କରୋନା ବିରୁଦ୍ଧରେ ମହାସଂଗ୍ରାମ ଲଢୁଛି ଭାରତ, ସୁସ୍ଥ ହେଲେଣି ୯୩ ପ୍ରତିଶତ ଆକ୍ରାନ୍ତ

Published By : Prameya-News7 Bureau | November 15, 2020 IST

ନୂଆଦିଲ୍ଲୀ ୧୫/୧୧ : କରୋନା ତାର ପ୍ରକୋପ ଜାରି ରଖିଥିଲେ ସୁଦ୍ଧା ମହାମରୀ ବିରୁଦ୍ଧରେ ମହାସଂଗ୍ରାମ ଦିନକୁ ଦିନ ବଢିଚାଲିଛି । ସୂଚନା ଅନୁସାରେ ଭାରତରେ ରବିବାର ସୁଦ୍ଧା ୯୩.୦୯ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇସାରିଲେଣି ।  ବର୍ତ୍ତମାନ ସୁଦ୍ଧା ୮୨ ଲକ୍ଷରୁ ଅଧିକ ଲୋକ ସଂକ୍ରମଣରୁ ସୁସ୍ଥ ହୋଇ ଫେରିଲେଣି ।

{"id":362234,"sizeSlug":"large"}

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୧୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୪୭ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୧୦୫, ଦିଲ୍ଲୀ ୯୬, ପଶ୍ଚିମବଙ୍ଗ ୫୩, ଉତ୍ତର ପ୍ରଦେଶ ୨୭ ଏବଂ କେରଳରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ମହାମାରୀ​‌ରେ ଏଯାବତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ରେ ପହଞ୍ଚିଲାଣି ।

{"id":362235,"width":577,"height":381,"sizeSlug":"large"}

ବର୍ତ୍ତମାନ ଦେଶରେ ୪ ଲକ୍ଷ ୭୯ ହଜାର ୨୧୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତଙ୍କ ୫.୪୪ ପ୍ରତିଶତ । ଦେଶରେ ୮୨ ଲକ୍ଷ ୫ ହଜାର ୭୨୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏହି ହିସାବରେ ଦେଖିବାକୁ ଗଲେ ମୋଟ ସୁସ୍ଥ ୯୩.୦୯ ପ୍ରତିଶତ । ସଂକ୍ରମଣରେ ମୃତ୍ୟୁ ହାର ମୋଟ ଆକ୍ରାନ୍ତଙ୍କ ୧.୪୭ ପ୍ରତିଶତ । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ତଥ୍ୟ ଅନୁଯାୟୀ ଏଯାବତ ମୋଟ ୧୨ କୋଟି ୪୮ ଲକ୍ଷ ୩୬ ହଜାର ୮୧୯ ନମୂନା ପରୀକ୍ଷା ହୋଇସାରିଛି । କେବଳ ଶନିବାର ୮ ଲକ୍ଷ ୫ ହଜାର ୫୮୯ ନମୂନା ପରୀକ୍ଷା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.