କୃଷକଙ୍କ ଆୟ ଦ୍ଵିଗୁଣ କରିବା ପାଇଁ ୬୫ ବର୍ଷର ପୁରୁଣା ଆଇନରେ ପରିବର୍ତ୍ତନ କରିବେ ମୋଦୀ ସରକାର !

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: କୃଷକଙ୍କ ଆୟ ଦ୍ଵିଗୁଣ କରିବା ପାଇଁ ଉପଭୋକ୍ତା ମନ୍ତ୍ରଣାଳୟ ଏସେନସିଆଲ କମୋଡିଟି ଆକ୍ଟ(Essential Commodity Act)ରେ ପରିବର୍ତ୍ତନ କରିଛି। ଅର୍ଥ ମନ୍ତ୍ରୀ କହିଛନ୍ତି କୃଷି କ୍ଷେତ୍ରରେ ପ୍ରତିଯୋଗିତା ଓ ନିବେଶ ବୃଦ୍ଧି ନିମନ୍ତେ ୧୯୫୫ରୁ ଜାରି ଆବଶ୍ୟକ ବସ୍ତୁ ଅଧିନିୟମରେ ପରିବର୍ତ୍ତନ କରାଯିବ। ତେଲ, ଡାଲି, ଖାଦ୍ୟଶସ୍ୟ, ଆଳୁ, ପିଆଜୁ ଏବେ ଡିରେଗୁଲେଟ୍ ଅର୍ଥାତ ଏଥିରୁ ବାଦ୍ ଦିଆଯିବ। ଖାଦ୍ୟ ପ୍ରକ୍ରିୟାକରଣ ପାଇଁ କୌଣସି  ଷ୍ଟକ ଲିମିଟ୍ ରହିବ ନାହିଁ। ରପ୍ତାନକାରୀଙ୍କୁ ମଧ୍ୟ କୌଣସି ସମସ୍ୟା ହେବ ନାହିଁ। ରାଷ୍ଟ୍ରୀୟ ବିପର୍ଯ୍ୟୟ ଓ ମରୁଡି ସ୍ଥିତିରେ ସରକାର କୌଣସି ବଡ ପଦକ୍ଷେପ ଉଠାଇ ପାରନ୍ତି.

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୃଷି ବିପଣନ ସଂସ୍କାରରେ ସୁଧାରର ଘୋଷଣା କରିଛନ୍ତି। ପୂର୍ବେ କୃଷକଙ୍କୁ କେବଳ ଏପିଏମସିକୁ ଖାଦ୍ୟଶସ୍ୟ ବିକିବାକୁ ପଡୁଥିଲା। ମାତ୍ର ଏବେ ଏହାକୁ ସମାପ୍ତ କରାଯାଇଛି। ଏକକ କେନ୍ଦ୍ରୀୟ ଆଇନ୍ ଅଣାଯିବ। ଏଥିରେ କୃଷକ ନିଜର ଉତ୍ପାଦନକୁ ଆକର୍ଷକ ମୂଲ୍ୟରେ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି କରି ପାରିବେ। ଏବେ ସେମାନେ କେବଳ ଲାଇସେନ୍ସଧାରୀଙ୍କୁ ହିଁ ବିକି ପାରୁଛନ୍ତି। ଏବେ ଯେଉଁ ଯୋଜନା ଆରମ୍ଭ ହେବ ସେଥିରେ ସେମାନେ ଯେ କୌଣସି ଲୋକଙ୍କୁ ଉତ୍ପାଦନ ବିକ୍ରି କରି ପାରିବେ ଏବଂ ମନ ମୁତାବକ ମୂଲ୍ୟ ପାଇପାରିବେ।

 ଅର୍ଥ ମନ୍ତ୍ରୀ କହିଛନ୍ତି ଅପରେସନ ଗ୍ରୀନର ବିସ୍ତାର କରାଯିବ। ଏଥିରେ ଟମାଟର, ପିଆଜ ଓ ଆଳୁ ବ୍ୟତୀତ ବାକି ସବୁ ଫଳ ଓ ପନି ପରିବାକୁ ମଧ୍ୟ ସାମିଲ କରାଯିବ। ବିଶେଷଜ୍ଞଙ୍କ କହିବା କଥା ଏସେନସିଆଲ କମୋଡିଟୀ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେଲେ ମଧ୍ୟ ବେପାରୀଙ୍କୁ ଅଟକ ରଖାଯିବ ନାହିଁ। ବେପାରୀଙ୍କ କୌଣସି ଧନସଂପତ୍ତି  ଜବତ ହେବ ନାହିଁ।

ବେପାରୀଙ୍କଠୁ ମୁନାଫାରେ ଅର୍ଥ ଆଦାୟ ହେବ ନାହିଁ। କୃଷକଙ୍କ ନିଶ୍ଚିତ ଆୟ, ଗୁଣବତ୍ତା ନିର୍ଦ୍ଧାରଣ ପାଇଁ ଏକ ଆଇନ୍ କରାଯିବ। ଏହାର ଫାଇଦା ଏହା ଯେ, କୃଷକଙ୍କ ଉତ୍ପୀଡନକୁ ରୋକା ଯାଇ ପାରିବ ଓ କୃଷକଙ୍କ ଜୀବନମାନରେ ସୁଧାର ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.