Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

‘କରୋନା ସହ ଭାରତ ଲଢୁଛି, ଅନ୍ୟ ଦେଶ ତୁଳନାରେ ସ୍ଥିତି ଭଲ ଅଛି’- ମୋଦୀ

27/06/2020 at 4:49 PM

ନୂଆଦିଲ୍ଲୀ, ୨୭|୦୬:  ଭାରତ କରୋନା ବିରୋଧରେ ମଜବୁତ ଲଢେଇ ଲଢୁଛି । ଏହା କେବଳ ଏକ ଶାରୀରିକ ରୋଗ ନୁହେଁ ଯାହା କେବଳ ଲୋକଙ୍କ ଜୀବନ ନେଇଥାଏ । ଏହା ଜୀବନଯାତ୍ରା ଉପରେ ମଧ୍ୟ ପ୍ରଭାବ ପକାଉଛି ବୋଲି ଡା ଜୋସେଫ୍ ମୋଟ୍ରୋପୋଲିଟନର ୯୦ତମ ଜୟନ୍ତୀ ସମାରୋହରେ ଯୋଗ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୋଦୀ କହିଛନ୍ତି ଯେ, ଭାରତ କରୋନା ମୁକାବିଲାରେ ଅନ୍ୟ ଦେଶ ତୁଳନାରେ ସଫଳ । କିଛି ଲୋକ ଭାରତରେ ଭାଇରସର ପ୍ରକୋପ ଗମ୍ଭୀର ହେବ ବୋଲି କହିଥିଲେ ।  ଲକଡାଉନ୍ ପାଇଁ ସରକାର ଓ ଲୋକଙ୍କ ମିଳିତ ସହଯୋଗରେ ଭାରତର ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ରହିଛି । ଭାରତରେ ସୁସ୍ଥ ହାର ମଧ୍ୟ ଅଧିକ । କିନ୍ତୁ ଏବେ ଅଧିକ ସାବଧାନ ରହିବାକୁ ପଡିବ ।

ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ମାମଲା ୫ ଲକ୍ଷ ଟପିଲାଣି । ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୧୮୫୫୨ଟି ମାମଲା ସାମ୍ନାକୁ ଆସିଛି । ଏହାସହ ୩୮୪ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଏବେ ମୋଟ୍ ମାମଲା ୫୦,୦୮,୯୫୩କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୧୯୭୩୮୭ଟି ଆକ୍ଟିଭ୍ କେସ୍ ରହିଛି । ଏବେ ସୁଦ୍ଧା ମୋଟ ୧୫,୬୮୫ଜଣ ପ୍ରାଣ ହରାଇଛନ୍ତି । ତେବେ ୨୯୫୮୮୧ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଦିଲ୍ଲୀରେ ସ୍ଥିତି ସୁଧୁରିବାରେ ଲାଗିଛି । ଶୁକ୍ରବାର ଏଠାରେ ୩ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩୪୬୦ଟି ମାମଲା ଆସିଥିବା ବେଳେ ମୋଟ ମାମଲା ୭୭୨୪୦କୁ ବୃଦ୍ଧି ପାଇଛି । ତେବେ ଏଠାରେ ୨୪ ଘଣ୍ଟାରେ ୬୩ ଜଣ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୨୪୯୨ ରହିଛି ।

   Related Posts