କରୋନା ବିରୋଧରେ ଲଢୁଛି ଭାରତ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ସଂକ୍ରମିତ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ, ୧୪|୦୩:   ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଭାଇରସ ଏବେ ସୁଦ୍ଧା ୫ ହଜାରରୁ ଅଧିକ ଜୀବନ ନେଇସାରିଲାଣି। ଭାରତ ମଧ୍ୟ ଏଥିରୁ ବାଦ ପଡି ନାହିଁ। ଦେଶରେ କରୋନାରେ ସଂକ୍ରମିତ ହୋଇ ୨ଜଣ ପ୍ରାଣ ହରାଇଛନ୍ତି। ତେବେ ସଂକ୍ରମିତଙ୍କ ଚିକିତ୍ସା ମଧ୍ୟ ଜାରି ରହିଛି।

{"id":238281,"width":747,"height":620,"sizeSlug":"large"}

ଭାରତରେ ଏବେ କରୋନାରେ ସଂକ୍ରମିତ ୮୫ଟି ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ୮୫ଟି ସଂକ୍ରମଣ ମାମଲା ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୭୩ ଜଣଙ୍କ ଚିକିତ୍ସା ଚାଲିଛି। ଏହା ବ୍ୟତୀତ ୨ଜଣ ପ୍ରାଣ ହରାଇଛନ୍ତି।

କରୋନାରେ ସଂକ୍ରମିତ ହୋଇ କର୍ଣ୍ଣାଟକରେ ଗୁରୁବାର ଦିନ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀରେ ଜଣେ ୬୯ ବର୍ଷୀୟା ବୃଦ୍ଧା ରାମ ମନୋହର ଲୋହିଆ ମେଡିକାଲରେ ପ୍ରାଣ ହରାଇଥିଲେ।

{"id":238282,"width":745,"height":419,"sizeSlug":"large"}

ଦେଶରେ ସାମ୍ନାକୁ ଆସିଥିବା ୮୫ଟି ମାମଲା ମଧ୍ୟରୁ ଦିଲ୍ଲୀରେ ୭ଟି, ହରିୟାଣା ୧୪ଟି, କେରଳରେ ୧୯ଟି, ରାଜସ୍ଥାନରେ ୩, ତେଲେଙ୍ଗାନାରେ ୧, ଉତ୍ତର ପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ୧, ଜମ୍ମୁ-କାଶ୍ମୀରରେ ୧, ପଞ୍ଜାବରେ ୧, କର୍ଣ୍ଣାଟକରେ ୬, ମହାରାଷ୍ଟ୍ରରେ ୧୭  ଓ ଆନ୍ଧ୍ରପ୍ରଦେଶର ଗୋଟିଏ ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.