ଚୀନ୍‌-ପାକିସ୍ତାନ ଭାରତକୁ ଡରିବେ : ଆମେରିକା ଠାରୁ ଭାରତ କିଣିବ ଫାଇଟର-ବି ଡ୍ରୋନ୍ , କ୍ଷେପଣାସ୍ତ୍ର ଓ ଲେଜର ବୋମାକୁ କରିବ ମୁକାବିଲା

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: ପୂର୍ବ ଲଦାଖରେ ଗତ ଏକ ମାସରୁ ଅଧିକ ସମୟ ହେଲାଣ ଭାରତ- ଚୀନ୍‌ ମଧ୍ୟରେ ବିବାଦ ଲାଗିରହିଛି । ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ ଗୋଟିଏ ପଟେ ମାମଲାର ସମାଧାନ ନେଇ ଆଲୋଚନା ଚାଲିଥିବା ବେଳେ ଚୀନ୍‌ ନିଜର ସୈନ୍ୟମାନଙ୍କୁ ସୀମାରେ ଠୁଳ କରିଛି । ତେବେ ଏହି ସବୁ ବିବାଦ ମଧ୍ୟରେ ଭାରତ ସୀମାରେ ଆଗୁଆ ପରିସ୍ଥିତିକୁ ଦେଖି ଆମେରିକା ଠାରୁ ଅତ୍ୟାଧୁନିକ ଡ୍ରୋନ୍‌ କିଣିବାକୁ ଉଚ୍ଛା ଜାହିର କରିଛି । ଆମେରିକାର ଶକ୍ତିଶାଳୀ ଡ୍ରୋନ୍‌ ଫାଇଟର-ବିକୁ କିଣିବାକୁ ଭାରତ ଯୋଜନା କରୁଛି । ଏହି ଡ୍ରୋନ୍‌ଟି କମ୍‌ ଉଚ୍ଚତାରେ ଉଡାଣ ଭରିବା ସହ ଅଧିକ ସମୟ ପର୍ଯ୍ୟନ୍ତ ଆକାଶରେ ଶତ୍ରୁପକ୍ଷଙ୍କ ଉପରେ ନଜର ରଖିପାରିବ ।  ଆମେରିକାର ଫାଇଟର-ବି ଡ୍ରୋନ୍‌ ଏକ ଅତ୍ୟାଧୁନିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି । ଡ୍ରୋନ୍‌ଟି ଗୁଇନ୍ଦା ସୂଚନା ଯୋଗାଡ କରିବା ସହ ଶତ୍ରୁ ପକ୍ଷର ଆଡ୍ଡାକୁ ନଜର ରଖି ମିସାଇଲ୍‌ ଓ ଲେଜର ଗାଇଡେଡ୍‌ ବମ ମାଡ କରି ନଷ୍ଟ କରିବାର କ୍ଷମତା ରଖିଛି ।

ବର୍ତ୍ତମାନର ସ୍ଥିତିରେ ଭାରତର ପୂର୍ବ ଲଦାଖ ସୀମାରେ ଇସ୍ରାଏଲ୍‌ (ହେରୋନ) ଡ୍ରୋନ୍‌ର ବ୍ୟବହାର କରୁଛି । ଏହି ଡ୍ରୋନ୍‌ଟି ଏକ ଅସ୍ତ୍ରରହିତ ଡ୍ରୋନ୍‌, ସୀମାରେ କେବଳ ନଜର ରଖିବା ପାଇଁ ବ୍ୟବହରା କରାଯାଇଛି । ସେପଟେ ଚୀନ୍‌ ସୀମାରେ ନଜର ରଖିବାକୁ ଓ୍ୱିଙ୍ଗ ଲୁଙ୍ଗ୍‌ ଡ୍ରୋନ୍‌ ରହିଛି । ଏହ ଏକ ସଶସ୍ତ୍ର ଡ୍ରୋନ୍‌ ।  ଏହାସହିତ ଏହି ଡ୍ରୋନ୍‌ ମଧ୍ୟ ପାକିସ୍ତାନକୁ ଯୋଗାଣ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ପାକିସ୍ତାନ ବାୟୁସେନା ପାଇଁ ୪୮ ସଶସ୍ତ୍ର ଡ୍ରୋନ୍‌ ମିଳିତ ଭାବେ ଉତ୍ପାଦନ କରିବା ଲାଗି ଚୀନ୍‌ ସହିତ ବୁଝାମଣା କରାଯାଇଛି । ଓ୍ୱିଙ୍ଗ ଲୁଙ୍ଗ୍‌ ଡ୍ରୋନ୍‌ଟି ମଧ୍ୟ ଅତ୍ୟାଧୁନିକ ଡ୍ରୋନ୍‌ । ଏହା ଆକାଶରେ ଶତ୍ରୁ ପକ୍ଷରୁ ଆଡ୍ଡାକୁ ନଷ୍ଟ କରିବା କ୍ଷମତା ରହିଛି । ତେବେ ଆମେରିକାର ଫାଇଟର-ବି ଡ୍ରୋନ୍‌ଟି ବିଶ୍ୱର କିଛି ସ୍ଥାନରେ ବ୍ୟବହାର କରାଯାଉଛି । ଖାସ୍‌ କରି ଲିବିୟା ଚାରିଥିବା ସଂଗ୍ରାମରେ ଏହାକୁ ବ୍ୟବହାର କରାଯାଉଛି ।

କିନ୍ତୁ ଏହାପୂର୍ବରୁ ଆମେରିକା ଚାରି ଅରବ ଡଲାରରୁ ଅଧିକ ଦାମ୍‌ରେ ୩୦-ସି ଗାର୍ଡିୟାନ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଥିଲା । କିନ୍ତୁ ଭାରତ ପକ୍ଷରୁ ନେଇ କିଛି ସୂଚନା ଦିଆଯାଇନଥିଲା । ସେପଟେ ରକ୍ଷା ବିଶେଷଜ୍ଞଙ୍କ ମତରେ , ସର୍ଭିଲାନ୍ସ ଓ ଟାର୍ଗେଟ ଉପରେ ଆକ୍ରମଣ କରିବା ପାଇଁ ଗୋଟିଏ ଡ୍ରୋନ୍‌ ଦରକାର । ଏଥିପାଇଁ ଦୁଇଟି ଅଲଗା ଅଲଗା ପ୍ରକାର ଡ୍ରୋନ୍‌ର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି । ଫାଇଟର-ବି ଡ୍ରୋନ୍‌ କିଣିବା ନେଇ ଆମେରିକା ସହିତ ଭାରତୀୟ ନୌସେନା ମଧ୍ୟରେ ଆଲୋଚନା ଚାଲିଛି ।

ଆମେରିକା ଭାରତକୁ ଉଚ୍ଚ ପ୍ରଣାଳୀର ବୈଷୟିକ ଓ ଅତ୍ୟାଧୁନିକ ଦ୍ୱାରା ନିର୍ମିତ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପ୍ରସ୍ତୁତ ରହିଛି । କିନ୍ତୁ ଭାରତର ରୁଷ ସହିତ S-400 ମିସାଇଲ୍‌ର କିଣାବିକା ନେଇ ହୋଇଥିବା ଚୁକ୍ତିକୁ ନେଇ  ଆମେରିକା ଅସନ୍ତୁଷ୍ଟ ରହିଛି ।  ଆମେରିକା ମନରେ ଏହା ଭୟ ରହୁଛି ଯେ, ଭାରତ ଜରିଆରେ ରୁଷ ପାଖରେ ତାର ମିସାଇଲ୍‌ ପ୍ରଣାଳୀ ପହଞ୍ଚିଯିବ । କିନ୍ତୁ ଚୀନ୍‌ ପୂର୍ବରୁ  S-400 ମିସାଇଲ୍‌ର ଅଧିଗ୍ରହଣ କରିସାରିଛି । ଏହା ବର୍ତ୍ତମାନ ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ସୀମାରେ ମୁତୟନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.