ଭାରତକୁ ମିଳିଲା ଶକ୍ତିଶାଳୀ ପି-୮ଆଇ ବିମାନ, ଚୀନ୍ ଉପରେ ରଖିବ ନଜର

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ,୧୯/୧୧:  ଚୀନ୍ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତକୁ ଆମେରିକାଠୁ ସ୍ୱତନ୍ତ୍ର ବିମାନ ମିଳିଛି । ଭାରତୀୟ ନୌସେନାକୁ ବୁଧବାର ଆମେରିକା ସହ ହୋଇଥିବା ୧.୧ ଅରବ ଡଲାରର ପ୍ରତିରକ୍ଷା ବୁଝବଣା ଆଧାରରେ ୪ଟି ପୋସାୟଡନ ୮ଆଇ ଯୁଦ୍ଧ ବିମାନ ମିଳିଛି । ଏହି ଯୁଦ୍ଧ ବିମାନ ସମୁଦ୍ରରେ ନଜର ରଖିବା ସହ ବୁଡା ଜାହଜକୁ କାଉଣ୍ଟର ଦେଇପାରିବ ।

ସୂତ୍ରାନୁସାରେ, ଏହି ବିମାନ ଅତ୍ୟାଧୂନିକ ସେନସର୍ ବିଶିଷ୍ଟ । ଏହା ବୁଧବାର ଗୋଆରେ ଥିବା ନାଭାଲ ବେସ୍ ଆଇଇଏନଏସ ହଂସରେ ଓହ୍ଲାଇଛି । ଭାରତୀୟ ନୌସେନା ପାଖରେ ପୂର୍ବରୁ ମଧ୍ୟ ୮ଟି ପି-୮ଆଇ ବିମାନ ରହିଛି । ଯାହାକୁ ଭାରତ ମହାସାଗରରେ ଚୀନ ଜାହାଜ ଓ ବୁଡା ଜାହାଜ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି । ଏହି ବିମାନ ଏବେ ପାକିସ୍ତାନ ଓ ଚୀନର ଚିନ୍ତା ବଢାଇଦେଇଛି ।

wp:html /wp:html

ସୂଚନାଯୋଗ୍ୟ, ୨୦୧୬ରେ ପ୍ରତିରକ୍ଷା ମନ୍ତ୍ରାଳୟ ଏପରି ୪ଟି ବିମାନ ପାଇଁ ଅର୍ଡର ଦେଇଥିଲା । ଗତ ବର୍ଷ ସରକାର ଆଉ ୬ଟି ପି-୮ଆଇ ବିମାନ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.