Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଦିବାରାତ୍ର ଟେଷ୍ଟ: ଅକ୍ଷର ଓ ରୋହିତଙ୍କ ଦମରେ ଭାରତ ମଜବୁତ, ପ୍ରଥମ ଦିନରେ ବ୍ୟାକ୍‌ଫୁଟରେ ଇଂଲଣ୍ଡ

24/02/2021 at 10:28 PM

ଅହମ୍ମଦାବାଦ ୨୪।୦୨: ସ୍ପିନର ଅକ୍ଷର ପଟେଲଙ୍କ ଶାଣିତ ବୋଲିଂ ପରେ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ସ୍ଥିତି ମଜବୁତ ରହିଛି। ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଛି। ଭାରତ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ରହିଛି। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ଅଛନ୍ତି।

ଅକ୍ଷର ପଟେଲଙ୍କ ଶାଣିତ ବୋଲିଂର ମୁକାବିଲା କରିନ ପାରି ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିନର ଦ୍ଵିତୀୟ ସେସନରେ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ପ୍ରଥମ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। ଗିଲ୍(୧୧ ରନ) ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆଉଟ୍  ହୋଇଥିଲେ। ଚେତେଶ୍ଵର ପୂଜାରା ଖାତା ଖୋଲିବା ପୂର୍ବରୁ ଚେତେଶ୍ଵର ପୂଜାରା ଜ୍ୟାକ୍ ଲିଚ୍‌ଙ୍କ ଶିକାର ହୋଇଥିଲେ।

ଏହା ପରେ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ତୃତୀୟ ଓ୍ଵିକେଟ୍‌ରେ ୬୪ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରୋହିତ ଶର୍ମା ଟେଷ୍ଟ କ୍ୟାରିୟରରେ ୧୨ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଖେଳର ଶେଷ ସମୟରେ ବିରାଟ କୋହଲି ୨୭ ରନ କରି ଜ୍ୟାକ୍ ଲିଚ୍‌ଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୯୯ ରନ କରିଛି। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଖେଳୁଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତୃତୀୟ ଓଭରରେ ୨ ରନ ସ୍କୋରରେ ଇଂଲଣ୍ଡକୁ ପ୍ରଥମ ଝଟକା ଲାଗିଥିଲା। ଡୋମିନିକ୍ ସିବଲି ଖାତା ଖୋଲିବା ପୂର୍ବରୁ ଜୀବନର ଶହେ ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମାଙ୍କ ବଲ୍‌ରେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିୟ ଫେରିଥିଲେ। ଏହା ପରେ ଜୋନି ବେୟାରଷ୍ଟୋ ମଧ୍ୟ ଖାତା ଖୋଲି ପାରିନଥିଲେ। ସେ ଅକ୍ଷର ପଟେଲଙ୍କ ପ୍ରଥମ ଶିକାର ହୋଇଥିଲେ। ୨୭ ରନରେ ୨ଟି ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଜୋ ରୁଟ୍  ଓ ଜ୍ୟାକ୍ କ୍ରାଉଲି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୪୭ ରନ ଯୋଡିଥିଲେ। ହେଲେ ଜୋ ରୁଟ୍‌(୧୭ ରନ)ଙ୍କୁ ଆଉଟ୍ କରି ରବି ଚନ୍ଦ୍ରନ ଅଶ୍ଵିନ ଭାରତକୁ ବହୁତ ବଡ ସଫଳତା ଦେଇଥିଲେ।

ରୁଟ୍‌ଙ୍କ ଆଉଟ୍ ପରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅକ୍ଷର ପଟେଲ ଶାଣିତ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ଅନ୍ୟପଟେ ଭଲ ବ୍ୟାଟିଂ କରୁଥିବା କ୍ରାଉଲି ପଞ୍ଚମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସେ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୮୪ ବଲରୁ ୧୦ ଚୌକା ସହ ୫୩ ରନ କରି କ୍ରାଉଲି ଅକ୍ଷର ପଟେଲଙ୍କ ଦ୍ଵିତୀୟ ଶିକାରହୋଇଥିଲେ। ଏହା ପରେ  ବେନ ଷ୍ଟୋକ୍ସ(୬ ରନ) ଓ ଜୋଫ୍ରା ଆର୍ଚର(୧୧ ରନ) ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଷ୍ଟୁଆର୍ଟ ବ୍ରଡ(୩ ରନ)ଙ୍କୁ ବୁମରାଙ୍କ ହାତରେ କ୍ୟାଚ୍ କରାଇ ଅକ୍ଷର ପଟେଲ୍ ପଞ୍ଚମ ଓ୍ଵିକେଟ୍ ପୂରଣ କରିଥିଲେ। ବେନ ଫୋକ୍ସ(୧୨ ରନ)ଙ୍କୁ କ୍ଲିନ ବୋଲ୍ଡ କର ଅକ୍ଷର ପଟେଲ ଇଂଲଣ୍ଡର ପ୍ରଥମ ଇନିଂସକୁ ୧୧୨ ରନରେ ସୀମିତ ରଖିଛନ୍ତି।

ଅକ୍ଷର ପଟେଲ୍ ୩୮ ରନ ଦେଇ ୬ ଓ୍ଵିକେଟ୍ ନେବା ସହ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର  ହାସଲ କରିଛନ୍ତି। ଅଶ୍ଵିନ ୨୫ ରନ ଦେଇ ୩ ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

   Related Posts