Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାରତ ପାଇଁ ଖୁସିର ଖବର, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫିଟ୍ ହେଲେ ଆଫଗାନିସ୍ତାନର ଚାମ୍ପିଅନ ବୋଲର !

6/11/2021 at 11:08 PM

ନୂଆଦିଲ୍ଲୀ ୦୬।୧୧:  ଭାରତୀୟ ଦଳର ସେମି ଫାଇନାଲ୍‌ ପହଞ୍ଚିବାର ଆଶା ଆଫଗାନିସ୍ତାନ ଉପରେ ରହିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ଭୋଗିଥିଲା। ହେଲେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିପକ୍ଷରେ ବିଶାଳ ବିଜୟ ହାସଲ କରି ସେମି ଫାଇନାଲ ଦୌଡରେ ରହିଛି। ଭାରତର ୪ ମ୍ୟାଚ୍‌ରୁ ୪ ପଏଣ୍ଟ ଏବଂ ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ରୁ ୬ ପଏଣ୍ଟ ହାସଲ କରିଛି। ଯଦି ରବିବାର ହେବାକୁ ଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଆଫଗାନିସ୍ତାନକୁ ହରାଇ ଦିଏ ତେବେ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ। ଯଦି ଆଫଗାନିସ୍ତାନ ବିଜୟୀ ହୁଏ ତେବେ  ଭାରତ ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବ।

ଏହା ମଧ୍ୟରେ ଆଫଗାନିସ୍ତାନ ଦଳ ଏବଂ ଭାରତ ପାଇଁ ଆସିଛି ଖୁସିର ଖବର। ଆଫଗାନିସ୍ତାନର ଅଫ ସ୍ପିନର ମୁଜୀବ ଉର ରେହମାନ ଆହତ କାରଣରୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିନଥିଲେ। ହେଲେ ସେ ଶନିବାର ଜିମ୍‌ରେ କସରତ କରୁଥିବାର ଭିଡିଓ ସେୟାର କରିଛନ୍ତି। ଏହା ଦେଖି ଆଶା ଲାଗୁଛି ଯେ, ରେହମାନ ଆସନ୍ତାକାଲିର ଗୁରୁତ୍ଵପୂର୍ଣ୍ଣ ମୁକାବିଲା ଖେଳିବେ। ରେହମାନ ଚଳିତ ବିଶ୍ଵ କପରେ ଗୋଟିଏ ଇନିଂସରେ ୫ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର। ସେ ସ୍କଟଲାଣ୍ଡ ବିପକ୍ଷରେ ୨୦ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ କେବଳ ୨ଟି ମ୍ୟାଚ୍ ଖେଳିଛନ୍ତି।

୨୦ ବର୍ଷୀୟ ମୁଜିବ ଉର ରେହମାନଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବଶାଳୀ ରହିଛି। ସେ ୨୧ଟି ମ୍ୟାଚ୍‌ରେ ୧୫ ହାରରେ ୩୧ ଓ୍ଵିକେଟ୍ ନେଇଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ୍ ୧୫.୪ ରହିଛି। ଅର୍ଥାତ ସେ ପ୍ରତି ୧୬ ବଲ୍‌ରେ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଥରୁଟିଏ ୪ ଏବଂ ଥରୁଟିଏ ୫ ଓ୍ଵିକେଟ୍ ନେବାର କାରନାମା କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କର ବୋଲିଂ ଇକୋନୋମି ୫.୯୬ ରହିଛି, ଯାହା ଟି-୨୦ ଦୃଷ୍ଟିକୋଣରୁ ବହୁତ ଭଲ। ସେ ୪୩ଟି ଦିନିକିଆରୁ ୨୨ ହାରରେ ୭୦ ଓ୍ଵିକେଟ୍ ନେଇଛନ୍ତି।

ଆଫଗାନିସ୍ତାନ ଦଳ ୟୁଏଇରେ ନ୍ୟୁଜିଲାଣ୍ଡ ଅପେକ୍ଷା ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି। ଦଳର ବିଜୟ ପ୍ରତିଶତ ମଧ୍ୟ ନ୍ୟୁଜିଲାଣ୍ଡ ତୂଳନାରେ ଭଲ ରହିଛି। ତେଣୁ ଆସନ୍ତାକାଲିର ମୁକାବିଲାରେ ଦଳ ନ୍ୟୁଜିଲାଣ୍ଡକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ଦଳ ପାଖରେ ରଶିଦ ଖାନ, ମୁଜିବ ଉର ରେହମାନ ଓ ମହମ୍ମଦ ନବିଙ୍କ ପରି ଦମଦାର  ବୋଲର ରହିଛନ୍ତି।

   Related Posts