କରୋନା ଭାକସିନ୍ ଖବର ବଦଳାଇପାରେ ଚିତ୍ର, ଚଳିତ ଆର୍ଥିକ ବର୍ଷ ଶେଷ ଆଡକୁ ଭାରତର ଜିଡିପିରେ ୧୦% ଅଭିବୃଦ୍ଧି ଆଶା

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧ : କରୋନା ଭ୍ୟାକସିନ ଖବର ପରେ ଗ୍ଲୋବାଲ ରିସର୍ଚ୍ଚ ଓ ବ୍ରୋକରିଙ୍ଗ ହାଉସ ଗୋଲ୍ଡମ୍ୟାନ ସାଚ୍ସ (Goldman Sachs) କ୍ୟାଲେଣ୍ଡର ୨୦୨୧ରେ ଭାରତର ଜିଡିପି ୧୦ ପ୍ରତିଶତ ହାରରେ ବଢିପାରେ। ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ଏହା ସବୁଠାରୁ ଅଧିକ। ପିଫାଇଜର (PFizer) ଓ ବାୟୋଏନଟେକ (BioNTech) ର ଭ୍ୟାକସିନ ଖବର ପରେ ରିସର୍ଚ୍ଚ କମ୍ପାନୀ ଅନୁସାରେ ଭାରତ ସମେତ ଦୁନିଆର ସମସ୍ତ ଅର୍ଥବ୍ୟବସ୍ଥାରେ ବୃଦ୍ଧି ହୋଇପାରେ। ୨୦୨୨ ମସିହା ବେଳକୁ ଏହି ବୃଦ୍ଧି ପାଖାପାଖି ୭.୩ ପ୍ରତିଶତ ହୋଇପାରେ।

Goldman Sachs ର ବିଶ୍ଳେଷକ ଅନୁମାନ କରିଛନ୍ତି ଯେ ଭ୍ୟାକସିନ ଆସିବା ପରେ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ। ରିସର୍ଚ୍ଚ କମ୍ପାନୀ କହିବାନୁଯାୟୀ, ଆସନ୍ତା ବର୍ଷ ଅର୍ଥବ୍ୟବସ୍ଥାରେ 'V(accine)-Shaped' ପୁନଃରୁଦ୍ଧାର ସ୍ଥିତି ଦେଖିବାକୁ ମିଳିବ। ଦେଶରେ ୨୦୨୨ ବେଳକୁ ମୋଟ ଘରୋଇ ଉତ୍ପାଦନ ବା ଜିଡିପିରେ ୭.୩ ପ୍ରତିଶତ ଅଭିବୃଦ୍ଧି ହୋଇପାରେ। ଯାହା ଦୁନିଆର ୧୧ଟି ବୃହତ୍ତମ ଅର୍ଥନୀତି ଠାରୁ ଅଧିକ। ୨୦୨୧ ମସିହାରେ ୯.୯ ପ୍ରତିଶତ ଅଭିବୃଦ୍ଧି ଓ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫.୭ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଅନୁମାନ କରାଯାଇଛି।

ଏବେ ସୁଦ୍ଧା ଭ୍ୟାକସିନକୁ ନେଇ ଯେଉଁସବୁ ଖବର ଆସିଛି ସେ ହିସାବରେ ଫାଇଜର ଓ ବାୟୋଏନଟେକ ଭ୍ୟାକସିନ ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇପାରେ। ଭାରତ ସମେତ ଅନେକ ଦେଶର ଜନତାଙ୍କୁ ଏହି ଭ୍ୟାକସିନକୁ ନେଇ ଆଶା ଆଶଙ୍କା ରହିଛି।

ବିଶ୍ଳେଷକଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକା ଓ ୟୁରୋପରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପୁଛି। ଏଥିପାଇଁ ସରକାର ନୂଆ ଭାବେ ଆଂଶିକ ଲକଡାଉନ ସହ ସତର୍କ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସେଥିପାଇଁ ବିଶ୍ୱ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି।

ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ଆରମ୍ଭରେ ଯେଉଁଭଳି ଭାବେ ବୃଦ୍ଧି ପାଇଥିଲା, ଲକଡାଉନ ସମାପ୍ତ ହେବାପରେ ଓ ଭ୍ୟାକସିନ ଉପଲବ୍ଧ ହେବାପରେ ଅର୍ଥନୀତି ପୁଣି ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି। FDA ରିପୋର୍ଟ ଅନୁସାରେ ଜାନୁଆରୀ ସୁଦ୍ଧା ଟୀକାକରଣ ଆରମ୍ଭ ହୋଇପାରେ। ଆସନ୍ତା ଏପ୍ରିଲ-ଜୁନ ମାସରେ ବିକାଶ ହାର ମଧ୍ୟ ବୃଦ୍ଧି ପାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.