Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ପୂର୍ବରୁ ଭାରତକୁ ଝଟକା, ଏହି ଖେଳାଳି ଏବେ ମଧ୍ୟ କରୋନା ପଜିଟିଭ୍

14/05/2021 at 4:16 PM

ନୂଆଦିଲ୍ଲୀ ୧୪।୦୫: ଭାରତର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତଥା ସନରାଇଜର୍ସ ହାଇଦ୍ରାବାଦର ଗୁରୁତ୍ଵପୂର୍ଣ୍ଣ ଖେଳାଳି ଋଦ୍ଧିମାନ ଶାହା କରୋନା ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଶାହା ମେ ୪ରେ କୋଭିଡ୍ ସଂକ୍ରମିତ ହୋଇଥିଲେ। ଶାହାଙ୍କ ସହ କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ପୂର୍ବରୁ ଏହା ଭାରତ ପାଇଁ ଏହା ଶୁଭଙ୍କର ନୁହେଁ। ଯଦି ଶାହା ମେ ୨୫ ପୂର୍ବରୁ କରୋନା ନେଗେଟିଭ୍ ନହୁଅନ୍ତି ତେବେ ତାଙ୍କୁ ଇଂଲଣ୍ଡ ଗସ୍ତରେ ଯିବାକୁ ସୁଯୋଗ ମିଳିବ ନାହିଁ।

ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଖେଳାଳି ସପ୍ତାହେ ପାଇଁ ମୁମ୍ବାଇର ଏକ ହୋଟେଲ୍‌ରେ ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିବେ। ବିସିସିଆଇ ସ୍ପଷ୍ଟ କରିଛି ଯେ, ବାୟୋ ବବଲ୍‌ରେ ପ୍ରବେଶ କରିବା ପୂର୍ବରୁ ଖେଳାଳିଙ୍କୁ କରୋନା ନେଗେଟିଭ୍ ହେବା ଜରୁରୀ। ଏହି ପ୍ରସଙ୍ଗରେ ଶାହା ଟ୍ଵିଟ୍ କରିଛନ୍ତି ଯେ, ମୋର କ୍ଵାରେଣ୍ଟିନ ଅବଧି ଶେଷ ହୋଇ ନାହିଁ। କରୋନାର ଦୁଇଟି ଟେଷ୍ଟ କରାଯାଇଛି। ଏଥିରୁ ଗୋଟିଏ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅନ୍ୟ ରିପୋର୍ଟ ପଜିଟିଭ୍ ଆସିଛି। ଏବେଠୁ ଅନୁରୋଧ କରୁଛି ଯେ, ବିନା ସଂପୂର୍ଣ୍ଣ ସୂଚନାରେ ଗୁଜବ ଖବର ପ୍ରଚାର କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ଖେଳାଯିବ। ଏହା ପରେ ଭାରତ ଅଗଷ୍ଟ ୫ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ଦୁଇଟି ସିରିଜ୍ ପାଇଁ ଭାରତୀୟ ଦଳ ୨୦ ଜଣିଆ ଦଳ ଘୋଷଣା କରିଛି। ଋଦ୍ଧିମାନ ଶାହାଙ୍କୁ ଓ୍ଵିକେଟ୍ କିପର ଭାବେ ସାମିଲ୍ କରାଯାଇଛି।

   Related Posts