ଇସ୍ରାଏଲରୁ ଭାରତକୁ ମିଳିଲା ‘ହରୋନ ମାର୍କ-୨’ ଡ୍ରୋନ, ଏବେ ସୀମା ଉପରେ ରହିବ କଡ଼ା ନଜର

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ ୩୦।୧୧: ଭାରତୀୟ ସେନାକୁ ଇସ୍ରାଏଲରୁ ଅତ୍ୟାଧୁନିକ ‘ହରୋନ ମାର୍କ-୨’ ଡ୍ରୋନ ମିଳିଛି। ଲଦ୍ଦାଖ କ୍ଷେତ୍ରରେ ଚୀନ୍‌ ଗତିବିଧି ଉପରେ ନଜର ରଖିବା ଲାଗି ସେନା ଏହାକୁ ଉପଯୋଗ କରିବ। ଏହି ଡ୍ରୋନ ଏହାର ପୂର୍ବବର୍ତ୍ତି ସଂସ୍କରଣ ହରୋନ ୟୁଏଭି ତୁଳନାରେ ବେଶ ଆଧୁନିକ। ଏହାର ରୋଟେକ୍ସ-୯୧୫ଆଇଏସ୍ ଇଞ୍ଜିନ ବିମାନକୁ ୧୦ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡାଣରେ ସହଯୋଗ କରୁଥିବା କୁହାଯାଇଛି।

{"id":552230,"sizeSlug":"full","linkDestination":"none"}

ଘଣ୍ଟାପ୍ରତି ୧୪୦ ନଟ ବେଗରେ ଗତିକରିପାରୁଥିବା ଏହି ଡ୍ରୋନ ବିମାନ ବିଭିନ୍ନ ପେ ଲୋଡ ନେଇଯିବାକୁ ମଧ୍ୟ ସକ୍ଷମ। ଏହାର ବୃହତ୍ତାକାର ସେନସର ଏହାକୁ ଅଧିକ ଘାତକ କରିଛି । ଡ୍ରୋନ ଯୋଗୁ ଏବେ ଭାରତୀୟ ସେନା ନିଜ କ୍ୟାମ୍ପରେ ରହି ଶତ୍ରୁ ସେନା ଉପରେ କେବଳ ନଜର ରଖିବନି ଦରକାର ପଡିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିପାରିବ। ୨୦୧୯ ବାଲକୋଟ ଷ୍ଟ୍ରାଇକ୍‌ ପରେ ପରେ ଭାରତୀୟ ସେନା ଡ୍ରୋନ ଆବଶ୍ୟକ କରିଥିଲା। ଏଥିରେ ଭରତୀୟ ସେନାକୁ ଏହି ଡ୍ରୋନ ଉପଲବ୍ଧ କରାଯାଇଥିବା ବେଳେ ନୌସେନା ମଧ୍ୟ ୨ଟି ପ୍ରିଡେଟର ଡ୍ରୋନ ଲିଜରେ ନେଇଛି।

{"id":552231,"width":838,"height":420,"sizeSlug":"full","linkDestination":"none"}

ଏହି ଡ୍ରୋନଗୁଡିକର ଆଣ୍ଟି ଜାମିଂ କ୍ଷମତା ଉଚ୍ଚତର ଥିବାରୁ ଶତ୍ରୁ ଚାହିଁଲେ ବି ଏହା ନଜରରୁ ନିଜକୁ ଲୁଚାଇ ପାରିବନି କି ଏହାକୁ ଅକାମୀ ବି କରିପାରିବନି। ମିଳିଥିବା ଡ୍ରୋନଗୁଡିକ ସଚଳ ଓ କୌଣସି ବି ମିସନରେ ତୁରନ୍ତ କାମରେ ଆସିପାରିବେ ବୋଲି କୁହାଯାଇଛି। ସେନାକୁ ମିଳିଥିବା ପ୍ରଧାନମନ୍ତ୍ରୀଙ୍କ ଏମାର୍ଜେନ୍ସୀ ଫାଇନାନସିଆଲ ପାୱାରରେ ଏହି ସବୁ ଡ୍ରୋନ କ୍ରୟ କରାଯାଇଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.