ଭାରତ-ଫ୍ରାନ୍ସ ସମରାଭ୍ୟାସ, ଆତଙ୍କବାଦୀ ଦମନ ଲାଗି 'ଶକ୍ତି'ରେ ହେବ ରଣକୌଶଳ

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ ୧୫।୧୧: ପୁଣି ଥରେ ଆରମ୍ଭ ହେବ ଭାରତ-ଫ୍ରାନ୍ସ ସମରାଭ୍ୟାସ । ଏହା ନଭେମ୍ବର ୧୫ରୁ ଆରମ୍ଭ ହୋଇ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ ।

ତେବେ ଦୁଇଦେଶର ସାମରିକ ବାହିନୀ ମଧ୍ୟରେ ବର୍ଦ୍ଧିତ ସାମରିକ ସହଯୋଗ ଏବଂ ପରସ୍ପର ପରସ୍ପରର ରଣକୌଶଳ ସମ୍ପର୍କରେ ଅବଗତ ହେବା ଏହି ଅଭ୍ୟାସର ଉଦ୍ଦେଶ୍ୟ ବୋଲି ଜଣାଯାଇଛି । ଏହି ସାମରିକ ଅଭ୍ୟାସରେ ଭାରତର ଭାରତର ଗୋର୍ଖା ରାଇଫଲ୍ସ ଇନଫାଣ୍ଟ୍ରି ବାଟାଲିଅନର ଗୋଟିଏ ପ୍ଲାଟୁନ ଏବଂ ଫ୍ରାନ୍ସର ୨୧ତମ ମେରାଇନ ଇନଫାଣ୍ଟ୍ରି ରେଜିମେଣ୍ଟର ୬ଷ୍ଠ ଲାଇଟ ଆର୍ମର୍ଡ ବ୍ରିଗେଡ ଯବାନମାନେ ସାମିଲ ହେବେ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ସମରାଭ୍ୟାସର ନାମ ‘ଶକ୍ତି’ ରଖାଯାଇଛି ଏବଂ ପ୍ରତି ଦୁଇବର୍ଷରେ ଥରେ ଭାରତ ଅଥବା ଫ୍ରାନ୍ସରେ ଆୟୋଜିତ ହେଉଛି । ଏହାପୂର୍ବରୁ ୨୦୧୯ରେ ‘ଶକ୍ତି’ ସମରାଭ୍ୟାସ ଭାରତର ରାଜସ୍ଥାନରେ ଆୟୋଜିତ ହୋଇଥିଲା । ଆତଙ୍କବାଦ ମୁକାବିଲା ଅଭିଯାନକୁ ଆହୁରୀ ଜୋରଦାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.