Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ନୂଆ ସ୍ତରରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର, ପହଞ୍ଚିଲା ୪୫୪.୪୯ ବିଲିୟନ ଡଲାରରେ

20/12/2019 at 7:57 PM

ମୁମ୍ବାଇ : ଭାରତୀୟ ବୈଦେଶିକ ମୁଦ୍ରାଭଣ୍ଡାରରେ ଅଭିବୃଦ୍ଧି ଜାରି ରହିଛି। ଫଳରେ ୧୩ ଡିସେମ୍ବର ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ୧.୦୭ ବିଲିୟନ ଡଲାର ଅଭିବୃଦ୍ଧି ସହ ୪୫୪.୪୯ ବିଲିୟନରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ସୂଚନା ଦେଇଛନ୍ତି।  ଏହା ଦ୍ୱାରା ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ନୂଆ ରେକର୍ଡ ସ୍ତରରେ ପହଞ୍ଚି ପାରିଛି। ଏହା ପୂର୍ବ ସପ୍ତାହରେ ମୁଦ୍ରାଭଣ୍ଡାର ୨.୩୪୨ ବିଲିୟନ ଡଲାର ଅଭିବୃଦ୍ଧି ସହ ୪୫୩.୪୨୨ ବିଲିୟନ ଡଲାରରେ ପହଞ୍ଚିଥିଲା।

ସମୀକ୍ଷା ସପ୍ତାହରେ ମୁଦ୍ରାଭଣ୍ଡାରର ମୁଖ୍ୟ ଘଟକ ବିଦେଶୀ ମୁଦ୍ରା ଆସେଟ୍ ବୃଦ୍ଧି ଏହାର ଆକାର ବୃଦ୍ଧିରେ ସହାୟକ ହୋଇଛି। ଆରବିଆଇଙ୍କ ପରିସଂଖ୍ୟାନ ଅନୁସାରେ ମହଜୁଦ ବିଦେଶୀ ମୁଦ୍ରା ଆସେଟ୍ ପରିମାଣର ମୂଲ୍ୟ ଏବେ ୧.୧୬୩ ବିଲିୟନ ଡଲାରରୁ ବଢି ୪୨୨.୪୨୨ ବିଲିୟନ ଡଲାରରେ ପହଞ୍ଚିଛି। ତେବେ ବିଦେଶୀ ମୁଦ୍ରାଭଣ୍ଡାରରେ ମହଜୁଦ ଅଣ ଆମେରିକୀୟ ମୁଦ୍ରା ଜେପରି ପାଉଣ୍ଡ, ୟୁରୋ ଓ ୟେନ୍‌ର ତଳ ଉପର ହେଉଥିବା ମୂଲ୍ୟ ବି ଭଣ୍ଡାର ଉପରେ ପ୍ରଭାବ ପକାଉଛି।

ସେପଟେ ସମୀକ୍ଷାଧୀନ ସପ୍ତାହରେ ଦେଶର ସ୍ୱର୍ଣ୍ଣ ଭଣ୍ଡାର୧୧ କୋଟି ଡଲାର ବଢି ୨୬.୯୬୮ ବିଲିୟନ ଡଲାରରେ ପହଞ୍ଚିଛି। ଏହି ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ରୁ ଦେଶର ସ୍ପେଶାଲ କ୍ଲିୟରାନ୍ସ ଅଧିକାରର ମୂଲ୍ୟ ୨୦ ଲକ୍ଷ ଡଲାର ବଢି  ୧.୪୪୪ ବିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଆଇଏମଏଫରେ ଭାରତର ମୁଦ୍ରାପାଣ୍ଠି ମୂଲ୍ୟ ୧.୪କୋଟି ଡଲାର ବଢି ୩.୬୫୮ ବିଲିୟନ ଡଲାରରେ ପହଞ୍ଚି ପାରିଥିବା ଆରବିଆଇ କହିଛନ୍ତି। 

   Related Posts