ଉଦଘାଟନ ହେଲା ଦେଶର ବୀରପୁତ୍ରଙ୍କ ସ୍ମୃତିରେ ନିର୍ମିତ "ୱାର ମେମୋରିଆଲ": ୧୬ଟି କାନ୍ଥରେ ୨୫ ହଜାର ୯୪୨ ଜଣ ସହିଦଙ୍କ ନାଁ ଲେଖାଯାଇଛି

Published By : Prameya-News7 Bureau | February 25, 2019 IST

ଦିଲ୍ଲୀ ୨୫/୨ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକ ଉଦଘାଟନ କରିଛନ୍ତି | ସେ କହିଛନ୍ତି ଯେ, ବହୁ ବର୍ଷ ହେଲାଣି ଏହି ସ୍ମାରକର ଦାବି ହେଉଛି | ଗତ କିଛି ବର୍ଷ ହେଲା ଥରେ ଦୁଇଥର ସ୍ମାରକ ନିର୍ମାଣ ପାଇଁ ପ୍ରୟାସ କରାଯାଇଛି କିନ୍ତୁ ହୋଇପାରିନଥିଲା |

{"id":88706}

୨୦୧୪ ମସିହାରେ ସ୍ମାରକ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା | କିନ୍ତୁ ନିର୍ଧାରିତ ସମୟ ପୂର୍ବରୁ ସ୍ମାରକ ନିର୍ମାଣ ହୋଇଯାଇଛି ଏବଂ ଲୋକାର୍ପଣ ହୋଇଛି ବୋଲି କହିଛନ୍ତି ମୋଦି | ଏହି ସ୍ମାରକ ସଂକଳ୍ପ ରୁ ସିଦ୍ଧିର ପ୍ରତୀକ | ଆସନ୍ତୁ ଜାଣିବା କାହିଁକି ଖାସ ଏହି ଜାତୀୟ ଯୁଦ୍ଧ ସ୍ମାରକ :

{"id":88697}

ଦେଶ ସ୍ୱାଧୀନ ହେବା ପରେ ସହିଦ ହୋଇଥିବା ସେନାଙ୍କ ସ୍ମୃତିରେ ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରେ ନ୍ୟାସନାଲ ୱାର ମେମୋରିଆଲ ନିର୍ମାଣ କରାଯାଇଛି | ଏହି ମେମୋରିଆଲ ୪୦ ଏକର ଜମିରେ ନିର୍ମାଣ ହୋଇଛି | ଏହି ସ୍ମାରକ ନିର୍ମାଣରେ ୧୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି |

{"id":88698,"width":576,"height":323}

ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ, ସୁରକ୍ଷାମନ୍ତ୍ରୀ, ଆର୍ମି, ନୌସେନ, ବାୟୁସେନାର ପ୍ରମୁଖ ଏବଂ ଅନ୍ୟ ଅତିଥି ଉପସ୍ଥିତ ଥିଲେ | ଆଜି ସନ୍ଧ୍ୟା ୫ଟା ୪୫ ମିନିଟରେ ଇଣ୍ଡିଆ ଗେଟରେ ପହଂଚିଥିଲେ ମୋଦି |

{"id":88704}

ଉଦଘାଟନ ବେଳେ ଆକାଶ ମାର୍ଗରୁ ଗୋଲାପ ଫୁଲ ବର୍ଷା କରାଯାଇଥିଲା | ଉଦଘାଟନ ପରେ ମୋଦି ଏବଂ ସବୁ ଧର୍ମର ଗୁରୁ ୱାର ମେମୋରିଆଲରେ ଶାନ୍ତି ପାଠ କରିଥିଲେ ଏବଂ ସହିଦମାନଙ୍କୁ ସଲାମୀ ଦେଇଥିଲେ |

{"id":88699}

ମେମୋରିଆଲର ୧୬ଟି କାନ୍ଥରେ ୨୫ ହଜାର ୯୪୨ ଜଣ ସହିଦଙ୍କ ନାଁ ଲିଖାଯାଇଛି | ଏହାସହ ରେଙ୍କ ଏବଂ ରେଜିମେଣ୍ଟ ମଧ୍ୟ ଉଲ୍ଲେଖ ରହିଛି | ଗତ ବର୍ଷ ଫେବୃଆରୀ ମାସରେ ମେମୋରିଆଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ଏହି ବର୍ଷ ନିର୍ଧାରିତ ସମୟ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ମଧ୍ୟ ହୋଇଯାଇଥିଲା |

{"id":88700,"width":580,"height":434}

ମେମୋରିଆଲରେ ୪ଟି ଚକ୍ର ତିଆରି କରାଯାଇଛି | ସେଗୁଡିକ ହେଲେ ଅମର ଚକ୍ର, ବୀର ଚକ୍ର, ତ୍ୟାଗ ଚକ୍ର ଏବଂ ରକ୍ଷକ ଚକ୍ର | ମୁଖ୍ୟ କମ୍ପ୍ଲେକ୍ସ ପଛପଟେ ପରମ ଯୋଦ୍ଧା ସ୍ଥଳ ତିଆରି କରାଯାଇଛି | ଏଥିରେ ଅନେକ ପୁରସ୍କାର ବିଜେତାଙ୍କ ନାଁ ଲେଖାଯାଇଛି |

{"id":88703,"width":576,"height":324}

୧୯୬୨ ମସିହାରେ ଭାରତ ଚୀନ ଯୁଦ୍ଧ, ୧୯୬୫ ମସିହାର ଭାରତ ପାକିସ୍ତାନ ଯୁଦ୍ଧ, ୧୯୭୧ ଯୁଦ୍ଧ, ଶ୍ରୀଲଙ୍କାରେ ଇଣ୍ଡିଆନ ପିସ କିପିଙ୍ଗ ଫୋର୍ସର ଅପରେସନ ଏବଂ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ମେମୋରିଆଲରେ ବିଶେଷ ସମ୍ମାନ ଦିଆଯାଇଛି |

{"id":88701}

ସୈନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଦେଶରେ ସଙ୍କଟ ଶତ୍ରୁମାନଙ୍କ ଯୋଗୁଁ ଆସୁ କି ପ୍ରକୃତି ଯୋଗୁଁ, ଭାରତର ସେନା ସବୁଠାରୁ ଆଗରେ ସବୁ ସମସ୍ୟାକୁ ନିଜର ଭାବି ଦେଶର ଜନତାଙ୍କ ପାଇଁ ଲଢେଇ କରିଛନ୍ତି |

{"id":88705}

ଭାରତୀୟ ସେନା ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ବୋଲି କହିଛନ୍ତି ମୋଦି |

{"id":88702,"width":576,"height":432}
{"id":88707}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.