ବଢିଲା ବାଂଲାଦେଶର ରେଳ କ୍ଷମତା, ୧୦ ଡିଜେଲ ଇଞ୍ଜିନ ଦେଲା ଭାରତ

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭।୬: ପଡୋଶୀ କାର୍ଯ୍ୟକ୍ରମରେ ଭାରତ ସୋମବାର ବାଂଲାଦେଶକୁ ୧୦ଟି ଡିଜେଲ ରେଳ ଇଞ୍ଜିନ ଦେଇଛି। ଏହି ସବୁ ଇଞ୍ଜିନ ମାଲପରିବହନ ସାଙ୍ଗକୁ ଯାତ୍ରୀ ପରିବହନ ଲାଗି ମଧ୍ୟ ସହାୟକ ହେବାକୁ ଥିବା ବେଲେ ବାଂଲାଦେଶର ରେଳ କ୍ଷମତା ବୃଦ୍ଧି କରିଛି। କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଓ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଦୀ ଭିଡିଓ କନଫରେନସିଂରେ ଏହି ସବୁ ରେଳ ଇଞ୍ଜିନକୁ ସବୁଜ ପତାକା ଦେଖାଇ ବାଂଲାଦେଶ ପଠାଇଛନ୍ତି।

{"id":306356,"sizeSlug":"large"}

ରେଳ ଇଞ୍ଜିନଗୁଡିକ ଗେଦେ ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିବା ବେଳେ ବାଂଲାଦେଶର ଦର୍ଶନା ରେଳ ଷ୍ଟେସନରେ ସେଗୁଡିକୁ ସ୍ୱାଗତ କରାଯିବ।  ବାଂଲାଦେଶକୁ ଦିଆଯାଇଥିବା ରେଳଇଞ୍ଜିନ ମଧ୍ୟରେ ୩୩୦୦ ଡବ୍ଲୁଡିଏମ ୩-ଡି ଲୋକୋ ଇଞ୍ଜିନ ମଧ୍ୟ ରହିଛି। ଏହି ରେଳ ଇଞ୍ଜିନଗୁଡିକ ଭାରତରେ ଗତ ୨୮ ବର୍ଷ ହେଲା ରେଳସେବା ଯୋଗାଇ ଦେଇଥିବା ବେଳେ ଏଗୁଡିକର ଘଣ୍ଟାପ୍ରତି ବେଗ ୧୨୦ କିଲୋମିଟର। 

{"id":306358,"sizeSlug":"large"}

ଗତ କିଛି ବର୍ଷ ହେଲା ଭାରତ ବାଂଲାଦେଶକୁ ରୋଡ, ରେଳ ଓ ବନ୍ଦର ବିକାଶ କାର୍ଯ୍ୟକ୍ରମରେ ସହାୟତା କରିଆସୁଛି। ଏହି କ୍ରମରେ ଲୋକୋମେଟିଭଗୁଡିକୁ  ବାଂଲାଦେଶକୁ ଦିଆଯାଇଛି।  ରେଳ ଇଞ୍ଜିନ ହସ୍ତାନ୍ତରଣ ଲାଗି ଆୟୋଜିତ ଭିଡିଓ କନଫରେନସିଂ କାର୍ଯ୍ୟକ୍ରମରେ ବାଂଲାଦେଶ ରେଳବାଇ ମନ୍ତ୍ରୀ ମହମ୍ମଦ ନରୁଲ ଇସ୍ଲାମ ଓ ବୈଦେଶିକ ମନ୍ତ୍ରୀ ଅବୁ କାଲାମ ଅବ୍ଦୁଲ ମେମନ ଯୋଗଦେଇଥିଲେ। ଏହି ଅବସରରେ ବାଂଲାଦେଶରେ ଭାରତ ଦ୍ୱାରା ଚାଲିଥିବା ରେଳ ବିକାଶ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା ହୋଇଥିଲା। ଭାରତ ବାଂଲାଦେଶରେ ଏବେ ୧୭ଟି ରେଳ ପ୍ରକଳ୍ପର ବିକାଶ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.