Gulf war ପରେ ସବୁଠୁ ବଡ Air lift କରିବେ ସରକାର, ବିଦେଶରେ ଅଟକିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଯୋଜନା ଚୂଡାନ୍ତ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୪।୫: ସାରା ବିଶ୍ୱରେ କରୋନା ଭାଇରସ୍ ଯୋଗୁ ବିଭିନ୍ନ ଦେଶରେ ଲକଡାଉନ୍‌ ଜାରି ରହିଛି। ଫଳରେ ଫଶି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିଛି। ଏନେଇ ସୋମବାର ସୂଚନା ଦିଆଯାଇଥିବା ବେଳେ ମେ ୭ ତାରିଖରୁ ପର୍ଯ୍ୟାୟକ୍ରମେ ଲୋକଙ୍କୁ ବିଦେଶରୁ ଅଣାଯିବ। ଗତ ଶତାବ୍ଦୀର ୯୦ ଦଶକରେ ହୋଇଥିବା ଉପସାଗରୀୟ ଯୁଦ୍ଧ ପରେ ଭାରତୀୟଙ୍କୁ ବିଦେଶରୁ ଅଣାଯିବାରେ ଚଳିତ ଶତାବ୍ଦୀର ଏହା ହେବ ପ୍ରଥମ ତଥା ସର୍ବବୃହତ୍ତ ଏୟାରଲିଫ୍ଟ।

{"id":264721,"sizeSlug":"large"}

ବିଦେଶରୁ ଭାରତୀୟଙ୍କୁ ଆଣିବା ଲାଗି ବିମାନ ଓ ନୌସେନା ଜାହାଜ ପଠାଯିବ। ଏଥିଲାଗି ସ୍ପେଶାଲ ଅପରେସନ ପ୍ରୋସିଜିୟର (ଏସଓପି) ଚୂଡାନ୍ତ ହୋଇଛି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି  କେନ୍ଦ୍ରସରକାର ଗତ ମାର୍ଚ୍ଚ ୨୨ ତାରିଖରୁ ସମସ୍ତ ଅନ୍ତର୍ଜାତୀୟ ଉଡାଣ ନିଷିଦ୍ଧ କରିଥିଲେ। ଏବେ ଦୂତାବାସଙ୍କ ସମେତ ବୈଦେଶିକ ମନ୍ତ୍ରାଳୟ ସେହି ସବୁ ଭାରତୀୟଙ୍କ ସୂଚୀ ପ୍ରସ୍ତୁତ କରୁଛନ୍ତି ଯେଉଁମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସମସ୍ୟାରେ ପଡିଛନ୍ତି। ତେବେ ସ୍ୱଦେଶ ଫେରିବା ଲାଗି ସମସ୍ତ ଖର୍ଚ୍ଚ ଯାତ୍ରୀଙ୍କୁ ବହନ କରିବାକୁ ପଡିବ। ବିମାନଯାତ୍ରା ଲାଗି ଅନସିଡ୍ୟୁଲ୍ଡ କମର୍ସିଆଲ ବିମାନର ବ୍ୟବସ୍ଥା କରାଯିବ।

{"id":264722,"sizeSlug":"large"}

ତେବେ ଏଥିରେ ମଧ୍ୟ ସରକାର କିଛି ସର୍ତ୍ତ ପାଳନ କରିବେ।  ଯେଉଁମାନଙ୍କଠାରେ କରୋନା ଲକ୍ଷଣ ନଥିବ କେବଳ ସେହିମାନଙ୍କୁ ହିଁ ଆସିବାକୁ ଅନୁମତି ପ୍ରଦାନ କରାଯିବ। ଯାତ୍ରା ସମୟରେ ଯାତ୍ରୀଙ୍କୁ ବିମାନ ଚଳାଚଳ ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସମସ୍ତ ପ୍ରୋଟୋକଲ ପାଳନ କରିବେ। ଗନ୍ତବ୍ୟରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜିକୃତ କରାଯିବ। ସେମାନଙ୍କର ସମ୍ପୂର୍ଣ୍ଣ ଡାକ୍ତରୀ ଯାଞ୍ଚ ହେବ। ପରେ ସେମାନଙ୍କୁ ସମ୍ପର୍କିତ ରାଜ୍ୟ ସରକାରଙ୍କ ସଂସ୍ଥାଗତ କ୍ୱାରେଣ୍ଟାଇନରେ ୧୪ ଦିନ ରଖାଯିବ। ଏଥିଲାଗି ସେମାନଙ୍କୁ ପୈଠକରିବାକୁ ହେବ।  ୧୪ ଦିନ ପରେ ସେମାନଙ୍କର ପୁଣି କୋଭିଡ ପରୀକ୍ଷଣ କରାଯିବ।

{"id":264723,"sizeSlug":"large"}

ଏୟାରଲିଫ୍ଟର ପ୍ରଥମ ପର୍ଯ୍ୟାୟରେ ଉସାଗରୀୟ(ଗଲ୍ଫ) ଦେଶରୁ ଲୋକଙ୍କୁ ଉଦ୍ଧାର କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବ୍ରିଟେନ, ଆମେରିକା ଓ ଅନ୍ୟ ଦେଶମାନଙ୍କରେ ଅଟକି ରହିଥିବା ଭାରତୀୟଙ୍କ ଉଦ୍ଧାର କରାଯିବ। ଗଲ୍ଫ ଦେଶମାନଙ୍କରୁ ୩୩ ହଜାର ଲୋକେ ଭାରତ ଫେରିବା ଲାଗି ପଞ୍ଜିକରଣ କରାଇଥିବା ବେଳେ ବ୍ରିଟେନରୁ ୭ହଜାର ଓ ଆମେରିକାରୁ ଆସିବେ  ୨୨ ହଜାର ଭାରତୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.