ପାକ୍ ସମ୍ମୁଖରେ ଭାରତ ରଖିଲା କରତାରପୁର ଗୁରୁଦ୍ୱାର ପ୍ରସଙ୍ଗ, ନିମ୍ନମାନର ନିର୍ମାଣ କାମ ଯୋଗୁ ଭାଙ୍ଗିପଡିଲା ଗମ୍ବୁଜ

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୪: ଗତ ଶନିବାର ସାମାନ୍ୟ କାଳ ବୈଶାଖୀ ଝଡରେ ପାକିସ୍ତାନରେ ଥିବା ଶିଖମାନଙ୍କ ପବିତ୍ର ଗୁରୁଦ୍ୱାର କରତାରପୁର ସାହିବର ଗମ୍ବୁଜ ଭାଙ୍ଗିପଡିଛି। ତେବେ ନିମ୍ନମାନର ନିର୍ମାଣ କାମ ନେଇ ଭାରତ ସରକାର ପାକିସ୍ତାନର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଗୁରୁଦ୍ୱାରର ଗମ୍ବୁଜ ଭାଙ୍ଗିବା ଘଟଣା ଜଣା ପଡିବା ପରେ ପାକିସ୍ତାନର ଶିଖ ସମ୍ପ୍ରଦାୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଭାରତରେ ଶିଖମାନେ ମଧ୍ୟ ଆପତ୍ତି କଲେଣି।

{"id":256813,"sizeSlug":"large"}

୨ ବର୍ଷ ପୂର୍ବେ ୨୦୧୮ ମସିହାରେ ଏହି ଗୁରୁଦ୍ୱାରର ସାହିବର ପାରିସ୍ତାନ ସରକାର ପୁନରୁଦ୍ଧାର କରିଥିଲେ। ନବନିର୍ମାଣ କାଳରେ ଏହାର ନିର୍ମାଣ କାମ ନିମ୍ନମାନର ହେଉଥିବାର ବି ଅନେକ ଅଭିଯୋଗ ହୋଇଥିଲା। ହେଲେ ଇମ୍ରାନ ଖାନ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଯାହାର ଫଳ ଏବେ ଦେଖିବାକୁ ମିଳୁଛି। ସାମାନ୍ୟ ଝଡରେ ଗୁରୁଦ୍ୱାରର ଗମ୍ବୁଜ ଧସିପଡିଛି।

{"id":256814,"width":587,"height":329,"sizeSlug":"large"}

ଦେଶରେ ହିନ୍ଦୁ ଧାର୍ମିକ ସ୍ଥଳର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇ ଇମ୍ରାନ ସରକାର ବେଶ ବାହାବାହା ସାଉଣ୍ଟି ଥିଲେ। ହେଲେ କିପରି ଏସବୁ କାମ ହୋଇଛି ତାହାର ପ୍ରମାଣ ଏବେ ସମସ୍ତଙ୍କ ସାମ୍ନାରେ। ଏହି ପୁନନିର୍ମାଣରେ ମଜଭୁତ ସିମେଣ୍ଟ କାମ ବଦଳେ ସରକାର ନିମ୍ନମାନର ଫାଇବର ବ୍ୟବହାର କରିଥିବାର ଏବେ ଜଣାପଡିଛି। ଏଣୁ ଭାରତ ସରକାରଙ୍କ ପକ୍ଷରୁ ଶିଖଙ୍କ ମାନସିକତାକୁ ଦୃଷ୍ଟିରେ ରଖି କର୍ତ୍ତାରପୁର  ସାହିବର ପୁନନିର୍ମାଣରେ ହୋଇଥିବା ଦୋଷ ତ୍ରୁଟି ସୁଧାରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.