କରୋନା ମୁକାବିଲା: ଭଲ ସ୍ଥିତିରେ ଭାରତ, ୧୦ ଲକ୍ଷ ଲୋକରେ ମାତ୍ର ୯ଜଣ ସଂକ୍ରମିତ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ, ୧୭|୦୪: କରୋନା ମୁକାବିଲାରେ ଭାରତ ଅନ୍ୟ ଦେଶ ତୁଳନାରେ ଆଗରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରେ ଦେଶରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯ଟି କରୋନା ମାମଲା ଆସିଛି । ଯାହା ବିଶ୍ୱରେ ସବୁଠାରୁ କମ । ତେବେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସ୍ପେନରେ ୩୮୬୪, ଇଟାଲୀରେ ୨୭୩୨ , ଫ୍ରାନ୍ସରେ ୨୨୬୫ ଓ ଆମେରିକାରେ ୧୯୪୬ଟି ମାମଲା ରହିଛି ।

ତଥ୍ୟାନୁସାରେ, ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ କରୋନା ମୃତ୍ୟୁ ହେଉଛି ୦.୩ । ଏହି ସଂଖ୍ୟା ସ୍ପେନରେ ୪୦୨, ଇଟାଲୀରେ ୩୫୮, ଫ୍ରାନ୍ସରେ ୨୬୩ ରହିଛି । ସେହିପରି ଦେଶରେ ସଂକ୍ରମଣ ରୋକିବାରେ ମଧ୍ୟ ସଫଳ ହୋଇଛି । ଯେତେବେଳେ ଦେଶରେ ମୋଟ ମାମଲା ୧୦ ହଜାର ଅତିକ୍ରମ କରିଥିଲା ସେତେବେଳେ ୨,୧୭,୫୫୪ଜଣଙ୍କ ପରୀକ୍ଷା କରାଯାଇଥିଲା ।

{"id":255479,"width":751,"height":422,"sizeSlug":"large"}

କାନାଡାରେ ଏହି ମାମଲା ୨,୯୫,୦୬୫ଙ୍କ ପରୀକ୍ଷା ପରେ ଆସିଥିଲା । ସେହିପରି ଆମେରିକା, ଫ୍ରାନ୍ସ, ଇଟାଲୀ, ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ୨ରୁ ୩ ଦିନ ମଧ୍ୟରେ ୭୫ରୁ ୩ ହଜାର ହୋଇଯାଇଥିଲା । ତେବେ ଭାରତରେ ଏହି ସଂକ୍ରମଣ ବ୍ୟାପିବା ପାଇଁ ଅଧିକ ଦିନ ଲାଗିଥିଲା । ୬୦୦୦ରୁ ୧୨ ହଜାର ମାମଲା ହେବା ପାଇଁ ଦେଶରେ ୬ ଦିନ ଲାଗିଥିବା ବେଳେ ଅନ୍ୟ ଦେଶରେ ଏହା ମାତ୍ର ୪ ଦିନରେ ହୋଇଯାଇଥିଲା ।

ଆଇସିଏମଆର ରିପୋର୍ଟ ଅନୁସାରେ, ଜାପାନରେ ୧୧.୪ ଲୋକଙ୍କ ଯାଂଚ ମଧ୍ୟରେ ଜଣେ କରୋନା ପଜିଟିଭ୍ ମିଳିଥିଲେ । ଇଟାଲିରେ ଏହି ସଂଖ୍ୟା ୬.୭, ଆମେରରିକାରେ ୫.୩ ଓ ବ୍ରିଟେନରେ ୩.୪ ରହିଥିଲା । ତେବେ ଭାରତରେ ପ୍ରତି ୨୪ଜଣଙ୍କ ଯାଂଚରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.