ସିଡନୀ,୦୯/୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୨୪୪ ରନରେ ଅଲଆଉଟ୍ ହୋଇଯାଇଛି । ତୃତୀୟ ଦିନରେ ଦଳ ୨ ଓ୍ୱିକେଟ୍ ହରାଇ ୯୬ ରନରୁ ଆରମ୍ଭ କରିଥିବା ବେଳେ ଅବଶିଷ୍ଟ ୮ ଓ୍ୱିକେଟ୍ ହରାଇ ଅଲଆଉଟ୍ ହୋଇଛି । ଲଞ୍ଚ୍ ବ୍ରେକ ସୁଦ୍ଧା ଭାରତ ୧୮୮ ରନ୍ କରିଥିବା ବେଳେ ଏହାପରେ ଅନ୍ୟ ୬ଟି ଓ୍ୱିକେଟ ସଅଳ ହରାଇଥିଲା ।
ଟସ୍ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଅଷ୍ଟେଲିଆ ଦଳ ପ୍ରଥମ ଇନିଂସରେ ମୋଟ ୧୦୫.୪ ଓଭର ଖେଳି ସମସ୍ତ ଓ୍ୱିକେଟ୍ ହରାଇ ୩୩୮ ରନ୍ ସଂଗ୍ରହ କରିଥିଲା ।ଜବାବ ଭାରତ ପ୍ରଥମ ଇନଂସରେ ୨୪4 ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ତୃତୀୟ ଦିନର ଖେଳ ୯୬ ରନରୁ ଆରମ୍ଭ କରିଥିଲା । କିନ୍ତୁ ଲଞ୍ଚ୍ ବ୍ରେକ୍ ପୂର୍ବରୁ ୨ଟି ଓ୍ୱିକେଟ୍ ହରାଇଥିଲା । ପରେ ଆଉ ୨ଟି ଓ୍ୱିକେଟ୍ ହରାଇଥିଲା । କିନ୍ତୁ ବ୍ରେକ୍ ପରେ ଦଳ ଅନ୍ୟ ୬ଟି ଓ୍ୱିକେଟ୍ ହରାଇ ଅଲଆଉଟ୍ ହୋଇଯାଇଛି ।
ଭାରତ ପକ୍ଷରୁ ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା ୫୦ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ । ସେହିପରି ଋଷଭ ପନ୍ତ ୩୬, ରୋହିତ ଶର୍ମା ୨୬, ଆଜିଙ୍କ୍ୟ ରାହାଣେ ୨୨, ରବିନ୍ଦ୍ର ଜାଡେଜା ଅପରାଜିତ ୨୮ ରନ୍ କରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜୋସ୍ ହାଜଲଉଡ୍ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।