Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦେଶରେ ଲଞ୍ଚ ହେବାକୁ ଯାଉଛି ପ୍ରଥମ ଅଟୋନମୋସ କାର, ନିଜକୁ ନିଜେ ଖୋଜିନେବ ପାର୍କିଂ ଲଟ୍

24/09/2020 at 9:31 PM

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆମେ ଅଟୋନମୋସ କାର ସମ୍ପର୍କରେ ଶୁଣି ଆସୁଥିଲେ ହେଲେ ଦେଖି ନଥିଲେ। ଆଗାମୀ ପୂଜା ବଜାରରେ ଲଞ୍ଚ ହେବାକୁ ଯାଉଛି ପ୍ରଥମ ଅଟୋନମୋସ କାର। ଏହି କାରକୁ ପାର୍କିଂ କରିବା ଲାଗି ମାଲିକଙ୍କୁ ଚିନ୍ତାକରିବାକୁ ପଡିବନି। ଗାଡି ନିଜକୁ ନିଜେ ପାର୍କିଂ ଲଟକୁ ନେଇ ପାର୍କ ହୋଇଯିବ। କେବଳ ଏତିକି ନୁହେଁ ଆହୁରି ବି ଅନେକ ଫିଚର ରହିଛି ଏହି କାରର।

ଦେଶରେ ପ୍ରଥମ କରି ଏମଜି ମୋଟର ଇଣ୍ଡିଆ ଲିଃ ଏପରି ଏସୟୁଭି ଉପଲବ୍ଧ କରିବାକୁ ଯାଉଛନ୍ତି। ଗ୍ଲୋଷ୍ଟର ନାମକ ଏହି ଏସୟୁଭି ଏକ ଲବୁଲ-୧ କାର। ଏହାର ମୂଲ୍ୟ ଅନୁନ୍ୟ ୪୦ଲକ୍ଷ ଟଙ୍କାରୁ ଆରମ୍ଭ ହେବ। ଲେବୁଲ-୧ ଟେକନିକ୍‌ ଅନୁସାରେ ଏହି କାରରେ କେବଳ ସେଲ୍ଫ ପାର୍କିଂ ନୁହେଁ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ।

ଏଥିରେ ଫରୱାର୍ଡ କୋଲାଇଜନ ୱାର୍ଣ୍ଣିଂ ସୁବିଧା ମଧ୍ୟ ମିଳିବ। ଏଥିରେ ଚାଳକଙ୍କୁ  ସମ୍ମୁଖରେ କୌଣସି ଯାନ ଅଥବା ଅବରୋଧ ଆସୁଥିଲେ କାର ସୂଚେଇ ଦେବ। ସେହିପରି  କାରରେ ଅଟୋମେଟିକ ଏମର୍ଜେନ୍ସି ବ୍ରେକିଂ ଓ ବ୍ଲାଇଣ୍ଡସ୍ପଟ ସିଲେକ୍ସନ ଭଳି ମଧ୍ୟ ଅନେକ ସତର୍କତା ବ୍ୟବସ୍ଥା ମଧ୍ୟ ରହିବ।

୮ସ୍ପିଡ ଅଟୋମେଟିକ୍ ଟ୍ରାନ୍ସମିସନର ଗ୍ଲୋଷ୍ଟରରେ ୪ ହ୍ୱିଲ ଇଞ୍ଜିନ ରହିଛି। ଭେରିଏଣ୍ଟ ଅନୁସାରେ ଏହି କାର ଟୟୋଟା ଫରଚ୍ୟୁନର ଓ ଫୋର୍ଡ ଏଣ୍ଡେଭର ଭଳି ହେବ। ତେବେ ଅଟୋମେସନ ଲେବଲ-୧ ମଡେଲ ମୁକାବିଲାରେ ଦେଶରେ କୌଣସି କାର ଅଥବା ଏସୟୁଭି ନାହାନ୍ତି।

   Related Posts