ବଢ଼ିଲା ସରକାରଙ୍କ ଚିନ୍ତା ! ଋଣ ବୃଦ୍ଧି ପାଇ ହେଲା ୧୦୧.୩ କୋଟି ଟଙ୍କା
19/09/2020 at 4:00 PM

ନୂଆଦିଲ୍ଲୀ ୧୯/୦୯ : କେନ୍ଦ୍ର ସରକାରଙ୍କ ଋଣ ଚଳିତ ବର୍ଷ ଜୁନ ଶେଷ ଯାଏଁ ବୃଦ୍ଧି ପାଇ ୧୦୧.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସାର୍ବଜନିକ ଋଣ ଉପରେ ଜାରି ନୂଆ ରିପୋର୍ଟରେ ସୂଚନା ଦିଆଯାଇଛି । ଗତ ବର୍ଷ ଜୁନ ଶେଷ ଯାଏଁ ସରକାରଙ୍କ ମୋଟ ଋଣ ୮୮.୧୮ ଲକ୍ଷ କୋଟି ଟଙ୍କା ଥିଲା । ଶୁକ୍ରବାର ଦିନ ସାର୍ବଜନିକ ଋଣ ପ୍ରବନ୍ଧନ ଜାରି କରିଥିବା ତ୍ରୟମାସିକ ରିପୋର୍ଟ ଅନୁସାରେ, ଜୁନ ଶେଷ ଯାଏଁ ସରକାରଙ୍କ ମୋଟ ବକେୟାରେ ସାର୍ବଜନିକ ଋଣର ଭାଗ ୯୧.୧ ପ୍ରତିଶତ ଥିଲା ।
ମୋଟ ଋଣ ୧୦୧.୩ ଲକ୍ଷ କୋଟି ହୋଇଛି । ଇଂରାଜୀ ଖବରକାଗଜ ବିଜନେସ ଷ୍ଟଡ଼ିଜରେ ପ୍ରକାଶିତ ଖବର ଅନୁଯାୟୀ, ଅର୍ଥ ମନ୍ତ୍ରାଳୟର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ସରକାରଙ୍କ ଋଣ ବୃଦ୍ଧି ପାଇ ୧୦୧.୩ ଲକ୍ଷ କୋଟି ହୋଇଛି । ମାର୍ଚ୍ଚ ସୁଦ୍ଧା ଏହି ଋଣ ୯୪.୬ ଲକ୍ଷ କୋଟି ଟଙ୍କା ଥିଲା ।
ରିପୋର୍ଟରେ କୁହାଯାଇଛି ଯେ ବକେୟା ତାରିଖର ସିକ୍ୟୁରିଟିର ପ୍ରାୟ ୨୮.୬ ପ୍ରତିଶତ ଅବଶିଷ୍ଟ ପରିପକ୍ୱତା ଅବଧି ପାଞ୍ଚ ବର୍ଷରୁ କମ୍ । ଆଲୋଚ୍ୟ ଅବଧି ଯାଏଁ ଏଥିରେ ବାଣିଜ୍ୟିକ ବ୍ୟାଙ୍କଗୁଡିକର ଅଂଶଧନ ୩୯ ପ୍ରତିଶତ ଏବଂ ବୀମା କମ୍ପାନୀଗୁଡିକର ଅଂଶଧନ ୨୬.୨ ପ୍ରତିଶତ ଥିଲା ।