ଇଟାର ଜବାବ ପଥରରେ ଦେବୁ: ଡ୍ରାଗନର ମୁକାବିଲା ପାଇଁ ପ୍ରସ୍ତୁତ ଭାରତ, କେନ୍ଦ୍ରମନ୍ତ୍ରୀ ସେୟାର କଲେ ଭିଡିଓ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ, ୦୮|୦୬:  ଲଦାଖର ଏଲଏସିରେ ଚୀନ ବିବାଦ କମିଥିବା କହୁଛି । କିନ୍ତୁ ଚୀନା ସୈନିକ ଲଗାତାର ଭାବେ ଏହି ଅଞ୍ଚଳରେ ଯୁଦ୍ଧାଭ୍ୟାସ କରୁଛନ୍ତି । ଯାହାର ଭିଡିଓ ଓ ଫଟୋ ସାମ୍ନାକୁ ଆସୁଛି । ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି । ରବିବାର ଚୀନ ସରକାରୀ ସଂସ୍ଥା ଗ୍ଲୋବାଲ ଟାଇମସରେ ଡ୍ରାଗନ ସେନାର ଯୁଦ୍ଧାଭ୍ୟାସ ଭିଡିଓ ସେୟାର କରିଥିଲା ।ଯାହାର ଜବାବ ଗୃହ ରାଜ୍ୟମନ୍ତ୍ରୀ ସୋମବାର ଦେଇଛନ୍ତି । ଚୀନକୁ ତାହାରି ଭାଷାରେ ଜବାବ ମିଳିଛି ।

wp:html /wp:html

ଗୃହ ରାଜ୍ୟମନ୍ତ୍ରୀ ଜି କିଷନ ରେଡ୍ଡି ସୋମବାର ନିଜ ଟ୍ୱିଟର ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓର ନାଁ ରହିଛି ଧୃବ ଓ୍ୱାରିଅର୍ସ । ଏଥିରେ ଲଦାଖରେ ଭାରତର ସମସ୍ତ ପ୍ରସ୍ତୁତି ବାବଦରେ ଦେଖିବାକୁ ମିଳିଛି ।  ଭିଡିଓରେ ଭାରତର ଜଳ,ସ୍ଥଳ ଓ ବାୟୁ ସେନାର ଯବାନ ଯୁଦ୍ଧାଭ୍ୟାସ କରୁଛନ୍ତି । ଏହାକୁ ଚୀନକୁ ଜବାବ ବୋଲି କୁହାଯାଉଛି ।

କେନ୍ଦ୍ରମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, ଭାରତୀୟ ସେନାର ଏହା ପ୍ରେରଣାଦାୟୀ ଓ ବୀରତ୍ୱ ପ୍ରଦର୍ଶନର ଭିଡିଓ । ଲଦାଖର ଉତ୍ତର ପ୍ରାନ୍ତରେ ସୀମାକୁ ସୁରକ୍ଷିତ ରଖିଛନ୍ତି ଯବାନ । ସ୍ଥଳସେନା ଟ୍ୟାଙ୍କ୍ ଧରି ପ୍ରସ୍ତୁତ ଅଛି । ସେନା ପାଇଁ କୌଣସି ଲକ୍ଷ୍ୟ ଅସାଧ୍ୟ ନୁହେଁ । ଏହି ଭିଡିଓ ଶତ୍ରୁଙ୍କ ପାଇଁ ଚେତାବନୀ ।

ଏହା ପୂର୍ବରୁ ଚୀନର ପିପୁଲ୍ସ୍ ଲିବରେସନ ଆର୍ମୀ ହୁବେଇ ପ୍ରାନ୍ତରେ ହଜାରରୁ ଅଧିକ ପାରାଟ୍ରୁପରଙ୍କ ସହ ଯୁଦ୍ଧାଭ୍ୟାସ କରିଥିଲା । ଯାହାର ଭିଡିଓ ଚୀନ ଜାରି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.