ଫ୍ରାନ୍ସ୍‌ରେ ଶସ୍ତ୍ର ପୂଜା ପରେ ଭାରତକୁ ମିଳିଲା ପ୍ରଥମ ରାଫେଲ୍‌

Published By : Prameya-News7 Bureau | October 08, 2019 IST

ପ୍ୟାରିସ୍‌- ଫ୍ରାନ୍ସ୍‌ରେ ଭାରତକୁ ଦଶହରା ଅବସରରେ ଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶସ୍ତ୍ର ପୂଜା କରିଥିଲେ । ଏହାପରେ ରାଫେଲ୍‌କୁ ଭାରତକୁ ପ୍ରଥମ ରାଫେଲ୍‌ ବିମାନ ହସ୍ତାନ୍ତର କରାଯାଇଥିଲା ।
ଏହା ଭାରତୀୟ ବାୟୁ ସେନାର ଶକ୍ତି ବୃଦ୍ଧି କରିବ ବୋଲି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି । ପ୍ରଥମ ରାଫେଲ୍‌ ଆର୍‌ବି ୦୦୧କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ହସ୍ତାନ୍ତର କରାଯାଇଛି ।

wp:core-embed/twitter {"url":"https://twitter.com/rajnathsingh/status/1181542055819894784","type":"rich","providerNameSlug":"twitter","className":""}
https://twitter.com/rajnathsingh/status/1181542055819894784
/wp:core-embed/twitter


ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍‌ ପାକିସ୍ତାନର ଏଫ୍‌-୧୬ ଠାରୁ ଅଧିକ ଶକ୍ତିଶାଳୀ ଓ ଆଧୁନିକ । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

wp:core-embed/twitter {"url":"https://twitter.com/DefenceMinIndia/status/1181527036092796928","type":"rich","providerNameSlug":"twitter","className":""}
https://twitter.com/DefenceMinIndia/status/1181527036092796928
/wp:core-embed/twitter


ରାଡାର ନଜରରୁ ବର୍ତ୍ତିବା ପାଇଁ ରାଫେଲ୍‌ ଅଧିକ ଭଲ। ।ରାଫେଲ୍‌ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରିପାରିବ । ଏହା ଅଧିକ ଆଧୁନିକ ଓ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବହନ କରିପାରିବ ।
ରାଫେଲ୍‌ ଆଧୁନିକ ଜେନେରେସନ୍‌ର । ରାଫେଲ୍‌ ୪.୫ ଜେନେରେସନ୍‌ର । ରାଫେଲ୍‌ ପରମାଣୁ ଅସ୍ତ୍ର ବହନ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.