Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

କରୋନା ମୁକାବିଲା ନିମନ୍ତେ Pfizer ଟିକା କିଣିବାକୁ ଭାରତ ସରକାର ପ୍ରସ୍ତୁତ, କୋଲ୍ଡ ଚେନ୍‌କୁ ନେଇ ଚିନ୍ତା

11/11/2020 at 11:08 PM

ନୂଆଦିଲ୍ଲୀ ୧୧।୧୧: ଭାରତରେ କରୋନାର ପ୍ରକୋପ ଜାରି ରହିଛି। କୋଭିଡ-୧୯ ଯୋଗୁ ଏପର୍ଯ୍ୟନ୍ତ ଦେଶରେ ବିଦ୍ୟାଳୟ ଠିକ୍ ଭାବେ ଖୋଲି ପାରିନଥିବା ବେଳେ ଅନ୍ୟ କେତେକ ସମ୍ବେଦନଶୀଳନ ଅନୁଷ୍ଠାନ ଉପରୁ ସରକାର କଟକଣା କୋହଳ କରିପାରୁନାହାନ୍ତି। ଏଥିରେ ଆମେରିକୀୟ ଔଷଧ ନିର୍ମାତା ଫାଇଜର ତାଙ୍କ ଟିକାର ଫଳାଫଳ ଉତ୍ସାହଜନକ ଥିବା ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସଚିବ ରାଜେଶ ଭୂଷଣ ଯଦି ଟିକା ପ୍ରଥମେ ପ୍ରସ୍ତୁତ  ହୁଏ ତେବେ ଭାରତ ସରକାର ନିଶ୍ଚିତ କିଣିବେ ବୋଲି କହିଛନ୍ତି।

ଭାରତରେ ଏପର୍ଯ୍ୟନ୍ତ ଏହି ଟିକାର କ୍ଲିନିକାଲ ଟ୍ରାଏଲ ହୋଇନି କି ସରକାର ଟିକା କିଣିବେ ବୋଲି ଏପର୍ଯ୍ୟନ୍ତ ରାଜିନାମା ମଧ୍ୟ କରି ନାହାନ୍ତି। ଏହା ସତ୍ତ୍ୱେ ଜନତାଙ୍କ ଲାଗି ସରକାର ଭେକ୍ସିନ କିଣିବା ଲାଗି ଯୋଜନା ଆରମ୍ଭ କରିଛନ୍ତି ବୋଲି ସଚିବ କହିଛନ୍ତି। ହେଲେ ଏଥିରେ ଯେଉଁ ସମସ୍ୟାଟି ଅଛି ତାହା ହେଉଛି କୋଲ୍ଡ ଚେନ୍‌। ବିଯୁକ୍ତ ୭୦ ଡିଗ୍ରି ସେଲସିୟସରେ ଟିକାକୁ କିପରି ସଂରକ୍ଷଣ କରାଯିବ ତାର ଏପର୍ଯ୍ୟନ୍ତ ଦେଶରେ କୌଣସି ବ୍ୟବସ୍ଥା ନାହିଁ।

ସେହିପରି ଅନେକ ଲୋକେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବାରୁ ସେମାନଙ୍କ ପର୍ଯ୍ୟନ୍ତ ଟିକା କିପରି ପହଞ୍ଚିବ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ମଧ୍ୟ ସମାନ ଚିନ୍ତା ବ୍ୟକ୍ତ କରିଛନ୍ତି। ଭାରତ ଭଳି ଦେଶରେ ଏତେ କମ୍‌ ତାପମାତ୍ରାରେ ଟିକାର ସଂରକ୍ଷଣ ହିଁ ଏବେ ଆମ ଲାଗି ସବୁଠୁ ବଡ ଚାଲେଞ୍ଜ ବୋଲି କହିଛନ୍ତି । ଦେଶରେ କୋଲ୍ଡ ଚେନ କାୟମ ରଖିବା ବାସ୍ତବିକ କଷ୍ଟକର ବ୍ୟାପାର। ବିଶେଷ କରି ଗ୍ରାମାଞ୍ଚଳର ଟିକାକରଣ କଥା ଉଠିଲେ ଏହି ସମସ୍ୟା ପ୍ରଥମେ ନଜରକୁ ଆସେ ବୋଲି ଡା. ଗୁଲେରିଆ କହିଛନ୍ତି।

ଆଜିର ଦିନରେ କରୋନା ଟିକାକୁ ସବୁ ଦେଶ ଚାହିଁ ବସିଛନ୍ତି। ଯେଉଁ ଦେଶ ପ୍ରଥମେ ଟିକା ଉତ୍ପାଦନକରିବ ସମସ୍ତେ ତା ଠାରୁ ଟିକା ନେବେ। ଲୋକଙ୍କ ସୁସ୍ଥତା ସହ ଆର୍ଥିକ ସ୍ଥିତିର ସୁଧାର ପାଇଁ ଏବେ ଟିକା ଜରୁରି ହୋଇପଡିଛି। ଏଣୁ ଯାହା ଟିକା ଆଗ ଉତ୍ପାଦନ ହେବ ଭାରତ ତାଠୁ ଟିକା କିଣିବା ଲାଗି ଆଲୋଚନା କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅଧିକାରୀ କହିଛନ୍ତି।

   Related Posts