ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଘଂନକୁ ଭାରତୀୟ ସେନାର କଡା ଜବାବ

Published By : Prameya-News7 Bureau | October 23, 2019 IST

ଶ୍ରୀନଗର - ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏହି ସମୟରେ ଦକ୍ଷିଣ କାଶ୍ମୀରର ପୁଲୱାମା  ଅବନ୍ତୀପୋରାରେ ସୁରକ୍ଷାକର୍ମୀଙ୍କ ଏନ୍ କାଉଣ୍ଟରରେ ୩ ଆତଙ୍କବାଦୀ ସଫା । ମୃତ ଆତଙ୍କୀ ଜୈଶ୍ -ଏ-ମହମ୍ମଦ ସହ ଜଡ଼ିତ ବୋଲି ଡିଜିପି ଦିଲ୍ ବାଗ୍ ସିଂହ ସୂଚନା ଦେଇଛନ୍ତି । ମୃତ ଆତଙ୍କବାଦୀ ହେଲେ ଅବଦୁଲ୍ ହମିଦ ଲେଲହରୀ, ନଭୀଦ ଟକ ଓ ଜୁନାଇଦ ଭଟ୍ଟ ।  ଅବଦୁଲ ହମିଦ୍ ଅଲ୍ କାଏଦା କାଶ୍ମୀର ୟୁନିଟର୍ ମୁଖ୍ୟ ଜାକିର ମୁସାରର ଉତ୍ତରାଧିକାରୀ । ଜାକିର ମୁସାର ମୃତ୍ୟୁ ପରେ ସେ ତାର ସ୍ଥାନ ନେଇଥିଲା ।

 ଏହା ସହ ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିଛି ଭାରତୀୟ ସେନା । ସେହିପରି ପାକିସ୍ତାନ ଅଧିକୃତ ଅଂଚଳରେ ନିଲମ ବୈଲିରେ ୧୮ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହା ସହ ଅକ୍ଟୋବର ୧୯ ଓ ୨୦ରେ ୧୬ ଜଣ ପାକ୍ ଯବାନ ମଧ୍ୟ ଟଳି ଯାଇଥିବା ଡିଜିପି ସୂଚନା ଦେଇଛନ୍ତି । ସେପଟେ ନୌସେରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.