳିତ ଦୂରଦର୍ଶନ ଓ ଅଲଇଣ୍ଡିଆ ରେଡିଓକୁ ଭାରତ ବାଦେ ପାକିସ୍ତାନରେ ଅଧିକା ଦେଖା ଓ ଶୁଣା ଯାଉଛି।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ରବିବାର ଏହି ତଥ୍ୟ ଦେଇଛନ୍ତି।

ବିଶ୍ୱରେ ଦୂରଦର୍ଶନ ଓ ଆକାଶବାଣୀର ୧ ବିଲିୟନରୁ ବି ଅଧିକ ଦର୍ଶକ ଓ ଶ୍ରୋତା ଅଛନ୍ତି। ସମୀକ୍ଷାଧିନ ବର୍ଷରେ ଏହି ଚାନେଲଗୁଡିକର ୬ ବିଲିୟନ ଡିଜିଟାଲ ୱାଚ୍‌ ମିନିଟ୍‌  ଦେଖା ଓ ଶୁଣା ଯାଇଥିବା ଜଣାପଡିଛି। ଏଥିରେ ସବୁଠାରୁ ଯାହା ବଡ କଥା ତାହା ହେଉଛି ଭାରତ ପରେ ପାକିସ୍ତାନରେ ଏହି ସରକାରୀ ଗଣମାଧ୍ୟମଗୁଡିକର ଅଧିକ ଦର୍ଶକ ଓ ଶ୍ରୋତା ଅଛନ୍ତି।  ପାକିସ୍ତାନ ପରେ ଆମେରିକା ରହିଛି ତୃତୀୟ ସ୍ଥାନରେ।

ପ୍ରସାରଭାରତୀଙ୍କ ମୋବାଇଲ ଆପ୍ଲିକେସନ ‘ନ୍ୟୁଜ୍ ଅନ ଏଆଇଆର’ ସହ ୨୦୨୦ ବର୍ଷରେ ୨୫ଲକ୍ଷରୁ ଅଧିକ ୟୁଜର ସମ୍ପୃକ୍ତ ହୋଇଛନ୍ତି। ଏହି ନ୍ୟୁଜ୍ ପ୍ଲାଟଫର୍ମକୁ ବର୍ଷକରେ ୩୦କୋଟି ଥର ଦେଖାଯାଇଥିବା ମନ୍ତ୍ରାଳୟ ସୂଚିତ କରିଛନ୍ତି। ଦୂରଦର୍ଶନର ୨୦ ଲୋକପ୍ରିୟ ଚାନେଲଙ୍କ ମଧ୍ୟରେ ଡିଡି ନ୍ୟାସନାଲ ଓ ଡିଡି ନ୍ୟୁଜ୍‌ ବ୍ୟତୀତ ଡିଡି ସାହ୍ୟାଦ୍ରିର ଡିଡି ମରାଠୀ ନ୍ୟୁଜ୍, ଡିଡି ଚନ୍ଦନାର କନ୍ନଡ କାର୍ଯ୍ୟକ୍ରମ, ଡିଡି ବାଂଲାର ବଙ୍ଗଳା ନ୍ୟୁଜ୍ ଓ ଡିଡି ସପ୍ତଗିରିର ତେଲଗୁ କାର୍ଯ୍ୟକ୍ରମର ଦେଶବିଦେଶରେ ବେଶ ଲୋକପ୍ରୀୟତା ରହିଛି।

ଡିଡିସ୍ପୋର୍ଟସ ଓ ଆକାଶବାଣୀ ସ୍ପୋର୍ଟସର ଦର୍ଶକ ଓ ଶ୍ରୋତାଙ୍କ ହାର ସ୍ଥିର ରହିଥିବା ବେଳେ ଡିଡି କିଷାନ୍ ଟପଟେନ୍‌ କାର୍ଯ୍ୟକ୍ରମରେ ରହିଛି। ୨୦୨୦ ବର୍ଷରେ ସବୁଠୁ ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ସ୍କୁଲ ଛତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ୨୦୨୦ ଗଣତନ୍ତ୍ର ଦିବସ ପରେଡ ଓ ଶକୁନ୍ତଳା ଦେବୀଙ୍କ ଏକ୍ସକ୍ଲୁସିଭ ଭିଡିଓ ରହିଛି। ଯହାକୁ ଡିଡି ନ୍ୟାସନାଲ ଆର୍କାଇଭରୁ ପ୍ରସାରିତ କରାଯାଇଥିଲା। ସଂସ୍କୃତ ଭାଷା ଲାଗି ପ୍ରସାର ଭାରତୀ ୨୦୨୦ରେ ୟୁଟ୍ୟୁବରେ ସମ୍ପୂର୍ଣ୍ଣ ସଂସ୍କୃତ କଣ୍ଟେଣ୍ଟରେ ଏକ ଚାନାଲ ଲଞ୍ଚ କରିଛି।

   Related Posts