Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଭାରତର ଏହି ଗୋଟିଏ ଆଦେଶରେ ଦୋହଲିଗଲା ପୁରା ପାକିସ୍ତାନ, ଜାଣନ୍ତୁ କ’ଣ ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

15/09/2019 at 5:30 PM

ନୂଆଦିଲ୍ଲୀ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଭାରତ ପ୍ରତ୍ୟାହାର କରିବା ପରଠାରୁ କାଶ୍ମୀରକୁ ନେଇ ହୀନ ରାଜନୀତି ଚଳାଇଛି  ପାକିସ୍ତାନ। ଏଥିରେ ତାକୁ ବିଶ୍ୱ ସମୂଦାୟଙ୍କ ସମର୍ଥନ ମିଳୁନାହିଁ । ତେବେ କାଶ୍ମୀରରେ ଭାରତ ମାନବାଧିକାରର ଉଲ୍ଲଂଘନ କରୁଥିବାର ଏବେ ପାକିସ୍ତାନ ନୂଆ ଅଭିଯୋଗ ଆଣିଛି। ଭାରତ ଏବେ ପିଆଜ ସଙ୍କଟର ସମ୍ମୁଖୀନ ହୋଇଛି। ଏଥିଲାଗି ପ୍ରଧାନମନ୍ତ୍ରୀ ଗ୍ଲୋବାଲ ଟେଣ୍ଡର ନିମନ୍ତେ ନିର୍ଦ୍ଦେଶ ଦେଇଥିବା ବେଳେ ପାକିସ୍ତାନକୁ ବାଦ ଦେବାକୁ କହିଛନ୍ତି। 

ଭାରତ ତାର  ପନିପରିବା ଆବଶ୍ୟକତା ପାକିସ୍ତାନରୁ ପୁରଣ କରିଥାଏ। ଫଳରେ ପାକ୍ ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି।  ଦେଶରେ ଏବେ ଉପୁଜିଥିବା ପିଆଜ ମୂଲ୍ୟ ବୃଦ୍ଧି ଲାଗି ସରକାର ବିଦେଶରୁ ଆମଦାନୀ କରିବେ। ଯାହାର ସିଧା ଲାଭ ପାକିସ୍ତାନ ପ୍ରାପ୍ତ କରିଥାନ୍ତା । ଭାରତ ସରକାର ମଧ୍ୟ ପିଆଜର ନ୍ୟୁନତମ ଆମଦାନୀ ଦର ପ୍ରତି ଟନ ୮୫୦ ଡଲାର ସ୍ଥିର କରିଛନ୍ତି। ଏଥିରେ ପାକିସ୍ତାନର ପିଆଜ ଚାଷୀ ମାଲାମାଲ ହୋଇଯାଇଥାନ୍ତେ। ହେଲେ ପୂର୍ବରୁ ଅନୁଚ୍ଛେଦ ୩୭୦କୁ ନେଇ ଇମ୍ରାନ ସରକାର ଭାରତ ସହ ବାଣିଜ୍ୟିକ କାରବାର ଛିନ୍ନ କରିଥିବାରୁ ପାକିସ୍ତାନ ଏହି ସୁଯୋଗ ହରାଇଛି।

ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନ ଭାରତର ଏହି ଅସୁବିଧା ସମୟର ଲାଭ ନେଇଥାନ୍ତା। କାରଣ ଦେଶର ଏଭଳି ଆବଶ୍ୟକତା ପୂରଣ ଲାଗି ଆମଦାନୀ ଟେଣ୍ଡର ଆହ୍ୱାନ କରୁଥିବା ସାର୍ବଜନିକ କ୍ଷେତ୍ରର କମ୍ପାନୀ ଏମଏମଟିସି ଲିମିଟେଡର ଟେଣ୍ଡରରେ ବିଦେଶୀ କମ୍ପାନୀମାନେ ପାକ୍ ବଜାରରୁ ପିଆଜ କିଣି ଭାରତକୁ ବିକି ଦେଇଥାନ୍ତେ। ହେଲେ ଏଥିରେ ଏମଏମଟିସି ଗୁଣ,ମାନ ଓ ଉତ୍ପାଦନ ଦେଶର ସୂଚୀରୁ ଏବେ ପାକିସ୍ତାନର ନାମ ବାଦ ଦେଇଛନ୍ତି। ଫଳରେ ବିଦେଶୀ କମ୍ପାନୀ ମଧ୍ୟ ପାକ୍ ରୁ ଭାରତ ଲାଗି ପିଆଜ କିଣିବେ ନାହିଁ।

ଏଣୁ ପାକିସ୍ତାନରେ ଚଳିତବର୍ଷ ସବୁଠୁ ଅଧିକ ଶସ୍ତା ଯଦି କେଉଁ ପରିବା ହେବ ତେବେ ତାହା ହେବ ପିଆଜ। ଏଣୁ ପିଆଜ ରପ୍ତାନୀରୁ ଲାଭପାଇବାକୁ ଅପେକ୍ଷା କରିଥିବା ପାକିସ୍ତାନ ଚାଷୀ ଚଳିବର୍ଷ ନିରାଶ ହୋଇଥିବା ବେଳେ ଦେଶରେ ଏବେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

   Related Posts