ଅର୍ଥବ୍ୟବସ୍ଥା ପାଇଁ ଭଲ ଖବର, ଆସନ୍ତା ବର୍ଷ ୧୦ ପ୍ରତିଶତ ପର୍ଯ୍ୟନ୍ତ ଛୁଇଁପାରେ ଭାରତର ଜିଡିପି

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭/୧୧ : କରୋନା ମହାମାରୀରେ ଧୂଳିସାତ ହୋଇଯାଇଥିବା ଭାରତର ଅର୍ଥନୀତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଲକଡାଉନ ସମୟରେ ବ୍ୟବସାୟ ସମେତ ଅନେକ କ୍ଷେତ୍ର ପ୍ରଭାବିତ ହୋଇଥିଲା । ଯାହାର ସିଧା ସଳଖ ପ୍ରଭାବ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡିଥିଲା । ତେବେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୖମାସିକରେ ଅର୍ଥବ୍ୟବସ୍ଥାକୁ ବିଭିନ୍ନ କ୍ଷେତ୍ରରୁ ସାହାରା ମିଳୁଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି । ତେଣୁ ଆସନ୍ତା ବର୍ଷ ଅର୍ଥାତ ୨୦୨୧ରେ ଭାରତର ଜିଡିପି ୯.୮ ଶତକଡା ପର୍ଯ୍ୟନ୍ତ ହପଞ୍ଚିପାରେ । ମୋର୍ଗାନ ଷ୍ଟେନଲୀର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

{"id":363208,"width":579,"height":333,"sizeSlug":"large"}

ରିପୋର୍ଟ ଅନୁସାରେ ବର୍ଷ ୨୦୨୦ ଚତୁର୍ଥ ତ୍ରୖମାସିକରେ ଭାରତର ଅର୍ଥବ୍ୟବସ୍ଥା କରୋନା ମହାମାରୀର ପୂର୍ବଭଳି ଗତିରେ ଚାଲିବ । ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିବ । ମୋର୍ଗାନ ଷ୍ଟେନଲୀ ରିପୋର୍ଟ ଅନୁସାରେ ୨୦୨୧ରେ ଭାରତର ଜିଡିପି ୯.୮ ଯାଏଁ ଛୁଇଁପାରେ ଯାହକି ୨୦୨୦ରେ ଜିଡିପି ୫.୭ ଶତକଡା ପର୍ଯ୍ୟନ୍ତ କମିପାରେ । ରିପୋର୍ଟରେ କୁହାଯାଇଛି ଯେ ବିଭିନ୍ନ କ୍ଷେତ୍ରରେ ମହଙ୍ଗା ମାଡ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କର ଆକଳନଠାରୁ ମଧ୍ୟ ଅଧିକ ରହିବ । ଭାରତରେ ମହଙ୍ଗା ମାଡ ୪ ପ୍ରତିଶତରୁ ଅଧିକ ରହିପାରେ ।

{"id":363209,"width":578,"height":356,"sizeSlug":"large"}

ବିଭିନ୍ନ ସଂସ୍ଥାମାନଙ୍କ ରିପୋର୍ଟ ଅନୁଯାୟୀ ଏହି ବର୍ଷ ଅର୍ଥବ୍ୟବସ୍ଥା ଅର୍ଥାତ ଜିଡିପି ହ୍ରାସ ପାଇବ । କିନ୍ତୁ ସେମାନେ କହିବା ମୁତାବକ ଆସନ୍ତା ବର୍ଷ ଜିଡିପି ବୃଦ୍ଧି ପାଇବ । କରୋନା ମହାମାରୀ କାରଣରୁ ଏହି ବର୍ଷ ପ୍ରଥମ ତ୍ରୖମାସିକ ଅର୍ଥାତ ଜୁନ-ଅଗଷ୍ଟ ତ୍ରୖମାସିକରେ ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥବ୍ୟବସ୍ଥା ଇତିହାସରେ ଏହା ସବୁଠାରୁ ବଡ ହ୍ରାସ ଘଟିଥିଲା । ତେବେ ଆଇ ଏକ ସଂସ୍ଥା ଅନୁମାନ କରିଛି ଯେ ୨୦୨୦-୨୧ରେ ଭାରତର ଅର୍ଥବ୍ୟବସ୍ଥାରେ ୧୦.୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିପାରେ । ଅର୍ଥାତ ଜିଡିପି ଗ୍ରୋଥ ମାଇନସ ୧୦.୫ ପ୍ରତିଶତ ହୋଇପାରେ । କେନ୍ଦ୍ର ସରକାର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାକୁ ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରାୟ ୨୯ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିସାରିଲେଣି । ତେବେ ବର୍ଷର ଦ୍ବିତୀୟ ତ୍ରୖମାସିକ ଅର୍ଥାତ ସେପ୍ଟେମ୍ବର ମାସରେ ଜିଡିପି ମୂଲ୍ୟ ଆସିବା ପରେ ଅର୍ଥବ୍ୟବସ୍ଥାର ବାସ୍ତବିକ ଆକଳନ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.